ରାଜ୍ୟ ସ୍ପେଶାଲ ରିପୋର୍ଟ

ଦୁଷ୍କର୍ମ ଅଭିଯୋଗ ଆସିବାପରେ ସକ୍ରିୟ ସଦସ୍ୟଙ୍କୁ ମୃତ୍ୟୁଦଣ୍ଡ ଦେଲା ମାଓ ସଙ୍ଗଠନ

ମାଲକାନଗିରି: ଦୁଷ୍କର୍ମ ଅଭିଯୋଗ ଆସିବାପରେ ସକ୍ରିୟ ସଦସ୍ୟଙ୍କୁ ମୃତ୍ୟୁଦଣ୍ଡ ଦେଲା ମାଓ ସଙ୍ଗଠନ। ମାଓ ନେତା ମାନୁ ଦୁଗାଙ୍କୁ ଗଳା କାଟି ହତ୍ୟା କରାଯାଇଛି। ଛତିଶଗଡ଼ କାଙ୍କେର ଜିଲ୍ଲା କୋଇଲିବେଡା ଅଞ୍ଚଳରେ ଏଭଳି ଘଟଣା ଘଟିଛି। ମନୁ କାଙ୍କେର ଡିଭିଜନ କିସୋକୋଡି ଏରିଆ କମିଟିର ସକ୍ରିୟ ସଦସ୍ୟ।

ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର କାଙ୍କେର ଜିଲ୍ଲାର କୋଇଲିବେଡା ଅଞ୍ଚଳରେ ମାଓବାଦୀମାନ‌େ ନିଜର ଜଣେ ମାଓସାଥୀଙ୍କ ଗଳା କାଟି ହତ୍ୟା କରିଛନ୍ତି। ମାଓବାଦୀ ସଂଗଠନରେ ଥିବା ମହିଳା ସଦସ୍ୟଙ୍କ ଉପରେ ଖରାପ ନଜର ରଖୁଥିବାରୁ ଏହି ହତ୍ୟା କରାଯାଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ମାଓବାଦୀ ପିଏଲଜିଏ ବାଟାଲିଆନ୍ ୧୭ର ସଦସ୍ୟ ଥିଲେ ମୃତକ ମାଓବାଦୀ ମାନୁ ଦୁଗା। ମାନୁ ନାମରେ ପୁଲିସ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ସେ ବର୍ତ୍ତମାନ କିସୋକୋଡି ଏରିୟା କମିଟର ସଦସ୍ୟା ଭାବରେ କାମ କରୁଥି‌ଲେ। ସେ ବହୁ ମାଓ ହିଂସାରେ ସାମିଲ ହୋଇଥିଲେ। ମାଓ ସଂଗଠନରେ ଥିବା ମହିଳାମାନଙ୍କ ପ୍ରତି ତାଙ୍କର ନଜର ଭଲ ନଥିଲା। ସେ ସେମାନଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରୁଥିଲେ। ଏନେଇ ମହିଳାମାନ‌େ ମାନୁ ଉପରେ ଅନେକ ଥର ଅଭିଯୋଗ ମଧ୍ୟ କରିଥିଲେ। ଏହାପରେ ସଂଗଠନ ପକ୍ଷରୁ ମାନୁଙ୍କୁ ବାରମ୍ବାର ପରାମର୍ଶ ଦିଆଯାଇଥିଲା କିନ୍ତୁ ସେ ତାଙ୍କର ବ୍ୟବହାରରେ କୌଣସି ପରିବର୍ତ୍ତନ ହୋଇନଥିଲା।

ସେ ସଂଗଠନର ମହିଳାମାନଙ୍କ ସହ ବାରମ୍ବାର ଅସଦାଚରଣ କରିବା ସହିତ ଅଶ୍ଲୀଳ କଥାବାର୍ତ୍ତା କରୁଥିଲେ। ଯେତେବେଳେ ମାନୁ ଦୁଗାଙ୍କୁ ଅନେକ ଥର ମନାଇବା ପରେ ମଧ୍ୟ ନିଜର ଅଭ୍ୟାସରେ ପରିବର୍ତ୍ତନ କରିନଥିଲେ, ସେତେବେଳେ ତାଙ୍କୁ ମାଓବାଦୀମାନେ ପ୍ରଜା କୋର୍ଟରେ ଗଳାକାଟି ହତ୍ୟା କରିଥିଲେ। ହତ୍ୟା ପରେ ମୃତଦେହକୁ ମାଓବାଦୀମାନେ କୋଇଲିବେଡା ନିକଟ ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ମୃତଦେହ ନିକଟରୁ ପୁଲିସ ଏହି ଲିଖିତ କାଗଜକୁ ଉଦ୍ଧାର କରିଛି। ସେହି କାଗଜରେ ମାଓବାଦୀମାନେ ମାନୁଙ୍କୁ ହତ୍ୟା ହେବାର କାରଣକୁ ଉଲ୍ଲେଖ କରିଥିବା ପୁଲିସ ପ୍ରକାଶ କରିଛି। ମାନୁଙ୍କ ମୃତଦେହକୁ ଜବତ କରାଯାଇ ଶବବ୍ୟବଚ୍ଛେଦ ପାଇଁ ଚିକିତ୍ସାଳୟକୁ ପଠାଯାଇଛି ଏବଂ ଘଟଣାର ତଦନ୍ତ ଚାଲିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।