ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

‌‘ଦି କେରଳ ଷ୍ଟୋରି’ ପ୍ରଦର୍ଶନ ଉପରେ କଟକଣା ମାମଲା: ପଶ୍ଚିମବଙ୍ଗ, ତାମିଲନାଡ଼ୁ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: ‘ଦ କେରଳ ଷ୍ଟୋରି’ ନିଷିଦ୍ଧ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଆଜି ପଶ୍ଚିମବଙ୍ଗ ଏବଂ ତାମିଲନାଡ଼ୁ ସରକାରଙ୍କୁ ନୋଟିସ କରିଛନ୍ତି। ‘ଦି କେରଳ ଷ୍ଟୋରି’ର ପ୍ରଯୋଜକଙ୍କ ଆବେଦନ ଆଧାରରେ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ପିଏସ୍‌ ନରସିଂହଙ୍କ ଖଣ୍ଡପୀଠ ପଶ୍ଚିମବଙ୍ଗ ସରକାରଙ୍କୁ ଆଜି ଫିଲ୍ମ ନିଷିଦ୍ଧ କରିବା ସଂକ୍ରାନ୍ତ ନିଷ୍ପତ୍ତି ନେଇ ପ୍ରଶ୍ନ କରିଛନ୍ତି। ଖଣ୍ଡପୀଠ କହିଛନ୍ତି, ଦେଶରେ ଅନ୍ୟ ସବୁଠି ବିନା ସମସ୍ୟାରେ ଫିଲ୍ମ ପ୍ରଦର୍ଶନ ହେଉଛି । ସଂପ୍ରଦାୟ ଜନସଂଖ୍ୟା ନିର୍ବିଶେଷରେ ବିଭିନ୍ନ ରାଜ୍ୟରେ ଏହି ଫିଲ୍ମ ଠିକ୍‌ ଭାବେ ଚାଲିଛି। ତା’ହେଲେ ତୁମ ରାଜ୍ୟରେ ସମସ୍ୟା କ’ଣ ବୋଲି ଖଣ୍ଡପୀଠ ପଚାରିଛନ୍ତି। ଫିଲ୍ମଟି କେତେ ଭଲ ଏବଂ ଖରାପ ତାହା ଦର୍ଶକ ଆକଳନ କରିବେ। ତେବେ ଲୋକଙ୍କୁ ଫଲ୍ମ ଦେଖିବାରୁ ବଞ୍ଚିତ କରାଯାଇ ପାରିବ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି।

ଅନ୍ୟପ‌କ୍ଷେ କୋର୍ଟ ତାମିଲନାଡ଼ୁ ସରକାରଙ୍କୁ ନୋଟିସ କରିଛନ୍ତି। ତାମିଲନାଡ଼ୁରେ ଏହି ଚଳଚ୍ଚିତ୍ର ନିଷିଦ୍ଧ ହୋଇନଥିଲେ ସୁଦ୍ଧା ଥିଏଟର ମାଲିକମାନେ ଆଇନ ଶୃଙ୍ଖଳା ସ୍ଥିତିକୁ ନଜରରେ ରଖି ଫିଲ୍ମ ପ୍ରଦର୍ଶନ ନକରିବାପାଇଁ ନିଷ୍ପତ୍ତି ନେଇଛନ୍ତି। ସରକାର ଲୋକଙ୍କୁ ଫିସ୍କ୍ଷ ପ୍ରଦାନ କରୁଛନ୍ତି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି।

ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଆଜି ବରିଷ୍ଠ ଓକିଲ ଅଭିଷେକ ସିଂଘଭୀ କୋର୍ଟରେ ଉପସ୍ଥିତ ଥିଲେ। ଫିଲ୍ମ ପ୍ରସାରଣ ହେବା ଦ୍ବାରା ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ସୃଷ୍ଟି ହେବ ବୋଲି ଗୁଇନ୍ଦା ସୂଚନା ମିଳିବାପରେ ରାଜ୍ୟ ସରକାର ଫିଲ୍ମ ନିଷିଦ୍ଧ ନିଷ୍ପତ୍ତି ନେଇଥିବା ସେ କହିଛନ୍ତି। ତାମିଲନାଡ଼ୁରେ ଥିଏଟରଗୁଡ଼ିକୁ ଦିଆଯାଇଥିବା ସୁରକ୍ଷା ସଂକ୍ରାନ୍ତରେ କୋର୍ଟ ତାମିଲନାଡ଼ୁ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଉକ୍ତ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ବୁଧବାର ଦିନ ହେବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ