ଦେଶ ବିଦେଶ ସ୍ୱାସ୍ଥ୍ୟ

ଦେଶରେ କରୋନା ପୁଣି ଉପରମୁହାଁ ୭ ଦିନରେ ଦେଢ଼ ଲକ୍ଷ ସଂକ୍ରମିତ, ଦିନକରେ ୨୬,୨୯୧

୧୭ରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ମୋଦୀଙ୍କ ବୈଠକ

ନୂଆଦିଲ୍ଲୀ : ଦେଶରେ ଏବେ କରୋନା ସଂକ୍ରମଣ ଉପରମୁହାଁ ରହିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୨୬,୨୯୧ ନୂଆ ମାମଲା ଚିହ୍ନଟ ହୋ‌ଇଛି। ଏହା ୮୫ ଦିନ ମଧ୍ୟରେ ସର୍ବାଧିକ। ବିଭିନ୍ନ ରାଜ୍ୟରେ ସଂକ୍ରମଣ ସ୍ଥିତି ଜଟିଳ ହେଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆସନ୍ତା ୧୭ ତାରିଖ ଦିନ ଭର୍ଚୁଆଲ୍‌ ବୈଠକ କରିବେ। ବୁଧବାର ଦିନ ୧୨ଟା ୩୦ରେ ଏହି ବୈଠକ ହେବ। ଲଗାତାର ୫ ଦିନ ଧରି ଦେଶରେ ସଂକ୍ରମିତଙ୍କ ସଂଖ୍ୟା‌ ୨୦ ହଜାରରୁ ଅଧିକ ରହୁଥିବା ବେଳେ ଦେଶରେ ସକ୍ରିୟ ମାମଲା ୨୧୯,୨୬୨କୁ ବୃଦ୍ଧି ହୋ‌ଇଛି। କରୋନା ମୃତ୍ୟୁ ମଧ୍ୟ ୧୫୮,୭୨୫କୁ ବୃଦ୍ଧି ପାଇଛି।

ମହାରାଷ୍ଟ୍ର, ପଂଜାବ, କର୍ଣ୍ଣାଟକ, ଗୁଜରାଟ ଏବଂ ତାମିଲନାଡ଼ୁରୁ ୭୮.୪୧ ପ୍ରତିଶତ ନୂଆ ମାମଲା ଚିହ୍ନଟ ହୋଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟରୁ ଜଣାପଡ଼ିଛି। ତେବେ ଗତ ସପ୍ତାହରେ ଦେଶର ସାପ୍ତାହିକ ସଂକ୍ରମଣ ଡିସେମ୍ବର ମଧ୍ୟଭାଗ ପରେ ସର୍ବାଧିକ ରହିଛି। ପୂର୍ବ ସପ୍ତାହ ତୁଳନାରେ ଗତ ସପ୍ତାହର ସଂକ୍ରମଣରେ ୩୩ ପ୍ରତିଶତ ବୃଦ୍ଧି ହୋଇଛି। ମୋଟ୍‌ ଉପରେ ଗତ ୭ ଦିନରେ ପ୍ରାୟ ୧.୫୬ ଲକ୍ଷ (୧,୫୫,୯୧୨) ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗତ ୪ ସପ୍ତାହ ଧରି ସାପ୍ତା‌ହିକ ସଂକ୍ରମଣ ଦ୍ବିଗୁଣା ହେଉଛି।

ଦେଶରେ ସର୍ବାଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ରରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୧୬,୬୨୦ ମାମଲା ଚିହ୍ନଟ ହୋଇଥିବା ବେଳେ କେରଳରେ ୧,୭୯୨ ଏବଂ ପଂଜାବରେ ୧,୪୯୨ ନୂଆ ମାମଲା ଚିହ୍ନଟ ହୋଇଛି। ଦେଶରେ ମୋଟ୍‌ ସକ୍ରିୟ ମାମଲାର ୫୮ ପ୍ରତିଶତ କେବଳ ମହାରାଷ୍ଟ୍ରରୁ ଆସିଛି। ଇତିମଧ୍ୟରେ ଦେଶରେ କରୋନା ଟିକାକରଣ ୩ କୋଟି ଟପିଯାଇଛି। ନାଗପୁରରେ ଆଜିଠାରୁ ୭ ଦିନିଆ ଲକ୍‌ଡାଉନ୍‌ ଆରମ୍ଭ ହୋଇଛି। ନିୟମ କଡ଼ାକଡ଼ି ପାଳଳ ପାଇଁ ନାଗପୁରରେ ବ୍ୟାପକ ପୁଲିସ ଫୋର୍ସ‌୍ ମୁତୟନ ହୋଇଛନ୍ତି।

ଦେଶରେ ମୋଟ୍‌ ସଂକ୍ରମଣ ମାମଲା ୧,୧୩,୫୯,୦୪୮କୁ ବୃଦ୍ଧି ପାଇଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା ହର୍ଷବର୍ଦ୍ଧନ ଆଜି ପୁଣିଥ‌ରେ କହିଛନ୍ତି, ଲୋକମାନଙ୍କ ବେପରୁଆ କାର୍ଯ୍ୟକଳାପ ପାଇଁ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ହୋଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ