ରାଜ୍ୟ ସ୍ପେଶାଲ ରିପୋର୍ଟ

ଦେଓମାଳି ଶିଖରରେ କଟେଜ ନିର୍ମାଣକୁ ନେଇ ବଢ଼ିଲା ଅଡୁଆ: ଏନଜିଟିରେ ଦାୟର ହେଲା ମାମଲା

ଜୟପୁର: ଦେଓମାଳି ଶିଖରରେ କଟେଜ ନିର୍ମାଣକୁ ନେଇ ଅଡୁଆ ବଢିଛି | ପ୍ରାୟ ୨୫ ଏକର ଜଙ୍ଗଲ ଜମିରେ କଂକ୍ରିଟ ନିର୍ମାଣକୁ ବିରୋଧ କରି ୱାଇଲ୍ଡ ଲାଇଫ ସୋସାଇଟି ଅଫ୍‌ ଓଡ଼ିଶା ପକ୍ଷରୁ ଏନଜିଟି ବା ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲରେ ଅଭିଯୋଗ କରାଯାଇଛି | ଆଉ ଏହାପରେ ଏନଜିଟି ପକ୍ଷରୁ ରାଜ୍ୟ ବନ ବିଭାଗ, କୋରାପୁଟ ଜିଲ୍ଲାପାଳ, କୋରାପୁଟ ବନଖଣ୍ଡ ଅଧିକାରୀଙ୍କୁ ନୋଟିସ ଦିଆଯାଇଛି | ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଅଗଷ୍ଟ ୨୩ରେ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି |

ବାସ୍ତବରେ ଗତବର୍ଷ ତତ୍କାଳୀନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଦେଓମାଳୀ ଗସ୍ତରେ ଯାଇଥିଲେ | ସେଠାକାର ମହିଳାଙ୍କୁ ସ୍ବାବଲମ୍ବୀ କରି ଆର୍ଥିକ ସ୍ଥିତିକୁ ମଜଭୁତ କରିବାକୁ ସବୁ ପ୍ରୟାସ କରାଯିବ ଓ ସର୍ବୋଚ୍ଚ ଶୃଙ୍ଗ ଦେଓମାଳି ପର୍ଯ୍ୟଟକଙ୍କ ଆକର୍ଷଣ କେନ୍ଦ୍ର ପାଲଟିବ ବୋଲି କହିଥିଲେ । ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ବଡ଼ ଘୋଷଣା କରିଥିଲେ। ଦେଓମାଳିରେ ହୋଟେଲ ନିର୍ମାଣ ସହ ଇକୋ ଟୁରିଜିମ୍‌ କଟେଜ୍‌ ନିର୍ମାଣ କରାଯିବ ଓ ଏହାର ସଂପୂର୍ଣ୍ଣ ଦାୟିତ୍ବ ଏସ୍‌ଏଚ୍‌ଜିକୁ ଦିଆଯିବ ଏବଂ ତାହାର ତଦାରଖ ମହିଳାମାନେ କରିବେ ବୋଲି କହିଥିଲେ। ଦେଓମାଳୀ ପର୍ବତ ଶିଖରକୁ ଯାଇ ଇକୋ ଟୁରିଜିମ୍‌ କଟେଜ୍‌ ନିମନ୍ତେ କେତେକ ସ୍ଥାନରେ ଜମି ଚିହ୍ନଟ କରିଥିଲେ। ଯାହାକୁ ନେଇ ଏବେ ଏନଜିଟିରେ ମାମଲା ଦାୟର ହୋଇଛି |

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।