ଦେଶ ବିଦେଶ ମନୋରଞ୍ଜନ

ଦୀପିକ‌ାଙ୍କ ପାଇଁ ଅନନ୍ୟାଙ୍କ ସ୍ନେହବୋଳା ପୋଷ୍ଟ୍‌

ଅଭିନେତ୍ରୀ ଦୀପିକା ପାଦୁକୋନ୍‌, ଅନନ୍ୟା ପାଣ୍ଡେ ଓ ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀ ଏବେ ଶକୁନ ବତ୍ରାଙ୍କ ଚଳଚ୍ଚିତ୍ରର ସୁଟିଂ ପାଇଁ ଗୋଆରେ ଅଛନ୍ତି। ଏହି ସମୟରେ ଦୀପିକା ଓ ଅନନ୍ୟାଙ୍କ ମଧ୍ୟରେ ଭଲ ବନ୍ଧୁତ୍ବ ସୃଷ୍ଟି ହୋଇଛି। କିଛି ଦିନ ତଳେ ଅନନ୍ୟାଙ୍କ ଜନ୍ମ ଦିନରେ ଦୀପିକା ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତା ପୋଷ୍ଟ କରିଥିଲେ। ସେଥିରେ ସ‌େ ଅନନ୍ୟାଙ୍କ ପ୍ରତି ନିଜ ଭଲ ପାଇବା ପ୍ରଦର୍ଶନ କରିଥିଲେ।

ଏବେ ଦୀପିକାଙ୍କ ପ୍ରତି ଅନନ୍ୟା ବି ନିଜ ଭଲ ପାଇବା ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଦୀପିକାଙ୍କୁ ଆଲିଙ୍ଗନ କରୁଥିବାର ଏ‌କ ଫଟୋ ସେୟାର କରିବା ସହ ଅନନ୍ୟା ଲେଖିଛନ୍ତି, ‘ମୁଁ ତୁମକୁ ବହୁତ ଭଲ ପାଏ। ତୁମେ ଜଣେ ହିଁ ମଣିଷ, ଯାହାଙ୍କୁ ମୁଁ ଖୁସିରେ ଆଲିଙ୍ଗନ କରିପାରେ’। ଅନନ୍ୟାଙ୍କ ଏହି ପୋଷ୍ଟରେ ଦୀପିକା ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ଲଭ୍‌ ୟୁ ବେବି ଗର୍ଲ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ