ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଦୀପାବଳିରେ ଭାରତ ମାଲାମାଲ୍: ହେଲା ୭୨ ହଜାର କୋଟି ଟଙ୍କାର କାରବାର, ୪୦ ହଜାର କୋଟି ଟଙ୍କାର ଘାଟାରେ ପଡିଲା ଚୀନ

ନୂଆଦିଲ୍ଲୀ ୧୫।୧୧: କରୋନା ମହାମାରୀର ଗମ୍ଭୀର ସଙ୍କଟ ମଧ୍ୟରେ ସମଗ୍ର ଦେଶରେ ଚଳିତ ବର୍ଷ ଦୀପାବଳି ପର୍ବ ଏକ ଭିନ୍ନ ଢଙ୍ଗରେ ପାଳନ କରାଯାଇଛି। ଏଥର ପାର୍ବଣରେ ବିଶେଷତ୍ଵ ମଧ୍ୟ ଦେଖିବାକୁ ମିଳିଛି। ଏଥିରେ ଅନେକ ନୂତନତ୍ଵ ଭରି ରହିଛି। ଖାସ୍ କରି ଚୀନ ସାମଗ୍ରୀର ପୂର୍ଣ୍ଣ ବହିଷ୍କାର, ବଡ ଧରଣରେ ଭାରତୀୟ ସାମଗ୍ରୀର ବ୍ୟବହାର ସହିତ ଭାରତରେ ଆଠ ମାସର ବାଣିଜ୍ୟିକ ନିର୍ବାସନ ସମାପ୍ତ ହୋଇଛି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକାଲ ଫର ଭୋକାଲ ଏବଂ ଆତ୍ମ ନିର୍ଭର ଭାରତକୁ କନଫେଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ(କ୍ୟାଟ୍) ନେତୃତ୍ଵରେ ସମଗ୍ର ଦେଶରେ ସ୍ଵେଦେଶୀ ବ୍ୟବହାରକୁ ପ୍ରୋତ୍ସାହନ ଦିଆଯାଉଛି। ପରିଣାମ ସ୍ଵରୂପ ଏଥର ପାର୍ବଣରେ ଭାରତୀୟ ବସ୍ତୁ ଏବଂ ସାମଗ୍ରୀର ବିକ୍ରିପଟା ବହୁତ ହୋଇଥିବା ବେଳେ ଘାଟାରେ ପଡିଛି ଚୀନ।

ଚଳିତ ବର୍ଷ ଦୀପାବଳି ପାର୍ବଣ ଋତୁରେ ପୂରା ଦେଶରେ ଭଲ କାରବାର ହୋଇଛି। ଏହା ଭବିଷ୍ୟତରେ ଭଲ କାରବାର ସମ୍ଭାବନାର ସଙ୍କେତ ଦେଇଛି। ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ, ଭାରତୀୟ ଉତ୍ସବ ସମୟରେ ସାମଗ୍ରୀ କିଣା ବିକା ମାମଲାରେ କରୋନା ଓ ଚୀନ ଉଭୟଙ୍କୁ ପଛରେ ପକାଇ ଦେଇଛି।

ମିଳିଥିବା ସୂଚନା ଅନୁଯାୟୀ ଦୀପାବଳିର ପାର୍ବଣ ସିଜିନରେ ସମଗ୍ର ଦେଶରେ ପ୍ରାୟ ୭୨ ହଜାର କୋଟି ଟଙ୍କାର କାରବାର ହୋଇଛି। ଚୀନ ସାମଗ୍ରୀ ବହିଷ୍କାର କାରଣରୁ ପାର୍ବଣ ଋତୁରେ ଡ୍ରାଗନର ସିଧାସଳଖ ୪୦ ହଜାର କୋଟି ଟଙ୍କା ଘାଟା ହୋଇଛି। ହେଲେ ଚଳିତ ବର୍ଷ ବାଣ ବିକ୍ରି ଏବଂ ଫୁଟାଇବା ଉପରେ ପ୍ରତିବନ୍ଧକ ଲାଗିବାରୁ ବାଣ ନିର୍ମାଣକାରୀ ଏବଂ ବିକ୍ରେତାଙ୍କ ପ୍ରାୟ ୧୦ ହଜାର କୋଟି ଟଙ୍କା କ୍ଷତି ଘଟିଛି। ଦେଶର ୨୦ ସହର ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, କୋଲକାତା, ନାଗପୁର, ରାୟପୁର, ଭୁବନେଶ୍ଵର, ରାଞ୍ଚି, ଭୋପାଳ, ଲକ୍ଷ୍ନୌ, କାନପୁର, ନୋଏଡା, ଜାମ୍ମୁ, ଅହମ୍ମଦାବାଦ, ସୁରଟ, କୋଚିନ୍, ଜୟପୁର, ଚଣ୍ଡୀଗଡକୁ କ୍ୟାଟ୍‌ ବିତରଣ ସହର କୁହାଯାଏ। ଏହି ସବୁ ସହରରେ କାରବାର ଉପରେ କ୍ୟାଟ୍ ଦ୍ଵାରା ନିୟମିତ ସର୍ବେକ୍ଷେଣ କରାଯାଏ।

ରିଟେଲ୍‌ କ୍ଷେତ୍ରରେ ଭାରତରେ ପାର୍ବଣ ଋତୁରେ ଖେଳନା, ବିଜୁଳି ଉପକରଣ ଓ ସାମାନ, ରୋଷେଇ ସାମଗ୍ରୀ, ଉପହାର, ମିଠା, ଘରକରଣା ଜିନିଷ, କଂସା ବାସନ, ସୁନା ଗହଣା, ଜୋତା, ଘଣ୍ଟା, ଫର୍ଣ୍ଣିଚର, ପୋଷାକ, ଫ୍ୟାସନ ପରିଧାନ, କପଡା, ଘର ସଜା ଉପକରଣ, ମାଟିର ଦୀପ ସହିତ ଦୀପାବଳି ପୂଜା ସାମଗ୍ରୀ, ହସ୍ତକଳା, ଘର ଦ୍ଵାରରେ ଲାଗୁଥିବା ଶୁଭ-ଲାଭ, ଓମ, ଦେବୀ ଲକ୍ଷ୍ମୀ ଆଦି ଅନେକ ଜିନିଷର ବିକ୍ରି ବହୁତ ଭଲ ହୋଇଛି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ