ଦେଶ ବିଦେଶ ମନୋରଞ୍ଜନ

ଦିଶା ପଟାନୀ ବିକିନି ଛାଡି ଆପଣାଇଲେ ଦେଶୀ ଲୁକ୍ : ଫ୍ୟାନ୍ସ ଦେଲେ ଏମିତି ରିଆକ୍ସନ୍ …

ମୁମ୍ବାଇ ୧୬/୦୯ : ବର୍ତ୍ତମାନ ବଲିଉଡ୍ ଅଭିନେତ୍ରୀ ନିଜର ଗ୍ଲାମରସ୍‌ ଫଟୋ ଓ ଆଉଟ୍‌ଫିଟ୍‌ ପାଇଁ ବେଶ୍ ଚର୍ଚ୍ଚାରେ ରହୁଛନ୍ତି। କେତେବେଳେ ପାଶ୍ଚାତ୍ୟ ପୋଷାକରେ ତ ପୁଣି କେତେବେଳେ ବିକିନୀରେ ନିଜର ଫଟୋ ସେୟାର କରି ପପୁଲାର ହୋଇଛନ୍ତି। କିନ୍ତୁ ବର୍ତ୍ତମାନ ବୋଲ୍ଡ ଭାବେ ନଜର ଆସୁଥିବା ଦିଶାଙ୍କୁ ଆଉ ଏକ ଅବତାରରେ ଦେଖିବାକୁ ମିଳିଛି। ଦୀର୍ଘ ଦିନ ପରେ ଦିଶା ଟ୍ରାଡିସନାଲ୍‌ ଆଉଟ୍‌ଫିଟ୍‌ରେ ନିଜର ଫଟୋ ସେୟାର କରିଛନ୍ତି। ଏହାକୁ ଦେଖି ପ୍ରଶଂସମାନେ ବହୁତ ପସନ୍ଦ କରୁଥିବା ଦେଖାଯାଏ।

ଦିଶା ପାଟନୀ ଲାଇଟ୍ ଗ୍ରୀନ୍ କଲର୍‌ର ଶାଢୀରେ ନିଜକୁ ସଂପୂର୍ଣ୍ଣ ଭାବେ ପାରମ୍ପରିକ ଶୈଳୀରେ ସଜେଇଛନ୍ତି। ତେବେ ଏହି ଫଟୋ ଡିପ୍ ନେକ୍ ଆଉଟ୍‌ଫିଟ୍ ସହିତ ଅଭିନେତ୍ରୀ ପର୍ଲ ଓ ଷ୍ଟୋନ୍ ଖଚିତ କାନ ଫୁଲ ପିନ୍ଧିଛନ୍ତି। ଏହା ସହିତ ହାଲୁକା ମେକ୍‌ଅପ୍‌ ସହ ଖୋଲା କେଶରେ ଦିଶା ବହୁତ ସୁନ୍ଦର ଦେଖାଯାଉଛନ୍ତି।

ଦିଶାଙ୍କର ଏହି ଫଟୋକୁ ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟିମାନେ ମଧ୍ୟ ଖୁବ୍ ପସନ୍ଦ କରୁଛନ୍ତି। ଟାଇଗର ଶ୍ରଫ୍‌ଙ୍କ ଭଉଣୀ ଆୟଶା, ଈଶା ଅଗ୍ରୱାଲ୍ ମଧ୍ୟ ଦିଶାଙ୍କର ଏହି ରୂପକୁ ପସନ୍ଦ କରିଛନ୍ତି। ଅଭିନେତ୍ରୀଙ୍କ ଏହି ଫଟୋ ଉପରେ ପ୍ରଶଂସକମାନେ ସୋସିଆଲ୍ ମିଡିଆରେ କମେଣ୍ଟ କରି ଅଭିନେତ୍ରୀଙ୍କୁ ଗର୍ଜିୟସ୍, ବ୍ୟୁଟି କୁଇନ୍ କହିଛନ୍ତି। ଦିଶାଙ୍କର ଏହି ଫଟୋ ଯିଏ ବି ଦେଖିବ ତା ଆଖି ଝଲସି ଯିବ।

ଦିଶା ଓ ଟାଇଗରଙ୍କ ପ୍ରେମ ସଂପର୍କକୁ ନେଇ ବର୍ତ୍ତମାନ ଇଣ୍ଡଷ୍ଟ୍ରୀରେ ଚର୍ଚ୍ଚା ଜୋର ଧରିଛି। ଉଭୟଙ୍କୁ ଅନେକ ସମୟରେ ଜିମ, ରେଷ୍ଟୁରାଣ୍ଟ୍, କଫି ହାଉସରେ ଏକାଠି ସ୍ପଟ୍ କରାଯାଉଛି । ଦିଶା ପାଟନୀ ପୂର୍ବରୁ ଫିଲ୍ମ ‘ରାଧେ’ ରେ ନଜର ଆସିଥିଲେ। ଏହି ଫିଲ୍ମରେ ସେ ସଲମାନ ଖାନଙ୍କ ସହିତ ଲିଡ୍ ରୋଲ୍ କରିଥିଲେ। ଏହି ଫିଲ୍ମକୁ ଦର୍ଶକ ଓ ସମାଲୋଚକଙ୍କ ତରଫରୁ ନେଗେଟିଭ୍‌ ପ୍ରତିକ୍ରିୟା ମିଳିଥିଲେ ବି ଏଥିରେ ଦିଶାଙ୍କ ଅଭିନୟକୁ ଲୋକେ ବେଶ ପସନ୍ଦ କରିଥିଲେ। ତାଙ୍କର ଆଗାମୀ ଫିଲ୍ମ ଭିତରେ ‘କେଟୀନା’ ଓ ‘ଏକ୍ ଭିଲେନ୍ ରିଟର୍ଣ୍ଣ୍ସ’ ରହିଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ