ଧର୍ମ

ଦୀର୍ଘ ୬ମାସ ପରେ ଖୋଲିଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ମନ୍ଦିର, ମା’ଙ୍କ ଦର୍ଶନ କରି ଭାବ ବିହ୍ବଳ ହେଲେ ଭକ୍ତ

କୋଣାର୍କ ୪।୮: କରୋନା ଦ୍ବିତୀୟ ଲହର ପାଇଁ ଦୀର୍ଘ ୬ ମାସ ପ୍ରତୀକ୍ଷାର ଅନ୍ତ ଘଟିଛି । ଭକ୍ତ ଓ ଭଗବାନଙ୍କ ମିଳନ ହୋଇଛି । କରୋନା କଟକଣା କୋହଳ ହେବା ପରେ ଖୋଲିବାକୁ ଯାଇଛି ଧାର୍ମିକ ପୀଠସ୍ଥଳୀ । କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ମନ୍ଦିର ବୁଧବାର ସକାଳୁ ସମ୍ପୂର୍ଣ୍ଣ ରୀତି ନୀତି ଅନୁସାରେ ସକାଳ ୫ଟାରେ ମନ୍ଦିର ପହଡ଼ ଖୋଲା ଯାଇଛି । ୬ ମାସ ପରେ ପୁଣି ଏକାଠି ହୋଇଛନ୍ତି ଭକ୍ତ ଓ ଭଗବାନ । କୋଟି କୋଟି ଓଡିଆଙ୍କ ଆତ୍ମାକୁ ମିଳିଛି ଆସ୍ବସ୍ତି ।


କରୋନା କଟକଣାରେ ବନ୍ଦ ହୋଇଥିବା ମନ୍ଦିର ଖୋଲିବା ପରେ ଖୁସି ହୋଇଛନ୍ତି ଭକ୍ତ ଓ ସେବାୟତ । ସମ୍ପୂର୍ଣ୍ଣ ନିୟମ ଭିତରେ ଖୋଲିଛି ମା’ ମଙ୍ଗଳା ମନ୍ଦିର ପ୍ରଥମେ ଭକ୍ତଙ୍କୁ ଥର୍ମାଲ ସ୍କାନିଂ ସହିତ ସାନିଟାରୀ କରି ମନ୍ଦିର ଭିତରକୁ ଯିବା ପାଇଁ ଅନୁମତି ଦିଆଯାଇଛି । ମାସ୍କକୁ ବାଧ୍ୟତାମୂଳକ କରିବା ସହିତ ମଙ୍ଗଳା ମନ୍ଦିର ଭିତରେ ବାରିକେଟ୍ ବ୍ୟବସ୍ଥା କରାଯାଇଛି । ସାମାଜିକ ଦୂରତା ରକ୍ଷା କରି ଭକ୍ତମାନେ ପୂର୍ବଦ୍ବାର ପଟେ ମା’ଙ୍କୁ ଦର୍ଶନ କରି ଉତ୍ତର ଦ୍ବାର ପ୍ରସ୍ଥାନର ବ୍ୟବସ୍ଥା କରାଯାଇଛି ।


ଏପଟେ ମା’ ମଙ୍ଗଳା ମନ୍ଦିରରେ ଭୋଗ କରିବା ପାଇଁ ମନା କରାଯାଇଥିବା ବେଳେ ଦୂର ଦୂରାନ୍ତରୁ ଆସୁଥିବା ଭକ୍ତମାନେ ଏବେ ସିଧାସଳଖ ସୁବିଧାରେ ମା’ଙ୍କ ଦର୍ଶନ କରି ଭାବ ବିହ୍ବଳ ହୋଇଛନ୍ତି । ମା’ ମଙ୍ଗଳା ପୀଠରେ ବୁଧବାର ଦୀର୍ଘ ଦିନ ପରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ