ରାଜ୍ୟ ସ୍ପେଶାଲ ରିପୋର୍ଟ

ଦିଲ୍ଲୀ ପରେଡ୍‌ ପଡ଼ିଆରେ ପରିବେଷଣ ହେବ ସାହିଯାତ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ପୁରୀ : ନୂଆଦିଲ୍ଲୀର କାରିଆପ୍ପା ପରେଡ ପଡ଼ିଆରେ ସାଧାରଣତନ୍ତ୍ର ଦିବସରେ ପ୍ରଦର୍ଶିତ ହେବ ପୁରୀର ସାହିଯାତ। ପରେଡ୍‌ ପଡ଼ିଆରେ ଆୟୋଜିତ ବନ୍ଦେ ଭାରତଂ ନୃତ୍ୟ ଉତ୍ସବରେ ସ୍ଥାନ ପାଇବେ ସାହିଯାତ କଳାକାର।

ସମଗ୍ର ଦେଶର ବିଭିନ୍ନ ରାଜ୍ୟରୁ ୫ଶହ କଳାକାର ପ୍ରତିଭା ପ୍ରଦର୍ଶନ ପାଇଁ ସୁଯୋଗ ପାଇଥିବା ବେଳେ ପୁରୀର ରଙ୍ଗଶାଳା ଅନୁଷ୍ଠାନର ଶିଳ୍ପୀମାନେ ନାଗା, ରାବଣ, କାଳୀ ଓ ଦୁର୍ଗା ମେଢ଼ରେ ନୃତ୍ୟ ପ୍ରଦର୍ଶନ କରି ଦର୍ଶକଙ୍କ ମନୋରଞ୍ଜନ କରିବେ। କଟକ ଓ ଭୁବନେଶ୍ବରରୁ ଓଡ଼ିଶୀ ଓ ମୟୂରଭଞ୍ଜରୁ ଛଉନୃତ୍ୟ ସମେତ ପୁରୀର ସାହିଯାତ ବନ୍ଦେ ଭାରତଂ ନୃତ୍ୟ ଉତ୍ସବରେ ନୃତ୍ୟ ପରିବେଷଣ କରିବେ। ସାହିଯାତ ନୃତ୍ୟ ପ୍ରଦର୍ଶନ ପାଇଁ ପୁରୀରୁ ବିକ୍ରମ ସାହୁଙ୍କ ନେତୃତ୍ବରେ ଶ୍ୟାମସୁନ୍ଦର ମହାପାତ୍ର, ସତ୍ୟବାନ ରାଉତ, ମଣ୍ଟୁ ସାହୁ, ବସନ୍ତ କୁମାର ପ୍ରଧାନ, ଗୋପୀନାଥ ପ୍ରଧାନ, ଆର୍‌ ପ୍ରଧାନ, ଦେବାଶିଷ ସିଂହ ପ୍ରମୁଖ ନୃତ୍ୟ ପରିବେଷଣ କରିବେ। ରଙ୍ଗଶାଳାର ମୁଖ୍ୟ ବିକ୍ରମ ସାହୁଙ୍କ ନେତୃତ୍ବରେ ୮ଜଣିଆ ନୃତ୍ୟ ଦଳ ଏବେ ଦିଲ୍ଲୀରେ ଅଭ୍ୟାସ ଜାରି ରଖିଛନ୍ତି। ଏସିଆର ବୃହତ୍‌ ନୃତ୍ୟ ଉତ୍ସବରେ ପ୍ରଦର୍ଶନ କରିବାକୁ ଶିଳ୍ପୀମାନେ ମଧ୍ୟ ବେଶ୍‌ ଉତ୍ସାହିତ ଅଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।