ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

‘ଦ ୱେୟାର’ ସମ୍ପାଦକଙ୍କ ବିରୋଧରେ ମାନହାନି ମାମଲା: ଜେଏନ୍‌ୟୁକୁ ସୁପ୍ରିମ୍‌କୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ : ସୋମବାର ସୁପ୍ରିମ୍‌କୋର୍ଟ ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟ (ଜେଏନ୍‌ୟୁ) ପ୍ରଶାସନକୁ ଏକ ନୋଟିସ୍ ଜାରି କରିଛନ୍ତି। ବିଶ୍ବବିଦ୍ୟାଳୟକୁ ଜଣେ ପ୍ରଫେସର ସେକ୍ସ ରୢାକେଟ୍‌ର ପେଣ୍ଠ ବୋଲି କହିଥିବାର କୌଣସି ଲିଖିତ ଦଲିଲ ଅଛି କି ନାହିଁ ଯାଞ୍ଚ କରି ତାହା ଜଣାଇବାକୁ କୋର୍ଟ ଆଦେଶ ଦେଇଛନ୍ତି।

ଏପରି ଏକ ଦଲିଲକୁ ନେଇ ନ୍ୟୁଜ୍ ପୋର୍ଟାଲ ‘ଦ ୱେୟାର’ରେ ରିପୋର୍ଟ ପ୍ରକାଶ ପାଇବା ପରେ ପୋର୍ଟାଲର ସମ୍ପାଦକ ଓ ସହକାରୀ ସମ୍ପାଦକଙ୍କ ବିରୋଧରେ ଆପରାଧିକ ମାନହାନି ମାମଲା ରୁଜୁ ହୋଇଥିଲା। ଏକ ମାଜିଷ୍ଟ୍ରେଟ୍ କୋର୍ଟ ଉକ୍ତ ସମ୍ପାଦକଙ୍କୁ ସମନ ଜାରି କରିଥିଲେ, ଯାହାକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରି ଦେଇଥିଲେ। ହାଇକୋର୍ଟଙ୍କ ଏହି ଆଦେଶ ବିରୋଧରେ ଜେଏନ୍‌ୟୁର ସେଣ୍ଟର ଫର୍ ଷ୍ଟଡି ଅଫ୍ ଲ ଆଣ୍ଡ୍ ଗଭର୍ଣ୍ଣାନ୍ସର ଅଧ୍ୟକ୍ଷା ତଥା ପ୍ରଫେସର ଅମିତା ସିଂହ ସୁପ୍ରିମ୍‌କୋର୍ଟରେ ଆବେଦନ କରିଥିଲେ। ଏହାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଉକ୍ତ ନୋଟିସ୍ ଜାରି କରିଛନ୍ତି। ଜଷ୍ଟିସ୍ ଏସ୍‌କେ କୌଲ ଓ ଜଷ୍ଟିସ୍‌ ସୁଧାଂଶୁ ଧୁଲିଆଙ୍କ ଖଣ୍ଡପୀଠ ଜେଏନ୍‌ୟୁ କୁଳପତି ଏବଂ ପୋର୍ଟାଲର ସମ୍ପାଦକ ଓ ସହସମ୍ପାଦକଙ୍କୁ ନୋଟିସ୍ ଜାରି କରି ଲିଖିତ ଦଲିଲର ସତ୍ୟାସତ୍ୟ ଜଣାଇବାକୁ ଆଦେଶ ଦେଇଛନ୍ତି।

ହାଇକୋର୍ଟ ତାଙ୍କ ରାୟରେ କହିଥିଲେ ଯେ ‘ଦ ୱେୟାର’ରେ ପ୍ରକାଶିତ ଲେଖାରେ ଅଭିଯୋଗକାରିଣୀ ଉକ୍ତ ଭୁଲ୍ କାମରେ ଜଡ଼ିତ ବୋଲି ଲେଖାଯାଇ ନାହିଁ। ତାଙ୍କ ବିରୋଧରେ କୌଣସି ଅପମାନକର ମନ୍ତବ୍ୟ ବି ନାହିଁ। ତେଣୁ ଏଥିରେ ତାଙ୍କର ମାନହାନି ହୋଇଥିବାର ପ୍ରଶ୍ନ ଉଠୁନାହିଁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ