ରାଜ୍ୟ ସ୍ପେଶାଲ ରିପୋର୍ଟ

ଦୁର୍ଗାପୂଜା ଦେଖି ଘରକୁ ଫେରୁଥିଲେ: ଅଜଣା ଗାଡ଼ି ଧକ୍କାରେ ଆରପାରିକୁ ଚାଲିଗଲା ବାପ, ପୁଅ ଗୁରୁତର

ଦେଓଗାଁ/ସଇଁତଲା: ୨୬ନମ୍ବର ଜାତୀୟ ରାଜପଥ ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ବେଲଗାଁ ଫାଣ୍ଡି ପୀପୃଟ ଗାଁ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଅଜଣା ଗାଡ଼ି ଧକ୍କା ଦେବାରୁ କରମତଳା ପଞ୍ଚାୟତ ଝିମାନପାଲି ଗ୍ରାମର ଲକ୍ଷ୍ମଣ ଭୋଇ(୪୫)ଙ୍କ ମୃତ୍ୟୁ ହୋଇଥିବାବେଳେ ପୁଅ ଅନିଲ(୨୦) ଗୁରୁତର ଆହତ ହୋଇଥିବା ଜଣାଯାଇଛି।
ପୁଲିସ ସୂତ୍ରରୁ ପ୍ରକାଶ, ବାପ ପୁଅ ଦୁହେଁ ମୋଟର ସାଇକେଲରେ ଶିଷକେଲା ଗ୍ରାମକୁ ଦୁର୍ଗାପୂଜା ଦେଖିବାକୁ ଯାଇଥିଲେ। ରବିବାର ରାତିରେ ଫେରୁଥିବାବେଳେ ଉଭୟଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇ ପଳାଇଥିଲା। ଏହାଫଳରେ ଲକ୍ଷ୍ମଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ପୁଅ ଅନିଲଙ୍କୁ ଗୁରୁତର ଅବସ୍ଥାରେ ପୁଲିସ ଉଦ୍ଧାର କରି ସଇଁତଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସୋମବାର ସକାଳୁ ବ୍ୟବଚ୍ଛେଦ ପାଇଁ ଲକ୍ଷ୍ମଣଙ୍କ ମୃତଦେହକୁ ପୁଲିସ ଟିଟିଲାଗଡ଼ ପଠାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।