ଅମୃତସର ୦୩।୦୨: କରୋନା ସଂକ୍ରମଣ ପାଇଁ ବହୁ ଦିନ ହେଲା ସମସ୍ତ ସ୍କୁଲ , କଲେଜ ସମେତ ଅନେକ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା । ତେବେ ସଂକ୍ରମଣ ସଂଖ୍ୟା କମିବା ପରେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ ସରକାର । ଦୀର୍ଘ ୮ରୁ ୯ମାସ ପରେ ରାଜ୍ୟରେ ସ୍କୁଲ ଖୋଲିଛି । କିନ୍ତୁ ସ୍କୁଲ ଖୋଲିବା ପରେ ୧୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହାପରେ ବାଧ୍ୟ ହୋଇ ସ୍କୁଲକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ପଞ୍ଜାବ ନଓ୍ୱାଶହର ଅନ୍ତର୍ଗତ ସାଲୋହରେ ଥିବା ଏକ ସରକାରୀ ହାଇସ୍କୁଲର ୧୪ଜଣ ଛାତ୍ରଛାତ୍ରୀ ଏବଂ ୩ଜଣ ଶିକ୍ଷକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ସ୍କୁଲରୁ ଏତେ ପରିମାଣର କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସ୍କୁଲକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ସେହିପରି ସ୍କୁଲର ଅନ୍ୟ ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ସ୍ୱାବ ସଂଗ୍ରହ କରାଯାଇଛି । ଏବଂ ପରୀକ୍ଷା ପାଇଁ ସ୍ୱାବ ପଠାଯାଇଛି ।
ଖବର ଅନୁଯାୟୀ, ଉକ୍ତ ସ୍କୁଲରେ ମୋଟ ୩୫୦ରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢିଥାନ୍ତି । ସୋମବାର ଦିନ ୬୦ଜଣଙ୍କ ସ୍ୱାବ ସଂଗ୍ରହ କରାଯାଇଥିଲା । ସେଥିରୁ ୧୪ଜଣ ଛାତ୍ରଛାତ୍ରୀ ଓ ୩ଜଣ ଶିକ୍ଷକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାପରେ ସ୍କୁଲକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । କିନ୍ତୁ ଛାତ୍ରଛାତ୍ରୀମାନଙ୍କ ପାଠପଢା ଅନ୍ଲାଇନ୍ ଜରିାରେ ଚାଲିବ ବୋଲି ସ୍କୁଲ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି ।