ଅପରାଧ ରାଜ୍ୟ

ଦୁଇ କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ, ୩ ଗିରଫ

ଭୁବନେଶ୍ବର ୦୬।୦୬: ରାଜଧାନୀରେ ଥମୁନି ଧଳାଜହର କାରବାର । ଭୁବନେଶ୍ୱର ଏମ୍‌ସ ନିକଟରୁ ୨ କୋଟିରୁ ଅଧିକ ଟଙ୍କା ବ୍ରାଉନ୍‌ସୁାଗର ଜବତ ହୋଇଛି । ଏହାସହିତ ତିନିଜଣଙ୍କୁ ଗିରଫ କରିଛି ଏସ୍‌ଟିଏଫ୍‌ । ଗିରଫ ଅଭିଯୁକ୍ତ ହେଲେ ତମାଣ୍ଡୋର ଭାଗିରଥୀ ଭଟ୍ଟ, ଖୋର୍ଦ୍ଧା ବାଲିପାଟଣାର ବିଶ୍ବଜିତ ନାୟକ, ଖଣ୍ଡଗିରି ଅଞ୍ଚଳର ଚନ୍ଦନ ମଲ୍ଲିକ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ବ୍ରାଉନ୍‌ସୁଗାର କାରବାର୍‌ ନେଇ ଏସ୍‌ଟିଏଫ୍‌ ନିକଟରେ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ଭୁବନେଶ୍ୱର ଏମ୍‌ସ ନିକଟରେ ଚଢାଉ କରିଥିଲେ ଏସ୍‌ଟିଏଫ୍‌ । ବ୍ରାଉନ୍‌ସୁଗାର କାରବାର ଅଭିଯୋଗରେ ୩ଜଣଙ୍କୁ ଗିରଫ କରିଛି ଏସ୍‌ଟିଏଫ୍‌ । ସେମାନଙ୍କ ନିକଟରୁ ୨ କେଜି ୫୮ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଛି । ତେବେ ୨୦୨୦ରୁ ବର୍ତ୍ତମାନ ସୁଦ୍ଧା ୫୪ କେଜି ବ୍ରାଉନସୁଗାର ଜବତ କରିଛି ଏସ୍‌ଟିଏଫ୍‌ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।