ମନୋରଞ୍ଜନ ରାଜ୍ୟ

‘ଦ୍ରୌପଦୀ’ ସାଜିବେ ପ୍ରକୃତି, ଇନଷ୍ଟାରେ ସେୟାର କଲେ ପୋଷ୍ଟର

ମୁମ୍ବାଇ ୦୬।୦୮: ଆଉ ଏକ ମହାଭାରତ ହେବ କି ନାହିଁ ଜଣାନାହିଁ । କିନ୍ତୁ ପରଦାରେ ଦ୍ରୌପଦୀଙ୍କ ଚରିତ୍ର ନେଇ ଆସୁଛନ୍ତି ପ୍ରକୃତି ମିଶ୍ର । ନିକଟରେ ପ୍ରକୃତି ନିଜ ବ୍ୟକ୍ତିଗତ କାରଣ ପାଇଁ ଖୁବ ଚର୍ଚ୍ଚାରେ ଥିଲେ । ତେବେ ଏହି ଚଳଚ୍ଚିତ୍ରରେ ଶୀର୍ଷକ ‘ଦ୍ରୌପଦୀ’ ଥିବା ବେଳେ ମୁଖ୍ୟ ଚରିତ୍ରରେ ପ୍ରକୃତି ଅଭିନୟ କରୁଛନ୍ତି । ଯାହାର ପ୍ରଥମ ପୋଷ୍ଟର ଶୁକ୍ରବାର ଦିନ ମୁକ୍ତିଲାଭ କରିଛି । ପ୍ରକୃତି ମିଶ୍ର ନିଜ ସୋସିଆଲ୍‌ ମିଡିଆ ଆକାଉଣ୍ଟର ଏହି ପୋଷ୍ଟର ସେୟାର କରିଛନ୍ତି ।

ତେବେ ଏହି ଚଳଚ୍ଚିତ୍ର ଓଡ଼ିଆ ଓ ହିନ୍ଦୀ ଭାଷାରେ ନିର୍ମାଣ ହେଉଛି । ତାର୍ନ ପ୍ରଡକ୍ସନ୍ସ ବ୍ୟାନରରେ ନିର୍ମିତ ହେଉଥିବା ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅନନ୍ୟା ପଟ୍ଟନାୟକ । ପ୍ରଯୋଜନା ଦାୟିତ୍ୱରେ ସସ୍ମିତା ତିଆଡି ଓ ଆକାଶଦୀପ ସିଂହ ରହିଛନ୍ତି । ଏହାର କ୍ୟାମେରା ପରିଚାଳନା କରୁଛନ୍ତି ଚଳଚ୍ଚିତ୍ର ‘ଦୃଷ୍ଟିକୋଣ’ର କ୍ୟାମେରାମ୍ୟାନ୍‌ କୁହୁ ମଲ୍ଲ ।

ସେହିପରି ପ୍ରକୃତି ଏବେ ମୁମ୍ବାଇରେ ଏକ ହିନ୍ଦୀ ସିନେମା ସୁଟିଂରେ ବ୍ୟସ୍ତ ଅଛନ୍ତି । ପୋଷ୍ଟର୍‌କୁ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରି ପ୍ରକୃତି ଲେଖିଛନ୍ତି, ‘କେବେ ପୁରୁଷ ତ କେବେ ଜଣେ ନାରୀ ହିଁ ଆଉ ଜଣେ ନାରୀର ଶତ୍ରୁ ହେଇଯାଏ । କେବେ ନାରୀ କୋଉ ଯୁଦ୍ଧର କାରଣ ସାଜିଛି ତ ପୁଣି କେବେ ଅଗ୍ନି ପରୀକ୍ଷା ଦେବାକୁ ବାଧ୍ୟ ହେଇଚି । ଯୁଗ ବଦଳି ଗଲାଣି କିନ୍ତୁ ବଦଳିନି ସେଇ ନାରୀର କାହାଣୀ’ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ