ରାଜ୍ୟ

ଦେବବ୍ରତ ମଦନରାୟ ପାଇବେ କିଶୋରୀଚରଣ ଶତବାର୍ଷିକୀ ପୁରସ୍କାର

କଟକ: କିଶୋରୀଚରଣ ସ୍ମୃତି ସଂସଦ ପକ୍ଷରୁ କଥାକାର ଦେବବ୍ରତ ମଦନରାୟଙ୍କୁ କିଶୋରୀଚରଣ ଶତବାର୍ଷିକୀ ପୁରସ୍କାର ପ୍ରଦାନ କରାଯିବ। ଶ୍ରୀ ମଦନରାୟଙ୍କୁ ପୁରସ୍କାର ସ୍ୱରୂପ ୨୫ହଜାର ଟଙ୍କା, ମାନପତ୍ର ଓ ଉପଢୌକନ ପ୍ରଦାନ କରାଯିବ ବୋଲି ସଂସଦ ପକ୍ଷରୁ ସୂଚନା ଦିଆଯାଇଛି। କଥାକାର ମଦନରାୟ ‘ଆଲୁଅର ଛାଇ’, ‘ସୂର୍ଯ୍ୟର ଅନେକ ରଙ୍ଗ’, ‘ଦୁଃଖ ଅରଣ୍ୟ’, ‘କହ୍ନେଇର ବଂଶୀ’, ‘ଦୃଶ୍ୟ, ‘ସ୍ୱର୍ଗାରୋହଣ’ ଭଳି ୨୩ ଖଣ୍ଡ ଗଳ୍ପ ସଂକଳନ ଓ ‘କୁଶବିଦ୍ଧ’ ଏବଂ ‘ନିର୍ବାଣ’ ପରି ଉପନ୍ୟାସ ରଚନା କରି ଓଡ଼ିଆ କଥାସାହିତ୍ୟକୁ ସମୃଦ୍ଧ କରିଛନ୍ତି। ସେ ‘ନବଲିପି’ ପତ୍ରିକା ସଂପାଦନା କରିଆସୁଛନ୍ତି। ଏହି ଶତାବ୍ଦୀ ସମାରୋହରେ ‘ଚେନାଏ ସଫେଦ ଆକାଶ’ ଗଳ୍ପ ପୁସ୍ତକ ପାଇଁ ଯୁବ କଥାଶିଳ୍ପୀ ସ୍ନେହଲତା ଦାସଲେଙ୍କା, ‘ଖଙ୍ଗାର’ ଗଳ୍ପ ପୁସ୍ତକ ପାଇଁ ‘ସୁଧୀର କୁମାର ଧାଙ୍ଗଡ଼ାମାଝୀ ଓ ‘ପିନ୍‌କୋଡ୍’ ଗଳ୍ପ ପୁସ୍ତକ ପାଇଁ ଯୋଗେଶ୍ବର ପଣ୍ଡାଙ୍କୁ କିଶୋରୀଚରଣ ପୁରସ୍କାର ପ୍ରଦାନ କରାଯିବ। ପୁରସ୍କାର ସ୍ୱରୂପ ପ୍ରତ୍ୟେକଙ୍କୁ ୫ ହଜାର ଟଙ୍କା, ମାନପତ୍ର ଓ ଉପଢୌକନ ଦିଆଯିବ। ମାର୍ଚ୍ଚ ୧ ତାରିଖ ସଂଧ୍ୟାରେ ଶତାବ୍ଦୀ ଭବନଠାରେ କିଶୋରୀଚରଣ ଜନ୍ମ ଶତବାର୍ଷିକ ସମାରୋହରେ ସମସ୍ତଙ୍କୁ ପୁରସ୍କୃତ କରାଯିବ ବୋଲି ସ୍ମୃତି ସଂସଦର ସଂପାଦକ ଡକ୍ଟର ବିଜୟାନନ୍ଦ ସିଂହ ଜଣାଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।