ଅପରାଧ ଦେଶ ବିଦେଶ

ଦିଲ୍ଲୀ ଏମସିଡି ନିର୍ବାଚନ; ଟିକେଟ୍ ବିକ୍ରି ଅଭିଯୋଗରେ ୩ ଗିରଫ, ଜଣେ ଆପ୍ ବିଧାୟକଙ୍କ ଶଳା

ନୂଆଦିଲ୍ଲୀ: ଦିଲ୍ଲୀ ନଗର ନିଗମ ନିର୍ବାଚନ ପୂର୍ବରୁ ଦୁର୍ନୀତି ନିବାରଣ ବିଭାଗର ଏଣ୍ଟ୍ରି । ଏମସିଡି ନିର୍ବାଚନ ପାଇଁ ଟିକେଟ୍ ବିକ୍ରି ଅଭିଯୋଗରେ ୩ଜଣ ଗିରଫ । ଲକ୍ଷାଧିକ ଟଙ୍କାରେ ଟିକେଟ୍ ବିକ୍ରି ନେଇ ଏତଲା ପରେ ଆମ୍ ଆଦମୀ ପାର୍ଟିର ଜଣେ ବିଧାୟକଙ୍କ ଶଳାଙ୍କ ସମେତ ତିନି ଜଣଙ୍କୁ ବାନ୍ଧିଲା ଦିଲ୍ଲୀ ଦୁର୍ନୀତି ନିର୍ବାରଣ ବିଭାଗ । ଏହା ସହିତ ଟିକେଟ୍ ବିକ୍ରିରେ ଆଉ କିଏ କିଏ ଲିପ୍ତ ଅଛନ୍ତି ଅଧିକ ତଦନ୍ତ କରୁଛି ଏସିବି ।

ଏସିବିର ସୂଚନା ମୁତାବକ, ଜଣେ ମହିଳାଙ୍କୁ ପରିଷଦ ପ୍ରାର୍ଥୀ ପାଇଁ ଟିକେଟ୍ ପ୍ରଦାନ ନେଇ ୯୦ଲକ୍ଷ ଟଙ୍କା ଦାବି କରାଯାଇଥିଲା । ଟଙ୍କା ଦେବା ପରେ ପ୍ରାର୍ଥୀ ତାଲିକାରେ ନାଁ ନାସିବାରୁ ଅଭିଯୋଗ କରିଥିଲେ ମହିଳା । ଗିରଫ ହୋଇଥିଲା ଅଭିଯୁକ୍ତ ମାନଙ୍କ ମଧ୍ୟରେ ଆପ୍ ବିଧାୟକ ଅଖିଲେସପତି ତ୍ରିପାଠୀଙ୍କ ଶଳା ଓମ ସିଂହ, ପିଏ ବିଶାଳ ପାଣ୍ଡେ ଏବଂ ଅନ୍ୟ ଜଣେ ରହିଛନ୍ତି ।

ଏହି ମାମଲାରେ ଦିଲ୍ଲୀ ନଗର ନିଗମ ୬୯ ନମ୍ବର ଓ୍ବାର୍ଡରୁ ଆସିଛି । ଆପ୍ କର୍ମକର୍ତ୍ତା ଶୋଭା ଖାରୀ ଏମସିଡି ନିର୍ବାଚନରେ ଆଶାୟୀ ପ୍ରାର୍ଥୀ ଥିଲେ । ହେଲେ ଆପ୍ ଟିକେଟ୍ ପାଇଁ ବିଧାୟକ ଅଖିଲେଶପତି ତ୍ରିପାଠୀ ତାଙ୍କୁ ୯୦ଲକ୍ଷ ଟଙ୍କା ଦାବି କରିଥିଲେ । ତେବେ ଶୋଭା ଖାରୀ ୩୫ ଲକ୍ଷ ଟଙ୍କା ଅଖିଲେଶପତି ତ୍ରିପାଠୀ ଓ ୨୦ଲକ୍ଷ ଟଙ୍କା ଓ୍ବଜିରପୁର ବିଧାୟକ ରାଜେଶ ଗୁପ୍ତାଙ୍କୁ ଦେଇଥିଲା । ବାକି ୩୫ଲକ୍ଷ ଟଙ୍କା ପ୍ରାର୍ଥୀ ତାଲିକାରେ ନାଁରେ ଆସିଲେ ଦିଆଯିବ ବୋଲି କହିଲେଥିଲେ । ହେଲେ ତାଲିକାରେ ନାଁ ନଆସିବାରୁ ଟଙ୍କା ଦେଇଥିବା ନେଇ ଅଭିଯୋଗ କରିଥିଲେ ଶୋଭା । ଏତଲା ଆଧାରରେ ଦୁର୍ନୀତି ନିବାରଣ ବିଭାଗ ଡିଲିଂ ସମୟରେ ହୋଇଥିବା ଭିଡିଓଙ୍କୁ ଯାଞ୍ଚ କରି ମାମଲାରେ ତିନି ଜଣଙ୍କୁ ଗିରଫ କରିଛି । ଏଥି ସହିତ ଏହି ଦୁର୍ନୀତି ଆଉ କିଏ କିଏ ଅଛନ୍ତି ତଦନ୍ତ କରୁଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ