ଅପରାଧ ରାଜ୍ୟ

ଦେଶର ବଡ଼ ନିଯୁକ୍ତି ଠକେଇର ପର୍ଦାଫାସ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ଦେଶର ସବୁଠୁ ବଡ଼ ନିଯୁକ୍ତି ଠକେଇ ରାକେଟ୍‌ରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲା ମଧ୍ୟପ୍ରଦେଶ ଉଜ୍ଜୟନୀ ନିକଟ ରତଲମର ଅର୍ପିତ ପଞ୍ଚାଲ। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ଝାରପଡ଼ା ଜେଲ ପଠାଇ ଦିଆଯାଇଛି। ଅର୍ପିତ ଜଣେ ଆଇଟି ଇଂଜିନିୟର ବୋଲି କ୍ରାଇମବ୍ରାଞ୍ଚ ସୂଚନା ଦେଇଛି।

ରବିବାର ଦିନ ଏ ସଂପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ଇଓଡବ୍ଲ୍ୟୁ ପକ୍ଷରୁ ସୂଚନା ଦିଆଯାଇଛି ଯେ ଆଜିକାଲିର ଯୁବପିଢ଼ି ଚାକିରି ଖଣ୍ଡିଏ ପାଇବା ପାଇଁ ବ୍ୟସ୍ତ ହୋଇପଡ଼ୁଛନ୍ତି। ଲାଞ୍ଚ ଦେଇ ଚାକିରି କରିବାକୁ ମଧ୍ୟ ପଛାଉ ନାହାନ୍ତି। ‌‌ସେହିଭଳି ‌ଚାକିରି ଆଶାୟୀଙ୍କୁ ଟାର୍ଗେଟ୍‌ କରିଥିଲା ଅର୍ପିତ। ଏଥିପାଇଁ ନକଲି ସରକାରୀ ୱେବ୍‌ସାଇଟ୍‌ ଖୋଲି ପାଖାପାଖି ୫୦ ହଜାର ଚାକିରି ଆଶାୟୀଙ୍କଠୁ କୋଟି କୋଟି ଟଙ୍କା ଠକି ନେଇଥିଲା। ଅର୍ପିତ ଓଡ଼ିଶା ସମେତ ପଶ୍ଚିମବଙ୍ଗ, କର୍ଣ୍ଣାଟକ, ଗୁଜରାଟରେ ନିଜର ନେଟ୍‌ୱର୍କ ଚଳାଇଥିଲା। ଉତ୍ତରପ୍ରଦେଶରୁ ଉଚ୍ଚ ଶିକ୍ଷିତ ଇଂଜିନିୟର୍‌ ଓ ୱେବସାଇଟ୍ ଡେଭଲପର୍‌ମାନଙ୍କୁ ଏଥିରେ ସାମିଲ କରିଥିଲା। ରୢାକେଟ୍‌‌ରେ ଶହେ ଜାଲ୍ ବ୍ୟାଙ୍କ ଆକାଉଣ୍ଟ ସହ ହଜାର ହଜାର ଫେକ୍‌ ମୋବାଇଲ୍‌ ସିମ୍ ଏବଂ ୫ଶହରୁ ଅଧିକ ମୋବାଇଲ ବ୍ୟବହାର ହେଉଥିଲା। ପୁଲିସର ଗତିବିଧିକୁ ଟ୍ରାକ୍ କରିବା ପାଇଁ କଲ୍‌ ସେଣ୍ଟର୍‌ ଖୋଲି ୫୦ ପିଲାଙ୍କୁ ଦରମା ଦେଇ ରଖିଥିଲା। ଏହି କର୍ମଚାରୀମାନେ ମାସକୁ ୧୫ ହଜାର ଟଙ୍କା ଲେଖାଏଁ ଦରମା ନେଉଥିଲେ। ଏଠାରେ କାର୍ଯ୍ୟରତ କର୍ମଚାରୀମାନେ ବଡ଼ ଚତୁର ଥିଲେ। ସେମାନେ ନକଲି ସିମ୍‌ ବ୍ୟବହାର କରି ହ୍ବାଟ୍‌ସଆପରେ କଲ୍‌ କରୁଥିଲେ। ଭୁଲରେ ବି ନିଜର ବ୍ୟକ୍ତିଗତ ମୋବାଇଲ୍‌ ଫୋନ୍‌ ବ୍ୟବହାର କରୁ ନଥିଲେ। ପୂର୍ବରୁ ଏହି ମାମଲାରେ ଇଓଡବ୍ଲ୍ୟୁ ମୁଖ୍ୟ ଅଭିଯୁକ୍ତ ଜାଫରକୁ ଆଲିଗଡ଼ରୁ ଗିରଫ କରିଥିଲା। ତାକୁ ୫ଦିନିଆ ରିମାଣ୍ଡରେ ନେଇ ପଚରାଉଚରା ବେଳେ ଅର୍ପିତ ସମ୍ପର୍କରେ ଜାଣିବାକୁ ପାଇଥିଲା ଇଓଡବ୍ଲ୍ୟୁ।

ଏଥିପାଇଁ ଜୀବନ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା, ଭାରତୀୟ ଜନସ୍ବାସ୍ଥ୍ୟ ସୁରକ୍ଷା ଯୋଜନା, ଗ୍ରାମୀଣ ସମାଜ ମାନବ ସ୍ବାସ୍ଥ୍ୟ ସେବା ଯୋଜନା ଆଦି ନାମରେ ୱେବସାଇଟ୍‌ ଖୋଲିଥିଲା। ଅଭିଯୁକ୍ତ ଜାଫର ନିଯୁକ୍ତି ନେଇ ଟାର୍ଗେଟ୍‌ କରିଥିବା ରାଜ୍ୟଗୁଡ଼ିକର ଆଞ୍ଚଳିକ ଖବରକାଗଜରେ ବିଜ୍ଞାପନ ମଧ୍ୟ ଦେଉଥିଲା। ବିଜ୍ଞାପନର ଡିଜାଇନ୍‌ ଅବିକଳ ସରକାରୀ ଭଳି ଲାଗୁଥିଲା। ଚାକିରି ଆଶାୟୀମାନେ ସଂସ୍ଥା ଦ୍ବାରା ଦିଆଯାଇଥିବା ଦରମା ପ୍ୟାକେଜ୍‌ ଦେଖି ଲୋଭରେ ପଡ଼ି ଯାଉଥିଲେ। ଚାକିରି ପାଇବା ନିମନ୍ତେ ରେଜିଷ୍ଟ୍ରେସନ୍‌ ଫି’, ପ୍ରବେଶିକା ଫି’, ତାଲିମ ଫି’, ଅଫର ଲେଟର ଫି’ ଭଳି ବିଭିନ୍ନ ପର୍ଯ୍ୟାୟରେ ପ୍ରତି ଆଶାୟୀଙ୍କଠାରୁ ୩ହଜାରରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଠକି ନେଉଥିଲା। ପ୍ରାୟ ୨ବର୍ଷ ହେବ ଅଭିନବ ଉପାୟରେ ନିଯୁକ୍ତି ବିଜ୍ଞାପନ ଦେଇ ଯୁବକଯୁବତୀମାନଙ୍କୁ ଠକୁଥିଲା ଏହି ରୢାକେଟ୍‌।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।