ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ଦୋକାନୀଙ୍କୁ ପିଟିପିଟି ମାରିଦେଲେ ମହିଳା

ଝାରସୁଗୁଡା : ଝାରସୁଗୁଡା ସଦର ଥାନା ଅଞ୍ଚଳରେ ଶନିବାର ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯିବା ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ରବିବାର ସହରରେ ପୁଣି ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। କୌଣସି ଘଟଣାକୁ କେନ୍ଦ୍ରକରି ଜଣେ ମାଂସ ଦୋକାନୀଙ୍କୁ କିଛି ମହିଳା ପିଟି ପିଟି ମାରିଦେଇଥିବା ଅଭିଯୋଗ ହୋଇଛିl ମୃତକ ହେଲେ ଝାରସୁଗୁଡା ଥାନା ଅନ୍ତର୍ଗତ ଲେକଚର କଲୋନିର କୈଳାସ ଚନ୍ଦ୍ର ମେହେର(୫୫ ବର୍ଷ)। ଏହି ଘଟଣାରେ ଝାରସୁଗୁଡା ପୁଲିସ ହତ୍ୟା ମାମଲା ରୁଜୁ କରି ଶବ ଜବତ କରିଛି। ସୋମବାର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର ହେବ ବୋଲି ସୂଚନା ଦେଇଛି।

ସୂଚନା ଅନୁସାରେ, ଝାରସୁଗୁଡା ଏସପି ଅଫିସ ନିକଟରେ କୈଳାସଙ୍କ ଏକ ମାଂସ ଦୋକାନ ରହିଛି। ଶନିବାର ପଡ଼ାର ଜଣେ ବ୍ୟକ୍ତିଙ୍କ ସହ କୈଳାସଙ୍କର ବଚସା ହୋଇଥିଲାl ଏହି ଘଟଣାକୁ କେନ୍ଦ୍ର କରି ରବିବାର ଅପରାହ୍ନରେ କୈଳାସ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ କିଛି ମହିଳା ତାଙ୍କୁ ଅଟକାଇ ଠେଙ୍ଗାରେ ନିସ୍ତୁକ ମାଡ଼ ମାରିଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେl ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବୁର୍ଲା ରେଫର କରାଯାଇ ଥିଲା l ତେବେ ବୁର୍ଲା ନେବା ପୂର୍ବରୁ କୈଳାସଙ୍କ ସିଟି ସ୍କାନ କରିବାକୁ ନିଆଯାଇ ଥିଲା। ସିଟି ସ୍କାନ ଚାଲିଥିବା ସମୟରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇ ଥିଲା। ହତ୍ୟାର ପ୍ରକୃତ କାରଣ ତଦନ୍ତ ପରେ ଯାଇ ଜଣାପଡ଼ିବ ବୋଲି ପୁଲିସ କହୁଥିବା ବେଳେ ଏକ ଅସଦାଚରଣ ଅଭିଯୋଗକୁ କେନ୍ଦ୍ର କରି ଏହି କାଣ୍ଡ ଘଟିଥିବା ସ୍ଥାନୀୟ ଲୋକଙ୍କ ସୂତ୍ରରୁ ସୂଚନା ମିଳିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।