ରାଜ୍ୟ

ଦୈତ୍ୟରାଜ ହତ୍ୟା ମାମଲା: ନବୀନ ନିବାସ ସମ୍ମୁଖରେ ପରିବାରର ଆତ୍ମାହୁତି ଉଦ୍ୟମ

ଭୁବନେଶ୍ବର: ଚନ୍ଦ୍ରଶେଖରପୁର ଥାନା ପଣ୍ଡା ପାର୍କ ଅଞ୍ଚଳର ଦୈତ୍ୟରାଜ ନାୟକଙ୍କ ହତ୍ୟା ମାମଲାରେ ପୁଲିସ ଜଣକୁ ଗିରଫ କରିଛି। କିନ୍ତୁ ଅନ୍ୟ ୫ ଅଭିଯୁକ୍ତ ଏବେ ବି ବାହାରେ ବୁଲୁଛନ୍ତି। ପୁଲିସ ସେମାନଙ୍କୁ ଗିରଫ କରୁନାହିଁ। ସେମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରି ଆଜି ମୃତ ଦୈତ୍ୟରାଜଙ୍କ ପରିବାରର ୬ଜଣ ସଦସ୍ୟ ନବୀନ ନିବାସ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ତେବେ ଏୟାର୍‌ପୋର୍ଟ ଥାନା ପୁଲିସ ସେମାନଙ୍କୁ ଅଟକାଇ ବୁଝାସୁଝା କରି ଛାଡ଼ିଛି। ଅନ୍ୟପକ୍ଷରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ହତ୍ୟାକାଣ୍ଡ ବାବଦରେ ସୂଚନା ଦେଇ କହିଛି ଯେ ହତ୍ୟାକାରୀକୁ ଗିରଫ କରାଯାଇଛି ଏବଂ ଅନ୍ୟ କେହି ଏହି ମାମଲାରେ ସମ୍ପୃକ୍ତ ନାହାନ୍ତି। ଏହି ମାମଲାରେ ପୁଲିସର ନିଷ୍କ୍ରିୟତା ଅଭିଯୋଗ କରି ପରିବାର ପକ୍ଷରୁ ମାନବାଧିକାର କମିସନଙ୍କ ନିକଟରେ ଏତଲା ଦିଆଯାଇଛି।

ଆଜି ସକାଳ ପାଖାପାଖି ସାଢ଼େ ୮ଟା ବେଳେ ଦୈତ୍ୟରାଜଙ୍କ ବାପା ଯୁଧିଷ୍ଠିର ନାୟକ, ମା’, ଦୁଇ ଭାଇ ଓ ଦୁଇ ଭଉଣୀ ଏକ ଅଟୋରେ ଆସି ନବୀନ ନିବାସ ସମ୍ମୁଖରେ ଓହ୍ଲାଇଥିଲେ। କେହି କିଛି ବୁଝିବା ପୂର୍ବରୁ ସେମାନେ ଅଟୋରୁ ବାହାରି ଆତ୍ମାହୁତି ଉଦ୍ୟମ କରିଥିଲେ। ସେମାନେ କିରାସିନି ଡବା ଧରିଥିଲେ। ତେବେ ସେମାନେ ଦେହରେ କିରାସିନି ଢାଳିବା ପୂର୍ବରୁ ସେଠାରେ ଉପସ୍ଥିତ ଥିବା ଏୟାରପୋର୍ଟ ଥାନା ପୁଲିସ ସେମାନଙ୍କୁ କାବୁ କରି ଥାନାକୁ ନେଇଥିଲା। ବୁଝାସୁଝା କରିବା ପରେ ସେମାନଙ୍କୁ ଛାଡ଼ିଦିଆଯାଇଥିବା ଥାନା ଅଧିକାରୀ ଉମାକାନ୍ତ ପ୍ରଧାନ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।