କଳା ଓ ସଂସ୍କୃତି ଧର୍ମ

ଧନତେରସ ଦିନ ଯଦି କିଣି ପାରୁନାହାନ୍ତୁ ସୁନା ରୁପା ତା’ହେଲେ ଘରକୁ ଆଣନ୍ତୁ ଏହି ୫ଟି ଜିନିଷ: ପ୍ରାପ୍ତ ହେବ ମା’ ଲକ୍ଷ୍ମୀଙ୍କ କୃପା

ଭୁବନେଶ୍ୱର ୦୮/୧୧ : କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ଧନତେରସ ପର୍ବ ପାଳନ କରଯାଏ। ଧନତେରସ ଦିନ ଧନ୍ଵନ୍ତରୀ ଜୟନ୍ତୀ ମଧ୍ୟ ପାଳନ କରାଯାଏ। ଧନତେରସ ଦିନ ଧାତୁ କିଣିବା ପରମ୍ପରା ରହିଛି। ଧନତେରସ ଦିନ ସୁନା, ରୁପା କିଣିଲେ ଘରେ ଧନ-ବୈଭବ ଓ ସୁଖ-ସମୃଦ୍ଧି ବୃଦ୍ଧି ହୁଅ ବୋଲି ବିଶ୍ୱାସ ରହିଛି। କିନ୍ତୁ ସୁନା, ରୁପା ଭଳି ମହଙ୍ଗା ଧାତୁ କିଣିବା ସକ୍ଷମ ସମସ୍ତଙ୍କର ନଥାଏ। ଯଦି ମହଙ୍ଗା ଧାତୁ କିଣିବା ପାଇଁ ସକ୍ଷମ ନୁହନ୍ତି ତାହେଲେ ଚିନ୍ତା କରନ୍ତୁନି। ଧାତୁ ଛଡା ଅନ୍ୟ ସାମଗ୍ରୀ ମଧ୍ୟ ଅଛି ଯାହା କିଣିବା ଶୁଭ ହୋଇଥାଏ। ଧନତେରସ ଦିନ ଏହି ୫ଟି ସାମଗ୍ରୀ କିଣିବା ମଧ୍ୟ ଶୁଭ ହୋଇଥାଏ।

୧. ପିତ୍ତଳ – ଧନତେରସ ଦିନ ପିତ୍ତଳ ବସ୍ତୁ କିଣିବା ମଧ୍ୟ ଶୁଭ ଫଳ ପ୍ରଦାନ କରିଥାଏ। ସୁନା ରୁପା ଭଳି ପିତ୍ତଳ ଧାତୁ ମଧ୍ୟ ଶୁଭ ହୋଇଥାଏ। ଏହି ଦିନ ପିତ୍ତଳ ବସ୍ତୁ କିଣି ମା’ ଲକ୍ଷ୍ମୀଙ୍କୁ ପୂଜା କରି ପ୍ରସନ୍ନ କରିପାରିବେ।

୨. ଧନିଆ – ଧନତେରସ ଦିନ ଧନିଆ କିଣିବା ମଧ୍ୟ ଶୁଭ ହୋଇଥାଏ। ଧନିଆ ଧନ ବୃଦ୍ଧି କରିଥାଏ ବୋଲି ବିଶ୍ୱାସ ରହିଛି। ଧନତେରସ ଦିନ ଧନିଆ କିଣି ମା’ ଲକ୍ଷ୍ମୀଙ୍କୁ ଅର୍ପଣ କରି ପୂଜା କରିପାରିବେ। କିଛି ଧନିଆ ଏକ ମାଟି କୁଣ୍ଡରେ ମଧ୍ୟ ବୁଣି ପାରିବେ। ଧନିଆ ଗଛ ହେଲେ ବର୍ଷ ସାରା ଘରେ ସୁଖ-ସମୃଦ୍ଧି ବୃଦ୍ଧି ପାଇଥାଏ।

୩. ଝାଡୁ – ଝାଡୁକୁ ମା’ ଲକ୍ଷ୍ମୀଙ୍କ ରୁପା ବୋଲି କୁହାଯାଏ। ଧନତେରସ ଦିନ ଝାଡୁ କିଣି ଘରକୁ ଆଣିବା ଦ୍ୱାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ବୋଲି କୁହାଯାଏ। ଏହି ଦିନ ଘରକୁ ଝାଡୁ ଆଣିବା ମା’ ଲକ୍ଷ୍ମୀଙ୍କୁ ଘରକୁ ଆଣିବା ସହ ସମାନ। ଝାଡୁ ଦ୍ୱାରା ଘରୁ ସମସ୍ତ ନକାରାତ୍ମକ ଶକ୍ତି ଦୂର ହୋଇଥାଏ। ସେଥିପାଇଁ ଏହାର ମହତ୍ତ୍ୱ ସୁନା ରୁପା ସହ ସମାନ।


୪. ଅକ୍ଷତ – ଧନତେରସ ଦିନ ଘରକୁ ଅକ୍ଷତ ଆଣିବା ଶୁଭ ହୋଇଥାଏ। ଅକ୍ଷତ ଅର୍ଥାତ ଧାନ କିମ୍ବା ଚାଉଳ। ଶାସ୍ତ୍ରରେ ଅନ୍ନ ବା ଚାଉଳ ସବୁଠାରୁ ଶୁଭ ବୋଲି କୁହାଯାଇଛି। ଅକ୍ଷତ ଅର୍ଥାତ ଧନ ସମ୍ପତ୍ତିରେ ଅନନ୍ତ ବୃଦ୍ଧି। ଶାସ୍ତ୍ରରେ କୁହାଯାଇଛି ଧନତେରସ ଦିନ ଧାନ କିମ୍ବା ଚାଉଳ କିଣି ଘରକୁ ଆଣିଲେ ଧନ, ବୈଭବ ଓ ଐଶ୍ୱର୍ଯ୍ୟରେ ବୃଦ୍ଧି ହୋଇଥାଏ। ଧାନ କିଣି ଆଣିବା ସୁନା ରୁପା କିଣି ଆଣିବା ସହ ସମାନ।


୫. ଜବ ଧାନ – ପୌରାଣିକ କଥାରେ କୁହାଯାଇଛି ଯେ ଜବ ଧାନ ସୁନା ସହ ସମାନ। ଧନତେରସ ଦିନ ଜବ ଧାନ କିଣି ଘରକୁ ଆଣିବା ଦ୍ୱାରା ସୁନା କିଣିବା ଭଳି ସମାନ ଫଳ ପ୍ରଦାନ କରିଥାଏ। ଧନତେରସ ଦିନ ଚାଉଳ କିଣି ଘରକୁ ଆଣିବା ସବୁଠାରୁ ଶୁଭ ହୋଇଥାଏ।

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ