ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଦିଲ୍ଲୀ ଜନକପୁରୀସ୍ଥିତ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ; ୨୦ ନବଜାତ ଶିଶୁ ଉଦ୍ଧାର

ନୂଆଦିଲ୍ଲୀ: ଶୁକ୍ରବାର ରାତିରେ ପଶ୍ଚିମ ଦିଲ୍ଲୀ ଅନ୍ତର୍ଗତ ଜନକପୁରୀ ଅଞ୍ଚଳରେ ନିଆଁ ଲାଗିଯାଇଥିବା ଏକ ହସ୍ପିଟାଲ୍‌ରୁ ଦିଲ୍ଲୀ ଅଗ୍ନିଶମ ସେବା ୨୦ଜଣ ନବଜାତ ଶିଶୁଙ୍କୁ ଉଦ୍ଧାର କରିଛି।

ପୁଲିସ କହିବା ଅନୁସାରେ, ବୈଶାଳୀ କଲୋନିରେ ଥିବା ଏକ ନବଜାତ ଶିଶୁ ଡାକ୍ତରଖାନାରେ ନିଆଁ ଲାଗିଯାଇଥିଲା।

Image Courtesy of Times of India

ଦିଲ୍ଲୀ ଅଗ୍ନିଶମ ସେବା ନିର୍ଦେଶକ ଅତୁଲ୍‌ ଗର୍ଗ କହିଛନ୍ତି, ହସ୍ପିଟାଲ୍‌ରେ ନିଆଁ ଲାଗିଛି ବୋଲି ରାତି ୧.୩୫ରେ କଲ୍‌ ପାଇଲୁ। ପ୍ରଥମେ ୪ଟି ଦମକଳ ପଠାଇଲୁ। ହସ୍ପିଟାଲ୍‌ରେ ୨୦ଜଣ ନବଜାତ ଶିଶୁ ଅଛନ୍ତି ବୋଲି ସେମାନେ ଆମକୁ ସୂଚାନ ଦେବା ରାସ୍ତା ଅଣଓସାରିଆ ହୋଇଥିବାରୁ ଅସୁବିଧାର ସମ୍ମୁଖୀନ ହୋଇଥିବା କଥା କହିଲେ। ତେଣୁ, ଆମେ ଆଉ ୪ଟି ଦମକଳ ପଠାଇଲୁ। ଠିକଣା ସମୟରେ ଘଟଣାସ୍ଥଳରେ ପହଞ୍ଚି ପାରିଥିବାରୁ ନିଆଁ ଲିଭାଇବାରେ ସମର୍ଥ ହେଲୁ।

ସୂଚନାଯୋଗ୍ୟ,  ରାତି ପ୍ରାୟ ୨.୩୦ରେ ସେ ହସ୍ପିଟାଲ୍‌ରୁ ନିଆଁ ଲିଭାଯାଇଥିଲା।

Image Courtesy of Times Now

ନିଆଁ ଲାଗିଥିବା ହସ୍ପିଟାଲ୍‌ରୁ ଉଦ୍ଧାର କରାଯାଇଥିବା ଶିଶୁମାନଙ୍କୁ ବିଭିନ୍ନ ଡାକ୍ତରଖାନାକୁ ପଠାଇ ଦିଆଯାଇଛି ବୋଲି ସେ କହିଛନ୍ତି। ସେମାନଙ୍କ ମଧ୍ୟରୁ ୧୩ଜଣଙ୍କୁ ଆର୍ଯ୍ୟ ହସ୍ପିଟାଲ୍‌, ୨ଜଣଙ୍କୁ ଦ୍ବାରକା ମୋରେ ନ୍ୟୁବର୍ଣ୍ଣ ଚାଇଲ୍‌ଡ୍‌ ହସ୍ପିଟାଲ୍‌, ୨ଜଣଙ୍କୁ ଜନକପୁରୀର ଜେ.କେ. ହସ୍ପିଟାଲ୍‌କୁ ପଠାଇ ଦିଆଯାଇଛି। ଏହାଛଡ଼ା, ୩ଜଣଙ୍କୁ ବୈଶାଳୀସ୍ଥିତ ଉକ୍ତ ହସ୍ପିଟାଲ୍‌ରୁ ଘରକୁ ଡିସ୍‌ଚାର୍ଜ ମଧ୍ୟ କରାଯାଇଛି।

ହସ୍ପିଟାଲ୍‌ର ମାତ୍ର ଗୋଟିଏ ଫ୍ଲୋର୍‌ରେ ଘଟିଥିବା ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି, କିନ୍ତୁ ଡାକ୍ତରଖାନାର ‘ବେସ୍‌ମେଣ୍ଟ୍‌’ରେ ଥିବା କିଛି ଆସବାବ୍‌ପତ୍ର ପୋଡ଼ିଯାଇଛି ବୋଲି ଗର୍ଗ କହିଛନ୍ତି।

ଉକ୍ତ ହସ୍ପିଟାଲ୍‌ର ‘ଫାୟାର୍‌ ଏନ୍‌ଓସି’ ନ ଥିଲା ବୋଲି ମଧ୍ୟ ସେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ