ଅପରାଧ ରାଜ୍ୟ

ଦୁର୍ନୀତିରେ ଛନ୍ଦି ହେଉଛି ସମବାୟ ବ୍ୟାଙ୍କ: ୧୫ କୋଟିର ଅନିୟମିତତାକୁ ନେଇ ଲଢ଼େଇ

ସୁନ୍ଦରଗଡ଼ : ବ୍ୟାଙ୍କର ସ୍ବାର୍ଥକୁ ଉପେକ୍ଷାକରି ଅନେକ ଅନିୟମିତତା ଓ ବେନିୟମ କାର୍ଯ୍ୟ କରିଥିବା ଦର୍ଶାଇ ସୁନ୍ଦରଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ପରିଚାଳନା ପରିଷଦକୁ ଓଡ଼ିଶା ସମବାୟ ସମିତି ନିବନ୍ଧକ(ଓଆର୍‌ସିଏସ୍) ଚିନ୍ମୟ କୁମାର କବି ନିଲମ୍ବିତ କରିଛନ୍ତି। ୧୪ ଦିନ ତଳେ ନିର୍ବାଚିତ ହୋଇ ଆସିଥିବା ପରିଷଦ ଉପରେ ଏପରି କଡ଼ା କାର୍ଯ୍ୟାନୁଷ୍ଠାନ ସାରାରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ଏତେ କମ୍‌ ସମୟ ମଧ୍ୟରେ ପରିଷଦ ଏମିତି କେଉଁ ଦୁର୍ନୀତି କି ଅନିୟମିତତାରେ ଛନ୍ଦି ହେଲା, ନା ଏହାପଛରେ ଅନ୍ୟ କିଛି ଭିତିରି କାରଣ ରହିଛି, ତାକୁ ନେଇ ଉଠିଛି ପ୍ରଶ୍ନ। ଏହି ଘଟଣା ପରେ ୧୫ କୋଟିର ଅନିୟମିତତାକୁ ନେଇ ଚାଲିଥିବା ଲଢ଼େଇ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛି।

୨୦୦୬ ଏପ୍ରିଲ ୧୩ ତାରିଖରେ ସୁନ୍ଦରଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କର ତତ୍କାଳୀନ ସିଇଓ ଗୋପବନ୍ଧୁ ଶତପଥୀ ତତ୍କାଳୀନ ବ୍ୟାଙ୍କ ମ୍ୟାନେଜମେଣ୍ଟକୁ ଅନ୍ଧାରରେ ରଖି ରାଉରକେଲା ଶାଖାକୁ ସ୍ବତନ୍ତ୍ର ଆର୍ଥିକ କ୍ଷମତା ଦେଇଥିଲେ। ଏହାର ଫାଇଦା ନେଇ ୧୦ କୋଟିର ଅନିୟମିତତା କରିଥିଲେ ବ୍ୟାଙ୍କ ଅଧିକାରୀ। ତାହାକୁ ସ୍ପେଶାଲ ଅଡିଟ୍‌ ଧରିଥିଲା। ସେତେବେଳେ ବ୍ୟାଙ୍କ ଶାଖା ପରିଚାଳକ ସୁବାସଚନ୍ଦ୍ର ରଥ ଓ ହିସାବରକ୍ଷକ ନିତ୍ୟାନନ୍ଦ ନାୟକ ଭିଜିଲାନ୍ସ ତଦନ୍ତ ପରିସରଭୁକ୍ତ ହେବା ସହ ନିଲମ୍ବିତ ହୋଇଥିଲେ। କିନ୍ତୁ, ତତ୍କାଳୀନ ସିଇଓ ଗୋପବନ୍ଧୁ ଶତପଥୀଙ୍କୁ ତଦନ୍ତ ପରିସରକୁ ଆଣିନଥିଲା ଭିଜିଲାନ୍ସ। କିନ୍ତୁ ଏହି ଆର୍ଥିକ ଅନିୟମିତତାରେ ଶ୍ରୀ ଶତପଥୀଙ୍କ ସମ୍ପୃକ୍ତି ଥିବା ଦର୍ଶାଇ ଅଦାଲତରେ ଚାଲେଞ୍ଜ କରିଥିଲେ ପୂର୍ବତନ ସଭାପତି ଭବାନୀ ମାଝୀ। ତାହା କୋର୍ଟରେ ବିଚାରାଧୀନ ରହିଛି।

ସେହିଭଳି, ଓଡ଼ିଶା ସମବାୟ ଅଡିଟ୍‌ ୨୦୧୮ ଏପ୍ରିଲ ୧ରୁ ୨୦୨୧ ମେ ୩୧ ଯାଏ ସ୍ବତନ୍ତ୍ର ଅଡିଟ୍‌ କରି ୪.୫୬ କୋଟିର ଆର୍ଥିକ ଅନିୟମିତତା ଧରିଥିଲା। ଏ ନେଇ ନି‌ର୍ଦ୍ଦେଶକ ୨୦୨୨ ଫେବ୍ରୁଆରି ୨ ତାରିଖରେ ସମବାୟ ବିଭାଗ ପ୍ରମୁଖ ଶାସନ ସଚିବଙ୍କୁ ଚିଠି ଲେଖି ବ୍ୟାଙ୍କ ସିଇଓ ସୁରେଶଚନ୍ଦ୍ର ଦାସ ଓ ପରିଚାଳନା କମିଟି ସଭାପତି ଭବାନୀ ମାଝୀ ଓ ସଭ୍ୟମାନଙ୍କଠାରୁ ଏସବୁ ଟଙ୍କା ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବ୍ୟାଙ୍କ ସିଇଓ ଭାବେ ସୁରେଶଚନ୍ଦ୍ର ଦାସଙ୍କ ନିଯୁକ୍ତି ବେଆଇନ ଦର୍ଶାଇ ସେଥିପାଇଁ ଦାୟୀ ବ୍ୟାଙ୍କ ପରିଚାଳନା କମିଟି ସଭାପତିଙ୍କ ସମେତ ୧୩ ଜଣ ସଭ୍ୟଙ୍କଠାରୁ ୫୦ ଲକ୍ଷ ୪୧ ହଜାର ୨ ଶହ ଟଙ୍କା ଆଦାୟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ବ୍ୟାଙ୍କ ସିଇଓ ଭାବେ ବହୁ ଅନିୟମିତତା କରିଥିବା ଶ୍ରୀ ଦାସଙ୍କଠାରୁ ୧ କୋଟି ୪୮ ଲକ୍ଷ ୨ ହଜାର ୪୬୫ ଟଙ୍କା, ବ୍ୟାଙ୍କର ନୂଆ ଅଫିସ କୋଠା ନିର୍ମାଣରେ ଅନିୟମିତତା ବାବଦକୁ ୧ କୋଟି ୫ ଲକ୍ଷ ଟଙ୍କା, ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ବହିଃଉତ୍ସ ଜରିଆରେ ନିଯୁକ୍ତି ବେଆଇନ ହୋଇଥିବାରୁ ସେମାନଙ୍କୁ ଦିଆଯାଇଥିବା ୧ କୋଟି ୫୨ ଲକ୍ଷ ୯୨ ହଜାର ୯୧୨ ଟଙ୍କା ମଧ୍ୟ ପରିଚାଳନା କମିଟି ସଭାପତି ଓ ସଭ୍ୟମାନଙ୍କଠାରୁ ଆଦାୟ କରିବାକୁ ନିର୍ଦ୍ଦେଶ ହୋଇଥିଲା। ବର୍ତ୍ତମାନ ୧୦ କୋଟିର ଆର୍ଥିକ ଅନିୟମିତତା ବନାମ ୪.୬୫ କୋଟିର ଅନିୟମିତତା ଲଢ଼େଇ ମଧ୍ୟରେ ସନ୍ତୁଳି ହେଉଛି ସୁନ୍ଦରଗଡ଼ ସମବାୟ ବ୍ୟାଙ୍କ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।