ଅପରାଧ ଦେଶ ବିଦେଶ

ଦିଲ୍ଲୀ ଆତଙ୍କ: ଅଞ୍ଜଳିଙ୍କୁ ଘୋଷାରି ନେଇଥିବା କାର୍‌ର ମାଲିକ ଗିରଫ

ନୂଆଦିଲ୍ଲୀ: ଜାନୁଆରି ପହିଲାରେ (ରାତି ୨ଟା) ୨୦ ବର୍ଷୀୟ ଅଞ୍ଜଳିଙ୍କୁ କିଛି କିଲୋମିଟର୍‌ ଘୋଷାରି ନେଇଥିବା ବାଲେନୋ କାର୍‌ର ମାଲିକ ଆଶୁତୋଷଙ୍କୁ ଆଜି ଦିଲ୍ଲୀ ପୁଲିସ ଗିରଫ କରିଛି।

ଅଞ୍ଜଳିଙ୍କ ସ୍କୁଟର୍‌କୁ ଧକ୍କା ଦେବା ସମୟରେ ଉକ୍ତ କାର୍‌ରେ ୫ଜଣ ବ୍ୟକ୍ତି ଥିଲେ। ସେମାନେ ହେଲେ, ୨୬ ବର୍ଷିୟ ଦୀପକ ଖାନ୍ନା, ୨୫ ବର୍ଷିୟ ଅମିତ ଖାନ୍ନା, ୨୭ ବର୍ଷିୟ କୃଷ୍ଣ, ୨୬ ବର୍ଷିୟ ମିଥୁନ ଓ ୨୭ ବର୍ଷିୟ ମ‌ନୋଜ ମିତ୍ତଲ। ସମ୍ପ୍ରତି ସେମାନେ ପୁଲିସ ହାଜତରେ ଅଛନ୍ତି। ଅଞ୍ଜଳିଙ୍କ ସହିତ ସେମାନଙ୍କର ପରିଚୟ ନ ଥିଲା ବୋଲି ପୁଲିସ କହିଛି।

ଉଲ୍ଲେଖଯୋଗ୍ୟ, ୫ଜଣ ନିଶାସକ୍ତ ବସି ଯାଉଥିବା ଗୋଟାଏ କାର୍‌ ନବବର୍ଷ ପ୍ରତ୍ୟୁଷରେ ଅଞ୍ଜଳି ଓ ତାଙ୍କ ବାନ୍ଧବୀ ନିଧି ଯାଉଥିବା ସ୍କୁଟର୍‌କୁ ଧକ୍କା ଦେଇଥିଲା। ଫୋରେନ୍‌ସିକ୍‌ ରିପୋର୍ଟ ଅନୁସାରେ, ଦୁର୍ଘଟଣା ଯୋଗୁଁ ଅଞ୍ଜଳିଙ୍କ ଗୋଡ଼ କାର୍‌ର ବାମପାର୍ଶ୍ବ ଆଗ ଚକାରେ ଲାଖି ଯାଇଥିଲା ଓ ସେ କାର୍‌ ସହିତ ଘୋଷାରି ହୋଇ ଯାଇଥିଲେ। ବାନ୍ଧବୀ ନିଧି ଘଟଣାସ୍ଥଳରୁ ଖସି ପଳାଇଥିଲେ।

ପରେ, ପୋଷାକପତ୍ର ଚିରି ଯାଇ ଚମଡ଼ା ଛାଲି ହୋଇଯାଇଥିବା ଅବସ୍ଥାରେ ଅଞ୍ଜଳିଙ୍କ ଶବ ଉଦ୍ଧାର କରାଯାଇଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ, ଅଞ୍ଜଳିଙ୍କ ଖପୁରି ଫାଟି ମୁଣ୍ଡରୁ ବସ ବାହାରି ଯାଇଥିଲା ଏବଂ ତାଙ୍କର ପଞ୍ଜରା ହାଡ଼ ବି ଦିଶୁଥିଲା।

ଅଞ୍ଜଳିଙ୍କ ଶବକୁ ଖସାଇବା ପାଇଁ କାର୍‌ ଚଳାଉଥିବା ଅମିତ ଖାନ୍ନା ରାସ୍ତାର ଅନେକ ଅଞ୍ଚଳରେ ‘ୟୁ-ଟର୍ଣ୍ଣ’ ମାରିଥିଲେ ବୋଲି ‘ସିସିଟିଭି ଫୁଟେଜ୍‌’ରୁ ଫୁଟେଜ୍‌ରୁ ଜଣାପଡ଼ିଥିଲା। ଏହାପରେ, ୫ଜଣଯାକ ଆଶୁତୋଷଙ୍କ ବାସଭବନ ବାହାରେ କାର୍‌ ଛାଡ଼ି ଚାଲିଯାଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ