ଖେଳ ଦେଶ ବିଦେଶ

ଦ୍ୱିତୀୟ ଟି୨୦ରେ ହାରିଲା ଭାରତ : ୫ ଓ୍ୱିକେଟରେ ଜିତିଲା ଓ୍ୱେଷ୍ଟ ଇଣ୍ଡିଜ୍

ନୂଆଦିଲ୍ଲୀ, ୦୨|୦୮: ଦ୍ୱିତୀୟ ଟି୨୦ରେ ହାରିଲା ଭାରତ । ରୋମାଞ୍ଚକର ମୁକାବିଲା ଶେଷ ଓଭର ଯାଏଁ ଯାଇଥିଲେ ବି ଭାରତ ୫ ଓ୍ୱିକେଟରେ ପରାସ୍ତ ହୋଇଛି । ଏହାସହ ଇଣ୍ଡିଜ ସିରିଜରୁ ୧-୧ରେ ବରାବର କରିଦେଇଛି । ଭାରତୀୟ ଦଳ ଏହି ମ୍ୟାଚରେ ମାତ୍ର ୧୩୮ ରନ୍ କରିପାରିଥିଲା ।

ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ବିନା କୌଣସି ରନରେ ଆଉଟ୍ ହୋଇଥିଲେ ରୋହିତ ଶର୍ମା । ଏହାପରେ ସୂର୍ଯ୍ୟକୁମାର ଯାଦବ ଓ ଶ୍ରେୟସ ଆୟର କିଛି ସମୟ ପାଇଁ ସ୍ଥିତି ସମ୍ଭାଳିଥିଲେ ବି ବଡ ସ୍କୋର କରିପାରିନଥିଲେ । ଧିରେଧିରେ ଅନ୍ୟ ବ୍ୟାଟର ଆଉଟ୍ ହୋଇ ଯାଇଥିଲେ । ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା ବି ଦଳକୁ ବଡ ସ୍କୋରରେ ପହଁଚାଇପାରିନଥିଲେ । ଶେଷରେ ୧୩୮ରେ ଅଲଆଉଟ୍ ହୋଇଯାଇଥିଲା ପୁରା ଟିମ୍ ।

ଶେଷ ଓଭରର ରୋମାଞ୍ଚ

ଶେଷ ଓଊରରେ ଇଣ୍ଡିଜକୁ ବିଜୟ ପାଇଁ ୧୦ ରନ୍ ଦରକାର ଥିଲା । ଭାରତ ପକ୍ଷରୁ ଅଭେଶ ଖାନ୍ ବୋଲିଂ କରୁଥିଲେ । ଅଭେଶ ପ୍ରଥମ ବଲ୍ ନୋ ବଲ ପକାଇଥିଲେ । ଏହାପରେ ଫ୍ରି ହିଟରେ ଇଣ୍ଡିଜ ବ୍ୟାଟର ଜେଭୋନ୍ ଥୋମାସ ଛକା ଲଗାଇଥିଲେ । ଏହାର ପରବର୍ତ୍ତୀ ବଲରେ ଚୌକା ଲଗାଇଥିଲେ ଓ ଭାରତ ମ୍ୟାଚ୍ ହାରି ଯାଇଥିଲା ।

ଇଣ୍ଡିଜକୁ ମୁକାବିଲାରେ ଭଲ ଆରମ୍ଭ ମିଳିଥିଲା । ଦଳ ପାଓ୍ୱାର ପ୍ଲେରେ କୌଣସି ଓ୍ୱିକେଟ୍ ହରାଇ ନଥିଲା । ଏହାପରେ ପ୍ରଥମ ଓ୍ୱିକେଟ୍ ୪୬ରନରେ ହରାଇଥିଲା । ଦଳ ବିଜୟ ଲକ୍ଷ୍ୟ ଆଡକୁ ବଢୁଥିବା ବେଳେ ମିଡିଲ ଓଭରରେ ଭାରତୀୟ ବୋଲର ଭଲ ବୋଲିଂ କରୁଥିଲେ । ଶେଷରେ ଇଣ୍ଡିଜକୁ ଝଟକା ଲାଗିଥିଲା ଦଳର ରନ୍ ଧିମେଇ ଯାଇଥିଲା । କିନ୍ତୁ ଇଣ୍ଡିଜ ବିଜୟର ହିରୋଥିଲେ ବ୍ରାଣ୍ଡନ୍ କିଙ୍ଗ୍ ଓ ଓବେଡ୍ ମ୍ୟାକୋୟ । ବ୍ରାଣ୍ଡନ୍ ୯୮ ରନର ଦମଦାର ଇନିଂସ ଖେଳିଥିବା ବେଳେ ଓବେଡ୍ ୬ ଓ୍ୱିକେଟ୍ ନେଇ ଭାରତର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଥିଲେ ।

ବିଜୟ ସହ ସିରିଜକୁ ୧-୧ ସ୍ତରକୁ ଆଣିଛି ଇଣ୍ଡିଜ । ଫଳରେ ସିରିଜ୍ ଅଧିକା ରୋମାଞ୍ଚକର ହୋଇପଡିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ