ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିଣତ ହେଲା ୨ ଭିନ୍ନକ୍ଷମ ଉଚ୍ଚ ବିଦ୍ୟାଳୟ

ଭୁବନେଶ୍ବର : ସୋମବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ୟୁନିଟ-୩ ସ୍ଥିତ ଭୀମ ଭୋଇ ଦୃଷ୍ଟିହୀନ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ବିପିନ ବିହାରୀ ଚୌଧୁରୀ ଶ୍ରୁତି ବାଧିତ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୂପେ ଲୋକାର୍ପିତ କରିଛନ୍ତି। ଏହାଦ୍ୱାରା ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ଦୃଷ୍ଟି ବାଧିତ ଓ ଶ୍ରୁତି ବାଧିତ ପିଲାମାନେ ଆସି ଛାତ୍ରାବାସରେ ରହି +୨ ପଢ଼ିବାର ସୁଯୋଗ ପାଇପାରିବେ। ପୂର୍ବରୁ ଏହି ପିଲାମାନେ ସାଧାରଣବର୍ଗର ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷା ଲାଭ କରୁଥିଲେ। ସେଠାରେ ସେମାନଙ୍କ ପାଇଁ ବିଶେଷ ସୁବିଧା ଉପଲବ୍ଧ ନ ଥିଲା।

+୨ ପଢ଼ିବାର ସୁଯୋଗ ପାଇବେ ଦୃଷ୍ଟି ଓ ଶ୍ରୁତି ବାଧିତ ପିଲା
ରାଜ୍ୟ ପଣ୍ୟାଗାର ନିଗମର କର୍ପୋରେଟ ବିଲ୍ଡିଂର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଏହି ଛାତ୍ରଛାତ୍ରୀଙ୍କୁ ଅଧିକ ଉତ୍ସାହିତ କରିବା ପାଇଁ ଧନ୍ଦାମୂଳକ ଶିକ୍ଷାରେ ଆଇଟି ଓ ଆଇଟି ସମ୍ବଳିତ ସେବା ବଷୟରେ ଶିକ୍ଷାଦାନର ସୁବିଧା କରାଯାଇଛି। ଭୀମ ଭୋଇ ଦୃଷ୍ଟି ବାଧିତ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କଳା ବିଷୟ ସହିତ ଆଇଟି ଖୋଲା ଯାଇଛି। ବିପିନ ବିହାରୀ ଚୌଧୁରୀ ଶ୍ରୁତି ବାଧିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳରେ ବିଜ୍ଞାନ ବିଷୟ ସହିତ ଆଇଟି ଶିକ୍ଷାର ସୁଯୋଗ ସୃଷ୍ଟି କରାଯାଇଛି। ଏହି ଅବସରରେ ଦୃଷ୍ଟିବାଧିତ ପିଲାଙ୍କ ନିମନ୍ତେ ଉଦ୍ଦିଷ୍ଟ ଅଡିଓ ଷ୍ଟୁଡିଓ ଓ ଶ୍ରୁତି ବାଧିତ ପିଲାଙ୍କ ନିମନ୍ତେ ଭର୍ଚୁଆଲ ଷ୍ଟୁଡିଓକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି। ଦୁଇ ବିଦ୍ୟାଳୟର ସମସ୍ତ ପିଲାଙ୍କୁ ନୂଆ ସ୍କୁଲ ବ୍ୟାଗ, ଦୃଷ୍ଟିହୀନ ପିଲାଙ୍କ ପାଇଁ ବ୍ରେଲି ସ୍ଲେଟ, ବିଭିନ୍ନ ପ୍ରକାର ଖେଳ ସାମଗ୍ରୀକୁ ମୁଖ୍ୟମନ୍ତ୍ରୀ ବଣ୍ଟନ କରିଥିଲେ। ଉଭୟ ଛାତ୍ରାବାସର ଅନ୍ତେବାସୀଙ୍କ ବ୍ୟବହାର ପାଇଁ ନୂଆ ବିଛଣା , ଖାଇବା ବାସନ ଆଦି ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପ୍ରଦାନ କରଯାଇଛି। ଏଥିସହିତ ଥଣ୍ଡା ପାନୀୟ ଜଳ ସୁବିଧା ପାଇଁ ଫ୍ରିଜ ଓ ମନୋରଞ୍ଜନ ପାଇଁ ଉଭୟ ଛାତ୍ରାବାସକୁ ଟିଭି ପ୍ରଦାନ କରାଯାଇଛି। ଏହି ଦୁଇ ବିଦ୍ୟାଳୟର ଶିକ୍ଷକ -ଛାତ୍ର ଅନୁପାତ ପ୍ରତି ଦଶ ଜଣ ଛାତ୍ର ପାଇଁ ଜଣେ ଶିକ୍ଷକ ରହିଛନ୍ତି। ଭୀମ ଭୋଇ ଦୃଷ୍ଟି ବାଧିତ ବିଦ୍ୟାଳୟରୁ ଚଳିତ ବର୍ଷ ୧୦ ଜଣ ଓ ବିପିନ ବିହାରୀ ଚୌଧୁରୀ ଶ୍ରୁତି ବାଧିତ ବିଦ୍ୟାଳୟରୁ ୧୪ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏଠାରେ ପିଲାମାନଙ୍କ ମାଗଣାରେ ନାମ ଲେଖାର ବ୍ୟବସ୍ଥା କରାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି