ଦେଶ ବିଦେଶ ମନୋରଞ୍ଜନ

ଦୀପ୍‌ ସିଦ୍ଧୁ ମୃତ୍ୟୁ ମାମଲା: ଦୁର୍ଘଟଣାରେ ସମ୍ପୃକ୍ତ ଥିବା ଟ୍ରକ୍‌ ଡ୍ରାଇଭର୍‌ଙ୍କୁ ରିମା‌ଣ୍ଡ୍‌ରେ ନେବ ପୁଲିସ

ଚଣ୍ଡୀଗଡ଼: ପଞ୍ଜାବୀ ଅଭିନେତା ଦୀପ୍‌ ସିଦ୍ଧୁଙ୍କ ଦୁର୍ଘଟଣାଜନିତ ମୃତ୍ୟୁ ଘଟଣାରେ ସମ୍ପୃକ୍ତ ଥିବା ଟ୍ରକ୍‌ର ଚାଳକଙ୍କୁ ଆଜି ଅଦାଲତରେ ହାଜର କରାଯିବ। ତାଙ୍କୁ ରିମାଣ୍ଡ୍‌ରେ ନେବା ପାଇଁ ହରିୟାଣା ପୁଲିସ ଅଦାଲତଙ୍କୁ ନିବେଦନ କରିପାରନ୍ତି ବୋଲି କୁହାଯାଉଛି।

ହରିୟାଣାର ନୁହ୍‌ନିବାସୀ କାସିମ୍‌ ନାମକ ଉକ୍ତ ଟ୍ରକ୍‌ର ଚାଳକଙ୍କୁ ଗତକାଲି ଗିରଫ କରାଯାଇଥିଲା।

ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଦୁର୍ଘଟଣା ପରେ କାସିମ୍‌ ଘଟଣାସ୍ଥଳରୁ ଖସି ପଳାଇଥିଲେ। ଗତବର୍ଷ ସାଧାରଣତନ୍ତ୍ର ଦିବସରେ ଲାଲ୍‌କିଲ୍ଲା ହିଂସାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ଅଭିଯୋଗ ହୋଇଥିବା ୩୭ ବର୍ଷିୟ ଅଭିନେତା ଦୀପ୍‌ଙ୍କ ‘ଏସ୍‌ୟୁଭି’ ସୋନିପତ୍‌ ଜିଲ୍ଲା ଦେଇ ଯାଇଥିବା କୁଣ୍ଡଲି-ମାନେଶ୍ବର-ପାଲ୍‌ୱାଲ୍‌ ଏକ୍ସପ୍ରେସ୍‌ୱେରେ ଗୋଟାଏ ଟ୍ରକ୍‌କୁ ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ଘଟିଥିଲା।

ସେ ଦିଲ୍ଲୀରୁ ପଞ୍ଜାବ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଦୀପ୍‌ ସିଦ୍ଧୁଙ୍କ ଭାଇ ମନ୍‌ଦୀପ୍‌ଙ୍କ ଅଭିଯୋଗ ଆଧାରରେ ଉକ୍ତ ଡ୍ରାଇଭର୍‌ଙ୍କ ବିରୋଧରେ ବେପରୁଆ ଗାଡ଼ିଚାଳନା ମାମଲା ରୁଜୁ ହୋଇଥିଲା।

ଆଜି ତାଙ୍କୁ ଅଦାଲତରେ ହାଜର କରାଯିବ ବୋଲି ସୋନିପତ ଜିଲ୍ଲାର ଖାରଖୋଡ଼ା ଥାନାର ତଦନ୍ତକାରୀ ଅଧିକାରୀମାନେ କହିଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ