କଳା ଓ ସଂସ୍କୃତି ଧର୍ମ

ଦୀପାବଳିରେ ନିଜ ରାଶି ଅନୁସାରେ ଏହି ରଙ୍ଗର ବସ୍ତ୍ର ପିନ୍ଧି କରନ୍ତୁ ପୂଜା, ଖୋଲିଯିବ ଧନର ଭଣ୍ଡାର

ଭୁବନେଶ୍ୱର ୧୨/୧୧ : ଦୀପାବଳି ସୁଖ ସମୃଦ୍ଧିର ପର୍ବ ବୋଲି କୁହାଯାଏ। ଦୀପାବଳି ଦିନ ରୀତିନୀତି ଅନୁସାରେ ମାତା ଲକ୍ଷ୍ମୀଙ୍କ ପୂଜା କଲେ ମା’ ପ୍ରସନ୍ନ ହୁଅନ୍ତି ଏବଂ ଭକ୍ତଙ୍କ ଆର୍ଥିକ ସମସ୍ୟା ଦୂର କରନ୍ତି। କିନ୍ତୁ ବେଳେ ବେଳେ କିଛି ଲୋକ ପୂଜା ବେଳେ ଛୋଟ ଛୋଟ ଭୁଲ କରିବସନ୍ତି। ପୂଜା ସମୟରେ ଏହି ଛୋଟ ଛୋଟ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ, ଆପଣଙ୍କ ଜୀବନରେ ମା’ ଲକ୍ଷ୍ମୀଙ୍କ କୃପା ସର୍ବଦା ରହିବ।

ମଣିଷ ଜୀବନରେ ରଙ୍ଗର ଅନେକ ମହତ୍ତ୍ୱ ରହିଛି ଓ ଏହା ଜୀବନରେ ଗଭୀର ପ୍ରଭାବ ପକାଇଥାଏ। ଭାଗ୍ୟ ଓ ଭାବନା ଉପରେ ରଙ୍ଗ ପ୍ରଭାବ ପକାଇଥାଏ। ସେଥିପାଇଁ ଦୀପାବଳି ଦିନ ରାଶି ଅନୁସାରେ ଡ୍ରେସ ପିନ୍ଧିବା ଉଚିତ। ପ୍ରତ୍ୟେକ ରାଶିର ଲୋକଙ୍କ ପାଇଁ ଏକ ଖାସ ରଙ୍ଗ ଥାଏ। ସେହି ରଙ୍ଗର ଡ୍ରେସ ପିନ୍ଧି ଦୀପାବଳି ଦିନ ଲକ୍ଷ୍ମୀଙ୍କ ପୂଜା କରିବା ଉଚିତ। ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି କେଉଁ ରଙ୍ଗର ଡ୍ରେସ ପିନ୍ଧିବା ଉଚିତ :

Indian Family celebrating Diwali festival with fire crackers

Indian Family celebrating Diwali festival with fire crackers
୧. ମେଷ – ମେଷ ରାଶିର ବ୍ୟକ୍ତି ବିଶେଷ ଦୀପାବଳି ଦିନ ସୁନେଲି ରଙ୍ଗର ବସ୍ତ୍ର ପିନ୍ଧି ଲକ୍ଷ୍ମୀଙ୍କ ପୂଜା କରିବା ଉଚିତ। ମେଷ ରାଶି ପାଇଁ ଏହା ବିଶେଷ ଫଳଦାୟକ ହୋଇଥାଏ।

୨. ବୃଷ – ବୃଷ ରାଶିର ବ୍ୟକ୍ତି ବିଶେଷ ଦୀପାବଳି ଦିନ ଧଳା ରଙ୍ଗର ବସ୍ତ୍ର ପିନ୍ଧି ଲକ୍ଷ୍ମୀଙ୍କ ପୂଜା ଉଚିତ। ପାଖରେ ଧଳା ରୁମାଲ ମଧ୍ୟ ରଖିବା ଉଚିତ।

୩. ମିଥୁନ – ମିଥୁନ ରାଶିର ବ୍ୟକ୍ତି ବିଶେଷ ଦୀପାବଳି ଦିନ ଧଳା ଓ ନୀଳ ରଙ୍ଗର ବସ୍ତ୍ର ପିନ୍ଧି ଲକ୍ଷ୍ମୀଙ୍କ ପୂଜା କରିବା ଉଚିତ। ମା’ ଲକ୍ଷ୍ମୀ ପ୍ରସନ୍ନ ହେବେ।

୪. କର୍କଟ – କର୍କଟ ରାଶିର ବ୍ୟକ୍ତି ବିଶେଷ ନାରଙ୍ଗୀ କିମ୍ବା ନାଲି ରଙ୍ଗର ବସ୍ତ୍ର ପିନ୍ଧି ପୂଜା କରିବା ଉଚିତ। ଏହା ଫଳଦାୟୀ ହେବ।

୫. ସିଂହ – ସିଂହ ରାଶିର ବ୍ୟକ୍ତି ବିଶେଷ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧି ମା’ ଲକ୍ଷ୍ମୀଙ୍କ ପୂଜା କରିବା ଉଚିତ। ମା’ ଲକ୍ଷ୍ମୀ ପ୍ରସନ୍ନ ହେବେ।

୬. କନ୍ୟା – କନ୍ୟା ରାଶିର ବ୍ୟକ୍ତି ବିଶେଷ ଦୀପାବଳି ଦିନ ନୀଳ ଓ ଧଳା ରଙ୍ଗର ବସ୍ତ୍ର ପିନ୍ଧି ପୂଜା କରିବା ଉଚିତ। ମା’ ଙ୍କ କୃପା ମିଳିବ।

୭. ତୁଳା – ତୁଳା ରାଶି ବ୍ୟକ୍ତି ନୀଳ କିମ୍ବା ଧଳା ରଙ୍ଗର ବସ୍ତ୍ର ପିନ୍ଧି ପୂଜା କରିବା ଉଚିତ।

୮. ବିଛା – ବିଛା ରାଶି ବ୍ୟକ୍ତି ଧଳା କିମ୍ବା ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧି ଲକ୍ଷ୍ମୀଙ୍କ ପୂଜା କରିବା ଉଚିତ।

୯. ଧନୁ – ଧନୁ ରାଶିର ବ୍ୟକ୍ତି ଦୀପାବଳି ଦିନ ନାଲି ରଙ୍ଗର ବସ୍ତ୍ର ପିନ୍ଧି ମା ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରିବା ଉଚିତ।

୧୦. ମକର – ମକର ରାଶି ବ୍ୟକ୍ତି ପୂଜା ସମୟରେ ହଳଦିଆ କିମ୍ବା ବାଦାମୀ ରଙ୍ଗର ବସ୍ତ୍ର ପିନ୍ଧିବା ଉଚିତ। ଏହା ଶୁଭ ହୋଇଥାଏ।

୧୧. କୁମ୍ଭ – କୁମ୍ଭ ରାଶି ବ୍ୟକ୍ତି ସବୁଜ କିମ୍ବା ଧଳା ରଙ୍ଗର ବସ୍ତ୍ର ପିନ୍ଧି ପୂଜା କରିବା ଉଚିତ।

୧୨. ମୀନ – ମୀନ ରାଶିର ବ୍ୟକ୍ତି ନାଲି କିମ୍ବା ଧଳା ରଙ୍ଗର ବସ୍ତ୍ର ପିନ୍ଧି ଲକ୍ଷ୍ମୀଙ୍କ ପୂଜା କରିବା ଉଚିତ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ