ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଦେଶଦ୍ରୋହ ଆଇନରେ ସଂଶୋଧନ କାମ ଚାଲିଛି: ସୁପ୍ରିମ୍‌କୋର୍ଟରେ କହିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଉପନିବେଶୀୟ ଅମଳର ଦେଶଦ୍ରୋହ ଆଇନ ବା ଆଇପିସିର ଧାରା ୧୨୪ଏ ଉପରେ ସମୀକ୍ଷା ଚାଲିଛି ଏବଂ ଏହାକୁ ସଂଶୋଧନ ପାଇଁ ପାର୍ଲାମେଣ୍ଟର ଆସନ୍ତା ମୌସୁମୀ ଅଧିବେଶନରେ ଉପସ୍ଥାପିତ କରାଯାଇପାରେ ବୋଲି କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟରେ କହିଛନ୍ତି।

ସିଜେଆଇ ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍ ଜେବି ପାର୍ଦିୱାଲାଙ୍କ ଖଣ୍ଡପୀଠ ଆଗରେ ଆଟର୍ଣ୍ଣି ଜେନେରାଲ (ଏଜି) ଆର୍ ଭେଙ୍କଟରମଣି କହିଥିଲେ ଯେ ସରକାର ଏହି ଆଇନରେ ସଂଶୋଧନ କରିବାକୁ ଚାହାନ୍ତି। ଏହି ପ୍ରକ୍ରିୟା ଏବେ ଅଗ୍ରଗାମୀ ସ୍ତରରେ ରହିଛି। ଖଣ୍ଡପୀଠ କହିଛନ୍ତି ଯେ, ଏଜିଙ୍କ ଅନୁରୋଧକ୍ରମେ ଏ ସମ୍ପର୍କିତ ମାମଲାର ଶୁଣାଣିକୁ ଅଗଷ୍ଟ ଦ୍ବିତୀୟ ସପ୍ତାହକୁ ଘୁଞ୍ଚାଇ ଦିଆଯାଇଛି।

ଉକ୍ତ ଆଇନର ବୈଧତା ନେଇ କୋର୍ଟରେ ପଡ଼ିଥିବା ଅନେକ ଆବେଦନ ଉପରେ ଆଜି ଶୁଣାଣି ହୋଇଥିଲା। ପିଟିସନରମାନଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଅରବିନ୍ଦ ଦାତର କହିଥିଲେ, କେଦାରନାଥ ସିଂହ ବନାମ ବିହାର ସରକାର ମାମଲାରେ ୫ ଜଣିଆ ଖଣ୍ଡପୀଠ ୧୯୬୨ର ଆଇନ ବ୍ୟବସ୍ଥାକୁ କାଏମ ରଖିଥିବାରୁ ଏହାର ଶୁଣାଣି ପାଇଁ ୭ ଜଣିଆ ବେଞ୍ଚର ବ୍ୟବସ୍ଥା କରାଯାଉ। ୨୦୨୨ ମେ ମାସରେ ସୁପ୍ରିମ୍‌କୋର୍ଟ କହିଥିଲେ, କେନ୍ଦ୍ର ସରକାର ଆଇନର ସମୀକ୍ଷା କରୁଥିବାରୁ ଏହି କାର୍ଯ୍ୟ ସରିବା ପର୍ଯ୍ୟନ୍ତ ଆଇନ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ନାହିଁ। ରାଜ୍ୟଗୁଡ଼ିକ ମଧ୍ୟ ଏହି ଆଇନ ଅନୁଯାୟୀ କୌଣସି କଠୋର ପଦକ୍ଷେପ ନ ନେବାକୁ କୋର୍ଟ ଆଦେଶ ଦେଇଥିଲେ। ଏଡିଟର୍ସ ଗିଲ୍‌ଡ ଅଫ୍ ଇଣ୍ଡିଆ, ଅବସରପ୍ରାପ୍ତ ମେଜର ଜେନେରାଲ ଏସ୍‌ଜି ବୋମ୍ବାଟକେରେ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ସୁରୀ ଓ ପିପୁଲ୍‌ସ ୟୁନିୟନ ଫର୍ ସିଭିଲ ଲିବର୍ଟିଜ୍ (ପିୟୁସିଏଲ୍‌) ପକ୍ଷରୁ ଆଇପିସିର ଧାରା ୧୨୪ଏର ବୈଧତାକୁ ନେଇ ପିଟିସନ ଦାୟର କରାଯାଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ