ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଦିଲ୍ଳୀରେ ଏନ୍‌ସିପି ବୈଠକ: ପୋଷ୍ଟରରୁ ଅଜିତ ପାୱାର ବାଦ୍‌ ପଡ଼ିବାକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ : ଦିଲ୍ଲୀରେ ବୁଧବାର ଦିନ ଏନ୍‌ସିପିର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଲାଗିଥିବା ଏକ ପୋଷ୍ଟରରୁ ବରିଷ୍ଠ ନେତା ଅଜିତ ପାୱାର ବାଦ୍‌ ପଡ଼ିବା ଏବଂ ସେ ‌ବୈଠକରେ ଅନୁପସ୍ଥିତ ରହିବା ବିଷୟକୁ ନେଇ ଜୋରଦାର ଚର୍ଚ୍ଚା ହୋଇଛି। ତେବେ ଉକ୍ତ ଘଟଣା ଉପରେ ଜଣେ ଦଳୀୟ ନେତା ସ୍ପଷ୍ଟୀକରଣ ଦେଇଛନ୍ତି। ଏନ୍‌ସିପିର କାର୍ଯ୍ୟକାରୀ ସଭାପତି ପ୍ରଫୁଲ ପଟେଲ କହିଛନ୍ତି, ଏହି ବୈଠକ ଏନ୍‌ସିପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ନୁହେଁ। ବରଂ ଏହା ମହିଳା ଶାଖା, ଛାତ୍ର ଶାଖା ଏବଂ ଯୁବଶାଖାର ସମସ୍ତ କାର୍ଯ୍ୟକର୍ତ୍ତାଙ୍କର ବୈଠକ ଥିଲା।

ଉକ୍ତ ଶାଖା ଗୁଡ଼ିକରେ ଅଜିତ ପାୱାର ନଥିବାରୁ ସେ ଏହ‌ି ବୈଠକରେ ଯୋଗ ଦେଇନାହାନ୍ତି ବୋଲି ପ୍ରଫୁଲ ପଟେଲ ସ୍ପଷ୍ଟୀକରଣ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଆଜି ବୈଠକରେ ଲାଗିଥିବା ପୋଷ୍ଟରରେ ଅଜିତ ପାୱାର ବାଦ୍‌ ପଡ଼ିବା ଏବଂ ବୈଠକରେ ବି ସେ ଅନୁପସ୍ଥିତ ରହିବା ବିଷୟକୁ ଚର୍ଚ୍ଚା ହୋଇଥିଲା। ପୋଷ୍ଟରରେ ଏନ୍‌ସିପି ସୁପ୍ରିମୋ ଶରଦ ପାୱାର, କାର୍ଯ୍ୟକାରୀ ସଭାପତି ସୁପ୍ରିୟ‌ା ସୁଲେ, ପ୍ରଫୁଲ ପଟେଲ ଏବଂ ଅନ୍ୟମାନେ ଥିଲେ କିନ୍ତୁ ଅଜିତ ପାୱାର ନଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ