ଅପରାଧ ରାଜ୍ୟ

ଦୁଇ କିନ୍ନର ଗୋଷ୍ଠୀଙ୍କ ଗଣ୍ଡଗୋଳ ଘଟଣା, ୪ ଅଟକ

ଭଦ୍ରକ ୦୩।୦୭: ଭଦ୍ରକରେ ଦୁଇ କିନ୍ନର ଗୋଷ୍ଠୀଙ୍କ ମଧ୍ୟରେ ଆକ୍ରମଣ ଘଟଣା । ପୋଲିସ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଏବେ ଯାଏଁ ୪ଜଣ କିନ୍ନରଙ୍କୁ ଅଟକ ରଖିଥିବା ଜଣାପଡିଛି । ତେବେ ଯଦି ସେମାନଙ୍କରେ ଏହି ମାର୍‌ପିଟ୍‌ ଘଟଣାରେ ସଂପୃକ୍ତି ଜଣାପଡେ, ତେବେ ଆଗକୁ ଗିରଫଦାରୀ ସଂଖ୍ୟା ବଢିବାର ସମ୍ଭାବନ ମଧ୍ୟ ରହିଛି ।

ଖବର ଅନୁଯାୟୀ, ସୀମା ବିବାଦ , ଟ୍ରେନ୍‌ରେ ବ୍ୟାଗିଙ୍ଗ ଓ ଟୋଲ୍‌ ଗେଟ୍‌ରେ ଟଙ୍କା ସଂଗ୍ରହକୁ ନେଇ ଦୁଇ କିନ୍ନର ଗୋଷ୍ଠୀ ମଧ୍ୟରେ ମାର୍‌ପିଟ୍‌ ହୋଇଥିଲା । ଦୁଇ ଜିଲ୍ଲାର ଦୁଇ କିନ୍ନର ଗୋଷ୍ଠୀ ଓ ସେମାନଙ୍କ ସମର୍ଥକଙ୍କ ମଧ୍ୟରେ ଜୋରଦାର ମାର୍‌ପିଟ୍‌ ହୋଇଥିଲା । ଗୋଟିଏ ଗୋଷ୍ଠିର ସମର୍ଥକ ମାନେ ରାତି ଅଧରେ ହୋଟେଲ ପଶି ଅନ୍ୟ ଗୋଷ୍ଠିକୁ ମାଡ଼ ମାରିଥିଲେ । ଏମିତି କି ହୋଟେଲରେ ବ୍ୟାପକ ଭଙ୍ଗାରୁଜା କରିବା ସହ ହୋଟେଲରେ ଥିବା କିନ୍ନରଙ୍କ ମଧ୍ୟରୁ କେତେକଙ୍କ ଚୁଟି କାଟିଦେଇଥିଲେ ।

ଜଣେ କିନ୍ନର ଙ୍କୁ ହୋଟେଲ ଝରକା ରୁ ବାହାରକୁ ଠେଲି ଦେଇଥିବା ଖବର ମିଳିଛି । ହୋଟେଲ ର ଗେଟ , ଆସବାବପତ୍ର ଭାଙ୍ଗିବା ସହ କିନ୍ନର ଙ୍କ ଜୋତା , ଚପଲ , ଡ୍ରେସ ସହ କଟା ହୋଇଥିବା ଚୁଟି ସମ୍ପୂର୍ଣ ହୋଟେଲ ରେ ଖେଳେଇ ହୋଇପଡିଛି । ତେବେ ଦୁଇ ଗୋଷ୍ଠୀଙ୍କ ଆକ୍ରମଣ ଓ ପ୍ରତି ଆକ୍ରମଣରେ ୫ କିନ୍ନର ଗୁରୁତର ହୋଇ ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ସେପଟେ ବିବାଦ ପରେ ଆକ୍ସନକୁ ଆସିଛି ପୋଲିସ । ଘଟଣାରେ ୪ଜଣ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଯଦି ମାମଲାରେ ସେମାନଙ୍କର ସଂପୃକ୍ତି ମିଳେ, ତେବେ ତୁରନ୍ତ ଗିରଫ କରାଯିବ । ଆଗାମୀ ଦିନରେ ଗିରଫ ସଂଖ୍ୟା ମଧ୍ୟ ବଢିପାରେ ବୋଲି ଆଶଙ୍କାର କରାଯାଉଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।