ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଦୃଷ୍ଟିବାଧିତ ଶିକ୍ଷୟିତ୍ରୀଙ୍କୁ ପୁନଃ ନିଯୁକ୍ତି ଦେଲେ ରାଜ୍ୟ ସରକାର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ଭେଡ଼ାବାହାଲ ପ୍ରାଥମିକ ବିଦ୍ୟାଳୟର ଦୃଷ୍ଟିବାଧିତ ଶିକ୍ଷୟିତ୍ରୀ ତପେଶ୍ୱରୀ ପଣ୍ଡାଙ୍କୁ ରାଜ୍ୟ ସରକାର ପୁନଃ ନିଯୁକ୍ତି ଦେଇଥିବା ଜଣାଯାଇଛି। ଦୈନିକ ‘ସମ୍ବାଦ’ରେ ପ୍ରଥମେ ପ୍ରକାଶ ପାଇବା ପରେ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ତପେଶ୍ବରୀ ପଣ୍ଡା(୫୦) ସୁନ୍ଦରଗଡ଼ ବ୍ଲକ୍ ଅନ୍ତର୍ଗତ ଭେଡ଼ାବାହାଲ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷୟିତ୍ରୀ ଭାବେ ଶିକ୍ଷାଦାନ କରି ଆସୁଥିଲେ। ବିଏ ବିଇଡି ଶିକ୍ଷା ଯୋଗ୍ୟତା ହାସଲ କରିଥିବା ଶ୍ରୀମତୀ ପଣ୍ଡା ୨୦୧୭ରେ ଅଚାନକ ଦୃଷ୍ଟିଶକ୍ତି ହରାଇଥିଲେ। ଏହା ପରେ ରାଜ୍ୟ ସରକାର ତାଙ୍କୁ ଅକ୍ଷମ କହି ସମ୍ବେଦନହୀନ ଭାବେ ବାଧ୍ୟତାମୂଳକ ଅବସର ଦେଇ ଚାକିରିରୁ ବିଦା କରିଥିଲେ।

ଏ ସମ୍ପର୍କରେ ପ୍ରଥମେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ରାଜ୍ୟ ବ୍ୟାପି ଆଲୋଡ଼ନ ସୃଷ୍ଟି କରିଥିଲା। ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ସରକାର ପଛକୁ ହଟିଥିଲେ। ତାଙ୍କୁ ପୁଣି ନିଯୁକ୍ତି ଦିଆଯାଇଛି। ତେବେ ତପେଶ୍ବରୀଙ୍କୁ ଅକ୍ଷମ ଦର୍ଶାଇ ଏପରି ସମ୍ବେଦନହୀନ ଭାବେ ସରକାରଙ୍କୁ ରିପୋର୍ଟ ଦେଇଥିବା ଅଧିକାରୀ କିଏ ଓ ତାଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଲୋକେ ପ୍ରଶ୍ନ କରିଛନ୍ତି।

ସୂଚନାଯୋଗ୍ୟ, ଭେଡ଼ାବାହାଲ ସ୍କୁଲରେ ଶିକ୍ଷକତା କରୁଥିବା ତପେଶ୍ବରୀଙ୍କ ୨୦୧୭ରେ ଚକ୍ଷୁ ସମସ୍ୟା ଦେଖା ଦେଇଥିଲା। ତା’ପରଠୁ ତାଙ୍କ ଜୀବନରେ ଝଡ଼ ଆସିଗଲା ଯେମିତି। ଭୁବନେଶ୍ବର ଆପୋଲୋ ହସ୍ପିଟାଲରେ ବ୍ୟୟବହୁଳ ଅସ୍ତ୍ରୋପଚାର କରିବା ପରେ ମଧ୍ୟ ସେ ଭଲ କରି ଦେଖି ପାରୁ ନଥିଲେ । କିନ୍ତୁ ସ୍କୁଲ ଯିବା ଦିନେ ବି ବନ୍ଦ ନଥିଲା ତାଙ୍କର। ତାଙ୍କ ନାମରେ ପରିଚାଳନା କମିଟି କି ଅଭିଭାବକଙ୍କ ପକ୍ଷରୁ ଧାଡ଼ିଟେ ବି ଅଭିଯୋଗ ନଥିଲା। ଏହା ସତ୍ତ୍ବେ ରାଜ୍ୟ ସରକାରଙ୍କ ବାଧ୍ୟତାମୂଳକ ଅବସର ତାଲିକାରେ ତାଙ୍କ ନାମ ଆସିଥିଲା, ଯାହାକୁ ନେଇ ସେ ଅତି ମ୍ରିୟମାଣ ହୋଇପଡ଼ିଥିଲେ। ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ସରକାର ତାଙ୍କ ପ୍ରତି ନରମ ନହେବା ତାଙ୍କୁ ବ୍ୟଥିତ କରିଥିଲା। ଭିନ୍ନକ୍ଷମ ଯୋଗୁଁ, ତାଙ୍କୁ ସ୍କୁଲ କିମ୍ବା ଶିକ୍ଷା ବିଭାଗର ଅନ୍ୟ କୌଣସି କାମରେ ନିୟୋଜିତ କରାଯାଇପାରିଥାନ୍ତା, ତେଣୁ ସରକାର ନିଷ୍ପତ୍ତିର ପୁନଃବିଚାର କରନ୍ତୁ ବୋଲି ସେ ଆକୁଳ ଅନୁରୋଧ କରିଥିଲେ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି