ରାଜ୍ୟ

ଧର୍ମଶାଳାରେ ରାଜନୈତିକ ହିଂସା: ବିଜେଡି ଶୋଭାଯାତ୍ରାକୁ ସ୍କର୍ପିଓ ଚଢ଼ାଇଦେଲେ

ଯାଜପୁର/ଧର୍ମଶାଳା: ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ଦିବସ ପାଖେଇ ଆସୁଥିବା ବେଳେ ଯାଜପୁର ଜିଲ୍ଲାର ଧର୍ମଶାଳାରେ ରାଜନୈତିକ ହିଂସାକାଣ୍ଡ ଘଟିଛି। ବିଶେଷକରି, ବିଜେଡି ଓ ସ୍ବାଧୀନ ପ୍ରାର୍ଥୀ ମୁହଁାମୁହିଁ ସ୍ଥିତିକୁ ଚାଲିଆସିଛନ୍ତି। ଆଜି ବିଜେଡି ଶୋଭାଯାତ୍ରାରେ ଜଣେ ପୂର୍ବତନ ସରପଞ୍ଚ ସ୍କର୍ପିଓ ଚଢ଼ାଇ ଦେବାରୁ ୩ଜଣ ଆହତ ହୋଇଛନ୍ତି। ସେହିପରି, ପୋଷ୍ଟରମରାକୁ କେନ୍ଦ୍ରକରି ଆକ୍ରମଣ ହେବାରୁ ସ୍ବାଧୀନ ପ୍ରାର୍ଥୀଙ୍କ ଜଣେ
ସମର୍ଥକଙ୍କ ମୁଣ୍ଡ ଫାଟିଛି। ଆଜି ଧର୍ମଶାଳା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପାଖର ପଞ୍ଚାୟତରେ ପୋଷ୍ଟର ମାରିବାକୁ ନେଇ ଗଣ୍ଡଗୋଳ ହୋଇଥିଲା। ସ୍ବାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁ (ଲିକୁ)ଙ୍କ ସମର୍ଥକଙ୍କୁ ବିଜେଡି ପ୍ରାର୍ଥୀ ପ୍ରଣବ କୁମାର ବଳବନ୍ତରାୟ (ଜିତୁ)ଙ୍କ ସମର୍ଥକ ମାଡ଼ମାରି ମୁଣ୍ଡ ଫଟାଇ ଦେଇଥି‌ଲେ। ସୂଚନା ଅନୁସାରେ, ବିଜେଡି ପ୍ରାର୍ଥୀ ଜିତୁଙ୍କ ଶତାଧିକ ସମର୍ଥକଙ୍କ ମୋଟର ସାଇକେଲ ଶୋଭାଯାତ୍ରା ପାଖର ପଞ୍ଚାୟତ ପରିକ୍ରମା କରୁଥିଲା। ଦେହୁରୀସାହି ନିକଟରେ ସ୍ବାଧୀନ ପ୍ରାର୍ଥୀ ଲିକୁଙ୍କ ସମର୍ଥକ ଉମେଶ ଖିଲାର ପୋଷ୍ଟର ଓ ବ୍ୟାନର ମାରୁଥିଲେ। ଏହାକୁ ବିଜେଡି ସମର୍ଥକ ବିରୋଧ କରିବାରୁ ଗଣ୍ଡଗୋଳ ହୋଇଥିଲା। ବିଜେଡି ସମର୍ଥକ କୈଳାସ ପରିଡ଼ା ସେଠାରେ ପହଞ୍ଚି ଉମେଶଙ୍କୁ ଆକ୍ରମଣ କରି ମୁଣ୍ଡ ଫଟାଇ ଦେଇଥିଲେ। ଲୋକମାନେ ହସ୍ତକ୍ଷେପ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।

୫ ଆହତ, ପାଲଟା ଆକ୍ରମଣରେ ୩ ହାଇୱା ଭାଙ୍ଗିଲା
ମୁହଁାମୁହିଁ ସ୍ଥିତିରେ ବିଜେଡି- ସ୍ବାଧୀନ ପ୍ରାର୍ଥୀଙ୍କ ସମର୍ଥକ
ପୋଷ୍ଟର ମରାକୁ ନେଇ ଜଣେ ସମର୍ଥକଙ୍କ ମୁଣ୍ଡ ଫାଟିଲା

ସେହିପରି, ଅପରାହ୍ନରେ ମାଣ୍ଡିଆଛକରେ ଜିତୁଙ୍କ ମୋଟରସାଇକଲ ରାଲି ଉପରେ ଲିକୁଙ୍କ ସମର୍ଥକ ତଥା ପୂର୍ବତନ ସରପଞ୍ଚ ଦିଲୀପ ବେହେରା ସ୍କର୍ପିଓ ଚଢ଼ାଇ ଦେଇଥିଲେ। ହସ୍ତଗତ ଖବର ଅନୁସାରେ, ମାଣ୍ଡିଆ ଛକ ମାର୍କେଟ କମ୍ପ୍ଲେକ୍ସରେ ଥିବା ଦିଲୀପଙ୍କ କାର୍ଯ୍ୟାଳୟ ନିକଟରେ ଶୋଭାଯାତ୍ରା ଯାଉଥିଲା। ଏହି ଶୋଭାଯାତ୍ରା ଭିତରେ ଦିଲୀପ ସ୍କର୍ପିଓ ଚଢ଼ାଇ ଦେଇଥିଲେ। ଫଳରେ ୭/୮ ମୋଟର ସାଇକେଲ ଭାଙ୍ଗିଥିବାବେଳେ ଶେଷଦେବ ସାମଲ, ପ୍ରବୀଣ ପରିଡ଼ା, ସ୍ମୃତିରଞ୍ଜନ ପରିଡ଼ା, ଏକାଦଶୀ ରାଉତ, ତିଲୋଚନ ମଲ୍ଲିକ ଆହତ ହୋଇଛନ୍ତି। ଏହାକୁ ନେଇ ଉତ୍ତ୍ୟକ୍ତ ଲୋକମାନେ ପୂର୍ବତନ ସରପଞ୍ଚ ଶ୍ରୀ ବେହେରାଙ୍କ ୩ଟି ହାଇୱାର କାଚ ଭଙ୍ଗାରୁଜା କରିବା ସହିତ ତାଙ୍କ ଘର ଘେରାଓ କରିଥିଲେ। ମାର୍କେଟ କଂପ୍ଲେକ୍ସରେ ଭଙ୍ଗାରୁଜା କରିଥିଲେ। ତେବେ, ସେ କୌଶଳ କରି ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରେ ଏସ୍‌ପି ଭିନୀତ ଅଗ୍ରୱାଲ ଓ ଉଚ୍ଚ ପଦାଧିକାରୀମାନେ ପହଞ୍ଚି ପରସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି। ଏନେଇ ବି ଉଭୟ ପକ୍ଷରୁ ମାମଲା ରୁଜୁ ହୋଇଛି। ଦିନକୁ ଦିନ ଧର୍ମଶାଳାରେ ବିଜେଡି ପ୍ରାର୍ଥୀ ଓ ସ୍ବାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ଟକ୍କର ଜୋରଦାର ହେବା ସହିତ ଉତ୍ତେଜନା ଯେ ବୃଦ୍ଧି ପାଇବାରେ ଲାଗିଛି, ଏହି ଦୁଇ ଘଟଣାର ତାହାର ଜ୍ବଳନ୍ତ ଉଦାହରଣ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।