ଅପରାଧ ରାଜ୍ୟ

ଦୟନୀୟ ସ୍ଥିତିରେ ଅର୍ଚ୍ଚନାଙ୍କ ଶାଶୂଘର

ଜଳେଶ୍ବର : ବଡ଼ବଡ଼ିଆଙ୍କୁ ପ୍ରେମ ଜାଲରେ ଫସାଇବା ପରେ ବ୍ଲାକ୍‌ମେଲିଂ କରି କୋଟି କୋଟି ଟଙ୍କା ରୋଜଗାର କରୁଥିବା ଅର୍ଚ୍ଚନା ନାଗଙ୍କ ବାଲେଶ୍ବର ଲିଙ୍କ୍‌ ପଦାକୁ ଆସିଛି। ଭୁବନେଶ୍ବର କମିସନରେଟ୍‌ ପୁଲିସ ଅର୍ଚ୍ଚନାଙ୍କୁ ଗିରଫ କରିବା ପରେ ତାଙ୍କ କାର୍ପଟଦାର ସ୍ବାମୀ ଜଗବନ୍ଧୁ ଚାନ୍ଦ ଫେରାର୍‌ ହୋଇ ଯାଇଛନ୍ତି। ଜଗବନ୍ଧୁଙ୍କ ଘର ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ୍‌ ନେତୁଆ ପଞ୍ଚାୟତର ବାଉଁଶବଣି ଗ୍ରାମରେ। ରାଜଧାନୀରେ କୋଟି କୋଟି ଟଙ୍କାର ଆଲିସାନ୍‌ ବଙ୍ଗଳାରେ ଅର୍ଚ୍ଚନା ଓ ଜଗବନ୍ଧୁ ରହୁଥିବା ବେଳେ ତାଙ୍କ ‌ପୈତୃକ ଗାଁ ବାଉଁଶବଣିରେ ବୃଦ୍ଧା ବାପାମାଆ, ବଡ଼ଭାଇ ତଥା ପରିବାରର ଅନ୍ୟ ସଦସ୍ୟମାନେ ଭଙ୍ଗା ଆଜବେଷ୍ଟସ୍‌ ଘରେ ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି।

ଆଜି ଗଣମାଧ୍ୟମ ପ୍ରତିନିଧିମାନେ ଜଗବନ୍ଧୁଙ୍କ ବାସଭବନରେ ପହଞ୍ଚି ବଡ଼ଭାଇ ବୈକୁଣ୍ଠ ଚାନ୍ଦଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ। ହେଲେ ଜଗବନ୍ଧୁଙ୍କ ସହ ତାଙ୍କ ପରିବାରର କୌଣସି ସମ୍ପର୍କ ନଥିବା କହି ନିରବ ରହିଥିଲେ ବୈକୁଣ୍ଠ। ସୂଚନା ଥାଉକି, ଜଗବନ୍ଧୁ ଆଜିକୁ ୧୦ ବର୍ଷ ତଳେ ନିଜ ଗାଁରେ ଏକ ତେଜରାତି ଦୋକାନ କରିଥିଲେ। ପରେ ଏକ ଫାଇନାନ୍ସ କମ୍ପାନିରେ କାମ କରିବା ପାଇଁ ଭୁବନେଶ୍ବର ଆସିଥିଲେ। ସେଠାରେ ନିଜର କିଛି ବନ୍ଧୁଙ୍କ ସହଯୋଗରେ ସେ ଏକ ପୁରୁଣା ଗାଡ଼ି ସୋରୁମ୍‌ ଆରମ୍ଭ କରିଥିଲେ। ଭବାନୀପାଟଣାର ଅର୍ଚ୍ଚନାଙ୍କୁ ବିବାହ କରିବା ପରେ ଉଭୟ ସ୍ବାମୀ-ସ୍ତ୍ରୀ ରାଜକୀୟ ଜୀବନ ଅତିବାହିତ କରୁଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।