ଲୋକପ୍ରିୟ ଅଭିନେତ୍ରୀ ଦେବୀକା ଅରୁନ୍ଧତୀ ଏବଂ ଅଭିନେତା ମହାପ୍ରସାଦଙ୍କୁ ଖୁବ୍ଶୀଘ୍ର ଟିଭି ପରଦାରେ ଏକାଠି ଦେଖିବାକୁ ମିଳିବ। ମଞ୍ଜରୀ ଟିଭିର ଏକ ଧାରାବାହିକରେ ଉଭୟ ଏକାଠି ନଜରକୁ ଆସିବେ। ହେଲେ ଦୁହିଁଙ୍କୁ କେଉଁ ଧାରାବାହିକରେ ଦେଖିବାକୁ ମିଳିବ, ତାହା ଏପର୍ଯ୍ୟନ୍ତ ଚ୍ୟାନେଲ୍ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ନିକଟରେ ଦେବୀକା ଏବଂ ମହାପ୍ରସାଦଙ୍କ ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ସେମାନେ ମଞ୍ଜରୀ ପରିବାର ସହିତ ସାମିଲ ହେଉଥିବା ନେଇ ସୂଚନା ଦେଇଥିଲେ।
ଦେବୀକାଙ୍କ ବିଷୟରେ କହିବାକୁ ଗଲେ, ତାଙ୍କ ବାପା ହିମାଂଶୁ ସାମଲ ଯାତ୍ରା ଏବଂ ଟିଭି ଦୁନିଆର ଜଣେ ନାମୀ ନିର୍ଦ୍ଦେଶକ ହୋଇଥିବା ବେଳେ ମା’ ତିଳୋତ୍ତମା ଖୁଣ୍ଟିଆ ଓଲିଉଡ୍ର ଜଣେ ନାମୀ ଅଭିନେତ୍ରୀ। ବାପାଙ୍କ ନିର୍ଦ୍ଦେଶନାରେ ଦେବୀକା ଶିଶୁ କଳାକାର ଭାବେ ଧାରାବାହିକ ‘କଳିଯୁଗ’ରୁ ଅଭିନୟ କ୍ୟାରିୟର୍ ଆରମ୍ଭ କରିଥିଲେ। ଏହାପରେ ସେ ଅନେକ ଆଲବମ୍, ଡକ୍ୟୁମେଣ୍ଟାରି ଫିଲ୍ମ ଏବଂ ସିରିଏଲ୍ରେ ଅଭିନୟ କରି ପ୍ରଶଂସିତ ହେଇଛନ୍ତି। ସେହିପରି ଅଭିନେତା ମହାପ୍ରସାଦ ପୂର୍ବରୁ ତରଙ୍ଗ ଚ୍ୟାନେଲ୍ରେ ପ୍ରସାରିତ ଧାରାବାହିକ ‘ରାନୀ’ରେ ରାଜା ଚରିତ୍ରରେ ଅଭିନୟ କରି ଲୋକପ୍ରିୟ ହୋଇଛନ୍ତି। ଏହାପରେ ସେ ଆଉ ଏକ ଧାରାବାହିକ ‘ସାବିତ୍ରୀ’ରେ ମଧ୍ୟ ଅଭିନୟ କରିଛନ୍ତି। ସିରିଏଲ୍ ବ୍ୟତୀତ ମହାପ୍ରସାଦଙ୍କୁ ଅନେକ ଲୋକପ୍ରିୟ ମ୍ୟୁଜିକ୍ ଆଲବମ୍ରେ ମଧ୍ୟ ଦେଖିବାକୁ ମିଳିଛି। ତେବେ ସୋସିଆଲ ମିଡିଆରେ ଦେବୀକା ଏବଂ ମହାପ୍ରସାଦଙ୍କ ଫ୍ୟାନ୍ ଫଲୋଅର୍ସମାନେ ଦୁହିଁଙ୍କୁ ଏକାଠି ଟିଭି ପରଦାରେ ଦେଖିବା ପାଇଁ ଉତ୍ସାହିତ ଅଛନ୍ତି।

