କଳା ଓ ସଂସ୍କୃତି ଧର୍ମ

ଧନତେରସ ଦିନ ଭୁଲରେ ବି କିଣନ୍ତୁନି ଏହିସବୁ ଜିନିଷ: ହୋଇପାରେ ଅଶୁଭ

ଭୁବନେଶ୍ୱର ୦୯/୧୧ : କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ଧନତେରସ ପାଳନ କରାଯାଇଥାଏ। ଧନତେରସ ଦୀପାବଳି ପୂର୍ବରୁ ପଡେ। ଧନତେରସ ଠାରୁ ଦୀପାବଳି ପାଳନ କରାଯାଏ। ଚଳିତ ବର୍ଷ ଧନତେରସ ନଭେମ୍ବର ୧୩ ତାରିଖରେ ପାଳନ କରାଯିବ। ଧନତେରସ ଦିନ ଧାତୁ କିଣିବାର ବିଶେଷ ମହତ୍ତ୍ୱ ରହିଛି। ଧନତେରସ ଦିନ ସୁନା ରୁପା କିଣିଲେ ଘରକୁ ସୁଖ-ସମୃଦ୍ଧି ଆସିଥାଏ ବୋଲି ବିଶ୍ୱାସ ରହିଛି। ଧନତେରସ ଭଳି ଶୁଭ ଦିନରେ ସୁନା ରୁପା ଭଳି ଧାତୁ କିଣିଲେ ମାତା ଲକ୍ଷ୍ମୀ, ଧନ୍ଵନ୍ତରୀ ଓ ଧନର ଦେବତା କୁବେରଙ୍କ ଆଶୀର୍ବାଦ ପ୍ରାପ୍ତ ହେବାସହ ଘରେ ସୁଖ ସମୃଦ୍ଧି ବଜାୟ ରହେ ବୋଲି ବିଶ୍ୱାସ ରହିଛି। ତେବେ ଧନତେରସ ଦିନ କଣ କିଣିବା ଉଚିତ ତାହା ସାଧାରଣତଃ ସମସ୍ତେ ଜାଣିଥାନ୍ତି କିନ୍ତୁ କଣ କିଣିବା ଅନୁଚିତ ତାହା ସମ୍ଭବତଃ ବହୁତ କମ ଲୋକ ଜାଣିଥାନ୍ତି। ଧନତେରସ ଦିନ କଣ କିଣିବା ଅନୁଚିତ ଜାଣନ୍ତୁ :


ଧନତେରସ ଦିନ ଲୁହା ବସ୍ତୁ କିଣିବା ଉଚିତ ନୁହେଁ। ଏହି ଦିନ ଲୁହାରେ ତିଆରି ବସ୍ତୁ ଘରକୁ ଆଣିଲେ ରାହୁ ଗ୍ରହଙ୍କ ଅଶୁଭ ଛାଇ ପଡିଥାଏ। ରାହୁଙ୍କ ନଜର ପଡିବା ପରେ ଘରେ ନାନା ସମସ୍ୟା ଦେଖାଦେଇଥାଏ।

କାଚର ସମ୍ବନ୍ଧ ମଧ୍ୟ ରାହୁ ଗ୍ରହ ସହ ଅଛି ବୋଲି କୁହାଯାଏ। ସେଥିପାଇଁ ଧନତେରସ ଦିନ କାଚରେ ତିଆରି ବସ୍ତୁ କିଣିବା ଅନୁଚିତ।


ଧନତେରସ ଦିନ ବାସନ କିଣିବା ପରମ୍ପରା ମଧ୍ୟ ରହିଛି। ଷ୍ଟିଲ ମଧ୍ୟ ଲୁହାର ଏକ ରୂପ। ସେଥିପାଇଁ ଧନତେରସ ଦିନ ଷ୍ଟିଲ ବାସନ କିଣିବା ଅନୁଚିତ। ଷ୍ଟିଲ ପରିବର୍ତେ ତମ୍ବା ବାସନ କିଣିପାରିବେ।

ଧନତେରସ ଦିନ କଳା ରଙ୍ଗର କୌଣସି ସାମଗ୍ରୀ ଘରକୁ ଆଣିବା ଉଚିତ ନୁହେଁ। ଧନତେରସ ଅତ୍ୟନ୍ତ ଶୁଭ ଦିନ। କିନ୍ତୁ କଳା ରଙ୍ଗକୁ ଦୁର୍ଭାଗ୍ୟର ପ୍ରତୀକ ବୋଲି କୁହାଯାଏ। ସେଥିପାଇଁ ଧନତେରସ ଭଳି ଶୁଭ ଦିନରେ କଳା ରଙ୍ଗର ଜିନିଷ କିଣିବା ଅନୁଚିତ।

ଧନତେରସ ଦିନ ଛୁରୀ, କଇଁଚି ଭଳି ଧାରୁଆ ଅସ୍ତ୍ର କିଣିବା ଉଚିତ ନୁହେଁ। ଏହିଭଳି ଶୁଭ ଦିନରେ ଅସ୍ତ୍ର କିଣିବା ବର୍ଜନୀୟ ବୋଲି କୁହାଯାଏ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ