ରାଜନୀତି ରାଜ୍ୟ

ଦୁଇ କଂଗ୍ରେସ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ

ଭୁବନେଶ୍ବର: ଦୁଇ କଂଗ୍ରେସ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ବିଧାୟକ ସୁରେଶ ରାଉତରାୟ ଓ ମହମ୍ମଦ ମୋକିମଙ୍କୁ ଦଳୀୟ ବିଶୃଙ୍ଖଳା ପାଇଁ କଂଗ୍ରେସ ତରଫରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଉଭୟଙ୍କୁ ୭ଦିନ ଭିତରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦଳୀୟ ଶୃଙ୍ଖଳା ଭାଙ୍ଗିବାକୁ ନେଇ ନୋଟିସ ଜାରି କରାଯାଇଛି ବୋଲି କଂଗ୍ରେସ ଶୃଙ୍ଖଳା କମିଟି ଅଧ୍ୟକ୍ଷ କିଶୋର ପଟେଲ ସୂଚନା ଦେଇଛନ୍ତି। ଏଦୁଇ ବିଧାୟକ ଗତ ପଦ୍ମପୁର ନିର୍ବାଚନରେ କଂଗ୍ରେସର ଶୋଚନୀୟ ପ୍ରଦର୍ଶନକୁ ନେଇ ଦଳ ବିରୋଧୀ ମନ୍ତବ୍ୟ ଦେଇଥିଲେ।

ଏଣେ ଜଟଣୀ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ନୋଟିସର ଉଚିତ ଜବାବ ଦେବେ।ଯାହା ଦଣ୍ଡ ଦେବେ ଗ୍ରହଣ କରିବି। ବିଜେପି ର ଭୋଟ ରହିଲା। ମୁଁ ଭୋଟ ବିକ୍ରି କଥା କହିନି, ମୁଁ କହିଥିଲି ୨୮ ହଜାର ଭୋଟ ଗଲା କୁଆଡେ। କଂଗ୍ରେସର କେଉଁ ନେତା କି ପ୍ରାର୍ଥୀ ଙ୍କ ନାଁ କହିନି। ଭୋଟର କିଣା ବିକା ହୋଇଛନ୍ତି। ଅପ୍ରିୟ ସତ ମୁଁ କହିବି। କେହି ରୋକି ପାରିବିନି। କଂଗ୍ରେସ ବିରୁଦ୍ଧରେ ବିନ୍ଦୁଏ କହିବିନି। ଆଉ ମୁଁ ସକ୍ରିୟ ରାଜନୀତିରେ ରହିବିନି। କିନ୍ତୁ ଶେଷ ଯାଏ କଂଗ୍ରେସ ପାଇଁ କାମ କରିବି।

ସୂଚନାଯୋଗ୍ୟ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପଦ୍ମପୁରରେ ବିଜେଡି ଓ କଂଗ୍ରେସ୍ ଡିଲ୍ କଥାକୁ ନେଇ ଯେଉଁ ଅଭିଯୋଗ କରିଛନ୍ତି, ତାହା ସତ ବୋଲି କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ କହିଥିଲେ।
ସୁରେଶ କୁମାର ରାଉତରାୟ କହିଥିଲେ, ପଦ୍ମପୁରରେ କଂଗ୍ରେସକୁ ହରାଇବା ପାଇଁ ସମ୍ପୂର୍ଣ୍ଣ ଡିଲ୍ ହୋଇଥିଲା। ଦଳର ସବୁ ବିଶିଷ୍ଟ ନେତା କଂଗ୍ରେସକୁ ହରେଇବାକୁ ସେଠିକି ଯାଇଥିଲେ, ଜିତେଇବା ସେମାନଙ୍କର ଲକ୍ଷ୍ୟ ନଥିଲା। ଏ ନେଇ ମୁଁ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ରିପୋର୍ଟ ଦେବି। ଆମେ ଏକ ଟିମ ଯାଇ ଏ ବିଷୟରେ ହାଇକମାଣ୍ଡଙ୍କୁ ଜଣାଇବୁ। ଉପରଠୁ ନେଇ ତଳ ପର୍ଯ୍ୟନ୍ତ ଅନେକ ନେତା ଏହି ଡିଲରେ ବିକ୍ରି ହୋଇଛନ୍ତି। ଶରତ ପଟ୍ଟନାୟକ ନିରୀହ ଲୋକଟେ, ତେଣୁ ତାଙ୍କୁ ସଖୀ କଣ୍ଢେଇ ପରି ନଚଉଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର