ମନୋରଞ୍ଜନ

ଦେଶୀ ଲୁକ୍‌ରେ ନଜର ଆସିଲେ ମୌନି ରୟ : ଭାଇରାଲ ହେଉଛି ଫଟୋ…

ମୁମ୍ବାଇ ୨୪/୦୯ : ଛୋଟ ପରଦାରୁ ୱେବ୍ ସିରିଜ୍ ଏବଂ ବଲିଉଡ ପର୍ଯ୍ୟନ୍ତ ନିଜର ଦକ୍ଷ ଅଭିନୟ ଯୋଗୁଁ ମୌନି ରୟ ଏବେ ଖୁବ୍‌ ଚର୍ଚ୍ଚାରେ । ଏବେ ସେ ତାଙ୍କର ବୋଲ୍ଡ ଫଟୋ ସେୟାର କରି ଅନେକ ସମୟରେ ପ୍ରଶଂସକଙ୍କ ମତୁଆଲା କରିଥାନ୍ତି । ମୋନି ରୟ ତାଙ୍କର ଜବରଦସ୍ତ ପ୍ରଦର୍ଶନ ଯୋଗୁଁ ଦର୍ଶକଙ୍କ ହୃଦୟ ଜିତିଛନ୍ତି । ଏହା ସହିତ, ଲୋକମାନେ ତାଙ୍କ ଷ୍ଟାଇଲି ଅନ୍ଦାଜ୍‌ ଯୋଗୁଁ ସଭିଏଁ ପାଗଳ ।

ମୌନି ରୟ ତାଙ୍କ ପ୍ରଶଂସକଙ୍କୁ ଭେଟିବାର କୌଣସି ସୁଯୋଗ ଛାଡନ୍ତି ନାହିଁ । ସେ ନିଜର ବୋଲ୍ଡ ଫଟୋ ଏବଂ ଭିଡିଓ ସେୟାର କରି ଇଣ୍ଟରନେଟରେ ତାଙ୍କ ତାପମାତ୍ରା ବଢାଇଥାନ୍ତି । ମୌନି ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ୍‌ ରୁହନ୍ତି । ପ୍ରତିଦିନ ତାଙ୍କ ନୂଆ ଷ୍ଟାଇଲ୍‌ ମୋନିଙ୍କ ଇନଷ୍ଟାଗ୍ରାମ ପେଜରେ ଦେଖିବାକୁ ମିଳିଥାଏ ।

ଏବେ ପୁଣି ଥରେ , ମୌନି ପ୍ରଶଂସକଙ୍କ ହୋସ ଉଡାଇଛନ୍ତି । ନିକଟରେ ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ କିଛି ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ଏକ ଦେଶୀ ଲୁକ୍‌ରେ ଦେଖିବାକୁ ମିଲିଛି। ମୋନି ନିଜର ସାଢୀର ସୁନ୍ଦର ଫଟୋ ଗୁଡ଼ିକୁ ସେୟାର କରିଛନ୍ତି ।

ଏଥି ସହ ମୌନି ଗାଢ ରଙ୍ଗରେ ଆଖି ମେକଅପ୍ କରି ନ୍ୟୁଡ୍‌ ମେକ୍‌ଅପ୍‌ରେ ଏକ ସିଲଭରର ଚମକଦାର ଶାଢୀ ସହିତ ବହୁତ ଆକର୍ଷଣୀୟ ଦେଖାଯାଉଛନ୍ତି । ମୌନି କହିଛନ୍ତି ଯେ ସେ କେବଳ ପାଶ୍ଚାତ୍ୟରେ ନୁହେଁ ପାରମ୍ପାରିକ ରୂପରେ ମଧ୍ୟ କାହାକୁ ପାଗଳ କରି ପାରିବେ। ପ୍ରଶଂସକମାନେ ମଧ୍ୟ କ୍ରମାଗତ ଭାବରେ କମେଣ୍ଟ ଦେଇ ଅଭିନେତ୍ରୀଙ୍କୁ ପ୍ରଶଂସା କରୁଛନ୍ତି ।

ତେବେ ମୌନି ଟିଭି ଶୋ ବ୍ୟତୀତ ବଲିଉଡରେ ମଧ୍ୟ ବହୁତ ଆକ୍ଟିଭ୍‌ । ତାଙ୍କୁ ଖୁବ୍ ଶୀଘ୍ର ଆୟାନ୍ ମୁଖାର୍ଜୀଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ନଜର ଆସିବେ। ନିକଟରେ ତାଙ୍କର ନୂଆ ମ୍ୟୁଜିକ୍ ଭିଡିଓ ‘ଡିସ୍କୋ ବଲମା’ ରିଲିଜ୍ ହୋଇଛି, ଯାହାକୁ ଫ୍ୟାନ୍ସ ମାନଙ୍କୁ ଖୁବ୍‌ ପସନ୍ଦ ଆସିଛି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ