ଦେଶ ବିଦେଶ ସ୍ୱାସ୍ଥ୍ୟ

ଦେଶରେ ଦୈନିକ ସଂକ୍ରମଣ ହଜାରେ ଟପିଲା: ନଏଡ଼ାରେ ପୁଣି ୧୦ ଛାତ୍ର ସଂକ୍ରମିତ

ନଏଡ଼ା: ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗରରେ ଆଉ ୧୦ ଛାତ୍ର କରୋନା ସଂକ୍ରମିତ ହୋଇଛନ୍ତି। ଏଥିସହ ଜିଲ୍ଲାରେ ମୋଟ୍‌ ସଂକ୍ରମିତ ଛାତ୍ରଙ୍କ ସଂଖ୍ୟା ୨୦ରୁ ଅଧିକ ରହିଛି। ଗୌତମ ବୁଦ୍ଧ ନଗର ସ୍ବାସ୍ଥ୍ୟ ବିଭାଗ ଅନୁଯାୟୀ ମଙ୍ଗଳବାର ସକାଳଠାରୁ ଏଯାବତ ଗୌତମ ବୁଦ୍ଧ ନଗରରେ ୩୩ ଜଣ ସଂକ୍ରମିତ ହୋଇଛନ୍ତି। ଜିଲ୍ଲାରେ ମୋଟ୍‌ ସକ୍ରିୟ ମାମଲା ୯୦ରେ ପହଞ୍ଚିଛି। ସଂକ୍ରମଣ ବଢ଼ୁଥିବାବେଳେ ଚତୁର୍ଥ ଲହରକୁ ନେଇ ଚିନ୍ତା ପ୍ରକଟ ହୋଇଛି। ଅନ୍ୟପକ୍ଷେ ଆଜି ଦେଶରେ ୧,୦୮୮ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୩୮,୦୧୬ରେ ପହଞ୍ଚିଥିବାବେଳେ ସକ୍ରିୟ ମାମଲା ୧୦,୮୭୦କୁ ଖସି ଆସିଛି। ଗତ ୨୪ ଘଣ୍ଟାରେ ୨୬ କରୋନା ମୃତ୍ୟୁ ସହ ଦେଶରେ ମୋଟ୍‌ ମୃତ୍ୟୁସଂଖ୍ୟା ୫,୨୧,୭୩୬ ପହଞ୍ଚିଛି। ସକ୍ରିୟ ମାମଲା ମୋଟ୍‌ ସଂକ୍ରମଣ ମାମଲାର ୦.୦୩ ପ୍ରତିଶତ। ଅନ୍ୟପକ୍ଷେ ଜାତୀୟ ଆରୋଗ୍ୟ ହାର ୯୮.୭୬ ପ୍ରତିଶତ ରହିଛି। ଦେଶରେ ଦୈନିକ ପଜିଟିଭ୍‌ ହାର ୦.୨୫ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ୍‌ ହାର ୦.୨୪ ପ୍ରତିଶତ ରହିଛି। ମୋଟ୍‌ ୪,୨୫,୦୫,୪୧୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଅନ୍ୟପକ୍ଷେ ମୃତ୍ୟୁହାର ହେଉଛି ୧.୨୧ ପ୍ରତିଶତ।

ଦିଲ୍ଲୀରେ ବୁଧବାର ଦିନ ୨୯୯ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗତକାଲି ତୁଳନାରେ ଦିଲ୍ଲୀ ସଂକ୍ରମଣ ମାମଲାରେ ପାଖାପାଖି ୫୦ ପ୍ରତିଶତ ବୃଦ୍ଧି ହୋଇଛି। ଦିଲ୍ଲୀରେ ଗତ ସପ୍ତାହଠାରୁ ସଂକ୍ରମଣ ବଢ଼ୁଛି। ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି, ସ୍ଥିତି ଉପରେ ନଜର ରଖାଯାଇଛି ଏବଂ ଯେପର୍ଯ୍ୟନ୍ତ କୌଣସି ନୂଆ‌ ପ୍ରଜାତି ଚିହ୍ନଟ ହୋଇନି ସେପର୍ଯ୍ୟନ୍ତ ଚିନ୍ତା କରିବାର କିଛି କାରଣ ନାହିଁ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ