ରାଜ୍ୟ ସ୍ପେଶାଲ ରିପୋର୍ଟ

ଦୀପାବଳିରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାଣ ଫୁଟାଇବାରୁ ପୁଣି ବିଷାକ୍ତ ହେଲା ଦିଲ୍ଳୀ ବାୟୁ

ନୂଆଦିଲ୍ଲୀ: ବାରଣ ସତ୍ତ୍ବେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ବାଣ ଫୁଟାଇ ଦିଲ୍ଳୀର ପରିବଶେକୁ ପୁଣି ଥରେ ବିଷାକ୍ତ କରି ଦେଇଛନ୍ତି ସହରବାସୀ। ଗତକାଲି ଦୀପାବଳି ପାଳନ ପରେ ପୁଣି ଥରେ ରାଜଧାନୀ ଦିଲ୍ଲୀର ବାୟୁ ଅବସ୍ଥା ବିଗିଡ଼ି ଯାଇଛି। ଗତକାଲି ଦୀପାବଳି ରାତିରେ ପରେ ଆଜି ସକାଳୁ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳଗୁଡିକ ଘନ କୁହୁଡିରେ ଆଚ୍ଛାଦିତ ହୋଇଥିଲା। ଜାତୀୟ ରାଜଧାନୀର ଅନେକ ଅଞ୍ଚଳରେ ଘନ କୁହୁଡ଼ି ଦେଖାଯିବା ହେତୁ ଅନେକ ମିଟର ପର୍ଯ୍ୟନ୍ତ ବାଟ ବି ଦିଶିନଥିଲା।

ତେବେ ଦୀପାବଳି ହିସାବରେ କିନ୍ତୁ ବାୟୁ ଅବସ୍ଥା ଭଲ ରହଛି। ଗତ ୮ ବର୍ଷ ଭିତରେ ଏବର୍ଷ ଦୀପାବଳିରେ ଦିଲ୍ଲୀର ବାୟୁ ଅବସ୍ଥା ସବୁଠାରୁ ଭଲ ଥିବା ରେକର୍ଡ ହୋଇଛି। ଦୀପାବଳି ରାତି ପରେ ହାରାହାରି ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ୨୧୮ ରହିଛି, ଯାହାକି ବେଶି ଖରାପ ନୁହେଁ।

ତେବେ ସୋମବାର ସକାଳେ ସହରର କେତେକ ଅଞ୍ଚଳରେ ଏକ୍ୟୁଆଇ ସ୍ତର ୯୦୦ ବି ଛୁଇଁଛି। ସହରର ମଧ୍ୟଭାଗରେ ଥିବା ଇଣ୍ଡିଆ ଗେଟ୍ ଅଞ୍ଚଳରେ ୯୯୯ ଏକ୍ୟୁଆଇ ରେକର୍ଡ ହୋଇଛି। ପୁସା ଅଞ୍ଚଳରେ ୯୭୦ ଏକ୍ୟୁଆଇ ଥିବା ବେଳେ ଆନନ୍ଦ ବିହାର ଅଞ୍ଚଳରେ ୮୪୮ ଏକ୍ୟୁଆଇ ରେକର୍ଡ ହୋଇଛି। ଆପଣ ଜାଣନ୍ତି ଯେ ଅକ୍ଟୋବର ମାସ ପରେ ପରେ ଦିଲ୍ଳୀର ବାୟୁ ଅବସ୍ଥା ଖରାପ ବା ‘ପୋର୍‌’ ବର୍ଗରେ ରହିିଛି। ବର୍ଷା ହେବା ପରେ ଶୁକ୍ରବାର ଦିନ ଅବସ୍ଥାରେ ସାମାନ୍ୟ ଉନ୍ନତି ଘଟିଥିବା ବେଳେ ଦୀପାବଳି ପାଳନ ପରେ ତାହା ପୁଣି ଥରେ ଖରାପ ବର୍ଗକୁ ପଳାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।