ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ଧନିଆ ପତ୍ର ଖାଇ ଦୂର କରନ୍ତୁ ଏହି ୪ଟି ଶାରୀରିକ ସମସ୍ୟା

ମନୁଷ୍ୟକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ ସବୁଜ ପନିପରିବା। ଏହା ସହ ଶରୀରକୁ କୌଣସି ରୋଗ ଯେପରି ଛୁଇଁ ନ ପାରୁ ସେଥିପାଇଁ ମଧ୍ୟ ଡାକ୍ତରମାନେ ସବୁଜ ପନିପରିବା ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି। ସେଥି ମଧ୍ୟରୁ ଗୋଟିଏ ହେଲା ଧନିଆ ପତ୍ର। ଯଦି ଆପଣ ଧନିଆ ପତ୍ରକୁ କଞ୍ଚାରେ ଖାଇବା ପାଇଁ ପସନ୍ଦ କରୁ ନାହାନ୍ତି, ତେବେ ଆପଣ ଏହାକୁ ଅନ୍ୟ ଉପାୟରେ ମଧ୍ୟ ସେବନ କରି ପାରିବେ। ଭିଟାମିନ ଏ ଏବଂ ଭିଟାମିନ୍‌ ସିରେ ଭରପୂର ଥିବା ଧନିଆ ପତ୍ର ଶରୀରର ଅନେକ ସମସ୍ୟାକୁ କିଛି ସମୟ ମଧ୍ୟରେ ଦୂର କରିଥାଏ। ତେବେ ଆସନ୍ତୁ ଜାଣିବା ଧନିଆ ପତ୍ରକୁ ଖାଇବା ଦ୍ୱାରା ଶରୀରର କେଉଁ ସମସ୍ତ ସମସ୍ୟା ଦୂର ହୋଇଥାଏ…

୧. କିଛି ଲୋକଙ୍କର ପାଚନ ପ୍ରକ୍ରିୟାରେ ସମସ୍ୟା ଦେଖା ଯାଇଥାଏ, ଯାହା ଦ୍ୱାରା ଗ୍ୟାସ୍‌ର ସମସ୍ୟା ଦେଖା ଯାଇଥାଏ। ଯଦି ପ୍ରତିଦିନ ଏଭଳି ସମସ୍ୟା ଦେଖା ଦେଉଛି ତେବେ ଖାଇବାରେ ଧନିଆ ପତ୍ରକୁ ସାମିଲ କରନ୍ତୁ। ଧନିଆର ପତ୍ର ଖାଇବା ଦ୍ୱାରା ଗ୍ୟାସ୍‌ ସମସ୍ୟାରୁ ମୁକ୍ତି ମିଳିଥାଏ।
୨. ବେଳେ ବେଳେ କାମର ଚାପ ହେତୁ ଲୋକମାନେ ଠିକ୍‌ ପରିମାଣରେ ପାଣି ପିଇ ପାରନ୍ତି ନାହିଁ, ଯାହା ଫଳରେ ପରିଶ୍ରାରେ ସମସ୍ୟା ଦେଖା ଯାଇଥାଏ। ଏଭଳି ପରିସ୍ଥିତିରେ ଧନିଆ ପତ୍ରକୁ ରାଇତା, ସାଲାଡ଼ ଏବଂ ତରକାରିରେ ପକାଇ ଖାଇଲେ ଏହି ସମସ୍ୟା ଦୂର ହୋଇଥାଏ।

୩. ଏଥିରେ ଭିଟାମିନ ଏ ଏବଂ ଭିଟାମିନ୍‌ ସି ପ୍ରଚୁର ପରିମାଣରେ ଥିବାରୁ ପ୍ରତିଦିନ ଏହାକୁ ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ।
୪. ଆଣ୍ଠୁଗଣ୍ଠିର ସମସ୍ୟା ଦେଖା ଯାଉଥିଲେ ପ୍ରତିଦିନର ଖାଇବାରେ ଏହାକୁ ସାମିଲ କରନ୍ତୁ। ଧନିଆ ପତ୍ର ଉପଲବ୍ଧ ନ ଥିଲେ ଧନିଆ ପାଉଡର ମଧ୍ୟ ଆପଣ ବ୍ୟବହାର କରି ପାରିବେ। ପ୍ରତିଦିନ ଏହାକୁ ଖାଇବା ଦ୍ୱାରା ଆଣ୍ଠୁଗଣ୍ଠିର ସମସ୍ୟା ଦୂର ହୋଇଥାଏ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ