ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଦୀପାବଳି ପୂର୍ବରୁ କମିଲା ସୁନା ଦର: ୭ ବର୍ଷରେ ଗୋଟିଏ ଦିନରେ ସର୍ବାଧିକ ହ୍ରାସ

ନୂଆଦିଲ୍ଲୀ ୧୦/୧୧ : କରୋନା ଭ୍ୟାକସିନକୁ ନେଇ ଖୁସି ଖବର ମଧ୍ୟରେ ଅନ୍ତରାଷ୍ଟ୍ରୀୟ ସ୍ଥରରେ ସୁନା ଦର ହ୍ରାସ ପାଇଛି। ରାଇଟର୍ସର ଏକ ଖବର ଅନୁଯାୟୀ, ଅନ୍ତରାଷ୍ଟ୍ରୀୟ ସ୍ଥରରେ ସୁନା ଦର ୫ ପ୍ରତିଶତ ଅଧିକ ହ୍ରାସ ପାଇଛି। ୨୦୧୩ ମସିହା ପରେ ଗୋଟିଏ ଦିନରେ ସର୍ବାଧିକ ହ୍ରାସ ପାଇଛି ସୁନା ଦର। ଏହାର ପ୍ରଭାବ ଘରୋଇ ବଜାରରେ ମଧ୍ୟ ପଡିଛି। ଭାରତୀୟ ବଜାରରେ ମଧ୍ୟ ସୁନା ଦର ହ୍ରାସ ପାଇପାରେ। ବର୍ତ୍ତମାନ ସ୍ଥିତିରେ ସୁନା ଦର ୫-୮ ପ୍ରତିଶତ ହ୍ରାସ ପାଇବାର ସମ୍ଭାବନା ରହିଛି। କାରଣ ଭାରତୀୟ ମୁଦ୍ରା ମଧ୍ୟ ଲଗାତାର ମଜବୁତ ହେଉଛି। ସୋମବାର ଦିନ ଦିଲ୍ଲୀରେ ସୁନା ଦର ବୃଦ୍ଧି ପାଇ ୫୨ ହଜାର ୧୮୩ ହୋଇଥିଲା। ଏହା ପୂର୍ବରୁ ଶୁକ୍ରବାର ଦିନ ସୁନା ଦର ୧୦ ଗ୍ରାମ ପିଛା ୫ ହଜାର ୧୦୬ ଟଙ୍କା ବୃଦ୍ଧି ପାଇଥିଲା।

ଭ୍ୟାକସିନକୁ ନେଇ ଭଲ ଖବର ଆସିବା ପରେ ସୁନା ନିବେଶରେ ଚାହିଦା ହ୍ରାସ ପାଇଛି। ଫଳରେ ସୁନା ରୁପା ଦାମ ହ୍ରାସ ପାଇଛି। ବିଦେଶ ବଜାରରେ ଆମେରିକୀୟ ଗୋଲ୍ଡ ଫ୍ୟୁଚର ୪.୯ ପ୍ରତିଶତ ଖସିଛି। ସୋମବାର ଦିନ ସୁନା ଦାମ ଆଉନ୍ସ ପ୍ରତି ପାଖାପାଖି ୧୯୬୫.୩୩ ଡଲାର ଥିଲା।

ସୋମବାର ଦିନ ଅଶୋଧିତ ତୈଳ ଦର ବୃଦ୍ଧି ପାଇଥିଲା। ଅନ୍ତରାଷ୍ଟ୍ରୀୟ ବେଞ୍ଚମାର୍କ ବ୍ରେଣ୍ଟ କ୍ରୁଡ଼ ଦର ୮ ପ୍ରତିଶତ ବୃଦ୍ଧି ପାଇ ବେରଲ ପ୍ରତି ୪୨.୬୧ ଡଲାର ଥିଲା। ସେହିଭଳି ଆମେରିକୀୟ ଅଶୋଧିତ ତୈଳ ୯ ପ୍ରତିଶତ ବୃଦ୍ଧି ପାଇ ବେରଲ ପ୍ରତି ୪୦.୪୯ ଡଲାରରେ ପହଞ୍ଚିଥିଲା।

ଆମେରିକୀୟ ଫାର୍ମା କମ୍ପାନୀ ଫାଇଜର ଓ ତାର ଜର୍ମାନୀ ପାର୍ଟନର କମ୍ପାନୀ BioNTech SE ଦାବି କରିଛି ଯେ କରୋନା ଭ୍ୟାକସିନ ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ୯୦ ପ୍ରତିଶତ ପ୍ରଭାବଶାଳୀ। ଏହି ଦୁଇଟି ପ୍ରଥମ କମ୍ପାନୀ ଯିଏ ଅଧିକ ପରିମାଣର ଭ୍ୟାକସିନ ପରୀକ୍ଷଣର ତାଲିକା ଜାରି କରିଛି। ଫାଇଜର କହିଛି ଯେ ସେ ନିଜର ଟୁ-ଡୋଜ ଭ୍ୟାକସିନର ଏମର୍ଜେନ୍ସି ଅଥୋରାଇଜେସନ ପାଇଁ ଚଳିତ ମାସରେ USFDA ଠାରୁ ଅନୁମତି ନେବ। ଏକ୍ସପର୍ଟ କହିଛନ୍ତି ଯେ, ଯେମିତି କରୋନା ଭ୍ୟାକସିନକୁ ନେଇ ଭଲ ଖବର ଆସିବ, ସୁନା ଦର ଉପରେ ଏହାର ପ୍ରଭାବ ପଡିବ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ