ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ବେତନଟୀ : ବାରମ୍ବାର ଦୁଷ୍କର୍ମର ଶିକାର ହୋଇ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ୬ ମାସର ଗର୍ଭବତୀ ହେବା ପରେ ବଳପୂର୍ବକ ଔଷଧ ଖୁଆଇ ତାଙ୍କର ଗର୍ଭପାତ କରାଇ ଦେଇଛି ଅଭିଯୁକ୍ତ ଯୁବକ। ଏହି ଜଘନ୍ୟ କାଣ୍ଡରେ ସହଯୋଗ କରିଛନ୍ତି ଅଭିଯୁକ୍ତର ବାପା, ମା। ପୀଡ଼ିତା ନାବାଳିକା ଏବେ ସଙ୍କଟାପନ୍ନ ଅବସ୍ଥାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ମା ଏ ସଂକ୍ରାନ୍ତରେ ଥାନାରେ ଏତଲା ଦେଇଛନ୍ତି।
ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଅଞ୍ଚଳର ଏହି ପୀଡ଼ିତା ନାବାଳିକା (୧୩)ଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଅଭିଯୁକ୍ତ ଯୁବକ ବାରମ୍ବାର ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ ବେଳର ଭିଡିଓକୁ ନିଜ ମୋବାଇଲ୍ରେ କୌଶଳକ୍ରମେ ଉଠାଇ ରଖିଥିଲା। ନାବାଳିକା ଜଣକ ୬ ମାସର ଅନ୍ତଃସତ୍ତ୍ବା ଥିବା ଜାଣିବା ପରେ ତାଙ୍କ ଗର୍ଭନଷ୍ଟ କରିବାକୁ ଯୋଜନା କରିଥିଲା ଅଭିଯୁକ୍ତ। ପୀଡ଼ିତାଙ୍କୁ ନିଜ ଘରକୁ ଡାକି ବାପାମା’ଙ୍କ ସହଯୋଗରେ ବଳପୂର୍ବକ ଏକ ଔଷଧ ଖୁଆଇ ଦେଇଥିଲା। ସେଠାରୁ ନିଜ ଘରକୁ ଫେରିବା ପରେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ପରିବାର ଲୋକ ଝିଅକୁ ପ୍ରଥମେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ଓ ପରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରୀକ୍ଷା ପରେ ପେଟରେ ଥିବା ପିଲାଟି ମରିଯାଇଥିବା ଜଣାପଡ଼ିଥିଲା। ପୀଡ଼ିତାଙ୍କ ଜୀବନ ବଞ୍ଚାଇବା ପାଇଁ ମୃତ ପିଲାଟିକୁ ଅସ୍ତ୍ରୋପଚାର କରି ବାହାର କରାଯାଇଛି। ତେବେ ପୀଡ଼ିତା ନାବାଳିକା ଜଣକ ସଙ୍କଟାପନ୍ନ ଅବସ୍ଥାରେ ଏବେ ବି ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।
ବୈଶିଙ୍ଗା ପୁଲିସ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ଅଭିଯୁକ୍ତ ଓ ତାର ବାପା ଓ ମାଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l