ଖେଳ ଦେଶ ବିଦେଶ

ଦୁଇ ଦିନରେ‌ ଖେଳ ଖତମ୍ ୧୪୦.୨ ଓଭର / ୩୮୭ ରନ୍ / ୩୦ ୱିକେଟ୍

ମୋଟେରା : ସ୍ଥାନୀୟ ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମ୍‌ରେ ଭାରତ-ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଦିବାରାତ୍ର ଗୋଲାପୀ ବଲ୍ ଟେଷ୍ଟ୍‌ ମାତ୍ର ଦୁଇ ଦିନରେ ଶେଷ ହୋ‌ଇଛି। ଏହି ମ୍ୟାଚ୍‌କୁ ଭାରତ ଆଜି ୧୦ ୱିକେଟରେ ଜିତି ନେଇଛି। ବିଶ୍ବର ସବର୍ବୃହତ୍ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍ ୫ଟି ଅଧିବେଶନରେ ସୀମିତ ରହିଯାଇଛି। ଏଥିରେ ୧୪୦.୨ ଓଭର ବୋଲିଂ ହୋଇଥିବା ବେଳେ ୩୮୭ ରନ୍ ସଂଗ୍ରହ କରାଯାଇଛି। ମୋଟ୍ ୩୦ଟି ୱିକେଟର ପତନ ଘଟିଛି। ପ୍ରଥମ ଦିନରେ ୧୩ଟି ୱିକେଟର ପତନ ଘଟିଥିବା ବେଳେ ଦ୍ବିତୀୟ ଦିନରେ ୧୭ଟି ୱିକେଟର ପତନ ଘଟିଛି।

ଟେଷ୍ଟ କ୍ରିକେଟ ମ୍ୟାଚ୍ ଇତିହାସରେ ଭାରତ ତୃତୀୟ ଥର ଲାଗି ଦୁଇ ଦିନ ଭିତରେ ମ୍ୟାଚ୍ ଜିତିଛି। ତେବେ ପିଚ୍‌କୁ ନେଇ ବିବାଦ ସୃଷ୍ଟି ହୋଇଛି। ମାଇକେଲ ଭନ୍ ଏବଂ ହରଭଜନ ସିଂହଙ୍କ ଭଳି କେତେକ ପୂର୍ବତନ ଖେଳାଳି ପିଚ୍‌କୁ ନେଇ ପ୍ରଶ୍ନ ଉଠାଇଛନ୍ତି। କହିଛନ୍ତି ଯେ ଟେଷ୍ଟ ମ୍ୟାଚ୍ ପାଇଁ ଏହି ପିଚ୍ ଆଦୌ ଯୋଗ୍ୟ ନୁହେଁ। କିନ୍ତୁ ଅଧିନାୟକ କୋହଲି ଏବଂ ରୋହିତ ଶର୍ମା ଏହି ପିଚ୍ ସପକ୍ଷରେ ଯୁକ୍ତି କରିଛନ୍ତି। ସେମା‌େନ କହିଛନ୍ତି ଯେ ପିଚ୍ ବହୁତ ଭଲ। କିନ୍ତୁ ଉଭୟ ଦଳର ବ୍ୟାଟିଂ ନୈରାଶ୍ୟଜନକ ଥିଲା।

ଆଉ ଏକ ଉଲ୍ଲେଖନୀୟ କଥା ହେଲା ଯେ ଏହି ମ୍ୟାଚ୍ ଗୋଲାପୀ ବଲରେ ଖେଳାଯାଇଥିଲା। ବଲ୍‌ରେ ଅସ୍ବାଭାବିକ ଟର୍ନ ନେଉଥିଲା ପିଚ୍‌। ଭାରତରେ ପ୍ରଥମ ଥର ପାଇଁ ଦୁଇ ବର୍ଷ ତଳେ ଅର୍ଥାତ୍ ୨୦୧୯ରେ ଦିବାରାତ୍ର ଗୋଲାପୀ ବଲ୍ ଟେଷ୍ଟ୍ ଇଡେନ୍ ଗାର୍ଡେନ୍ସରେ ହୋଇଥିଲା। ବାଂଲାଦେଶ ବିପକ୍ଷ ‌ସେହି ମ୍ୟାଚ୍‌କୁ ମଧ୍ୟ ଅଢ଼େଇ ଦିନରେ ଜିତି ନେଇଥିଲା ଭାରତ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ