ଅପରାଧ ରାଜ୍ୟ

ଧରାପଡ଼ିଲା ଲୁଟେରା ଗ୍ୟାଙ୍ଗ: ୪ ଅଭିଯୁକ୍ତଙ୍କଠାରୁ ଜବତ ହେଲା ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର

କଟକ: ବିଡ଼ାନସି ଚହଟା ଲେନ ସିରିଜ ଲୁଟ ଘଟଣାରେ ଗିରଫ ହେଲେ ୪ ଅଭିଯୁକ୍ତ। ସେମାନଙ୍କଠାରୁ ଜବତ ହେଲା ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର। ଦୀର୍ଘ ଦିନ ଧରି ପୁଲିସ ସହ ଛକାପଞ୍ଝା ଖେଳିବା ପରେ ଆଜି ଏହି ଗ୍ୟାଙ୍ଗକୁ ଧରିଛି କଟକ କମିସନରେଟ ପୁଲିସ।
ଗତ ମାର୍ଚ୍ଚ ମାସ ୯ ତାରିଖରେ ଘଟିଥିଲା ଏହି ଘଟଣା। ଏହି ଗ୍ୟାଙ୍ଗ ଚହଟା ଲେନର ଏକାସଙ୍ଗରେ ତିନିଟି ଘରୁ କଳା କନା ବୁଲାଇଥିଲେ । ଘରେ କେହି ନଥିଲା ବେଳେ ଝରକା ଭାଙ୍ଗିକି ପଶିଥିଲେ। ଆଉ ଲୁଟ କରିଥିଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା। ତେବେ ଏନେଇ ସ୍ଥାନୀୟ ଥାନାରେ ମାମଲା ହେବା ପରେ ପୁଲିସ ଆରମ୍ଭ କରିଥିଲା ତଦନ୍ତ। ଘଟଣାସ୍ଥଳରେ ଡଗ ସ୍କ୍ୱାର୍ଡ , ସାଇଣ୍ଟିଫିକ ଟିମ ପହଞ୍ଚି ତମାମ ଦିଗ ଉପରେ ଯାଞ୍ଚ କରିଥିଲା। ଏହାସହ ବିଭିନ୍ନ ଜିଲ୍ଲାରେ ମଧ୍ୟ ତଦନ୍ତ କରିଥିଲା ପୁଲିସ।

ଶେଷରେ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ପୁଲିସ। ବର୍ତ୍ତମାନ ସୁଦ୍ଧା ଏହି ଗ୍ୟାଙ୍ଗର ୪ଜଣଙ୍କୁ ଗିରଫ କରିଛି ପୁଲିସ। ତେବେ ସମସ୍ତ ଅଭିଯୁକ୍ତ କେନ୍ଦ୍ରାପଡ଼ାର ବୋଲି ସ୍ପଷ୍ଟ କରିଛି ପୁଲିସ। ଏମାନଙ୍କ ନାଁରେ ବିଭିନ୍ନ ଜିଲ୍ଲାରେ ମାମଲା ରହିଛି। ତେବେ ଚହଟା ସିରିଜ ଲୁଟ ଘଟଣା ପରେ ଅଭିଯୁକ୍ତଙ୍କୁ ଧରିବା ପାଇଁ କଟକ କମିସନରେଟ ପୁଲିସ ପକ୍ଷରୁ ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଥିଲା। ତେବେ ଗ୍ୟାଙ୍ଗର ଆହୁରି ସଦସ୍ୟ ରହିଛନ୍ତି। ସେମାନଙ୍କୁ ଶୀଘ୍ର ଗିରଫ କରାଯିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କଟକ ଡିସିପି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।