ଅପରାଧ ଦେଶ ବିଦେଶ

ଦିଲ୍ଲୀ ଅଗ୍ନିକାଣ୍ଡ ଘଟଣା: ୨୯ ଜଣଙ୍କ ପତ୍ତା ମିଳୁନି, ୨୭ ମୃତକଙ୍କ ମଧ୍ୟରୁ ୭ ଚିହ୍ନଟ

ନୂଆଦିଲ୍ଲୀ : ଦିଲ୍ଲୀର ମୁଣ୍ଡକାରେ ଗତକାଲି ଘଟିଥିବା ଅଗ୍ନିକାଣ୍ଡ ଘଟଣାରେ ଏବେ ବି ୨୯ ଜଣ ନିଖୋଜ ଅଛନ୍ତି। ସେମାନଙ୍କର କିଛି ପତ୍ତା ମିଳୁନି। ୨୭ ଜଣଙ୍କ ମୃତଦେହ ଉଦ୍ଧା‌ର ହୋଇଛି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ଚିହ୍ନଟ କରାଯାଇଛି। ଅନ୍ୟମାନଙ୍କ ଶରୀର ଅତି ମାତ୍ରାରେ ଜଳି ଯାଇଥିବାରୁ ସେମାନଙ୍କୁ ଚିହ୍ନଟ କରିବାପାଇଁ ଡିଏନ୍‌ଏ ଟେଷ୍ଟ୍‌ କରାଯିବ। ପ୍ରାୟ ୧୨ରୁ ଅଧିକ ଲୋକ ଗୁରୁତର ଆହତ ଅବସ୍ଥାରେ ଦିଲ୍ଲୀର ସଂଜୟ ଗାନ୍ଧି ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଦିଲ୍ଲୀ ଅଗ୍ନିଶମ ବିଭାଗ ଦ୍ବାରା ନିଆଁକୁ ନିୟନ୍ତ୍ରଣ କରିବାପାଇଁ ୬ ଘଣ୍ଟା ଲାଗିଥିଲା। ଅଗ୍ନି ନିର୍ବାପକ ଦଳ ସହିତ ଏନଡିଆରଏଫ୍‌ ଟିମ୍‌ ମଧ୍ୟ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଆଜି ଘଟଣାସ୍ଥଳକୁ ଯାଇଥିଲେ। ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି କେଜ୍ରିୱାଲ କହିଛନ୍ତି ଏବଂ ଉକ୍ତ ଘଟଣାରେ ମାଜିଷ୍ଟ୍ରେଟ୍‌ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ମୃତକଙ୍କ ପରିବାର ସଦସ୍ୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି।

ଦିଲ୍ଲୀ ଅଗ୍ନିସେବା ମୁଖ୍ୟ ଅତୁଲ ଗର୍ଗ କହିଛନ୍ତି, ଅତି ସାଂଘାତିକ ନିର୍ମାଣ ତ୍ରୁଟି ପାଇଁ ଏତେଗୁଡ଼ିଏ ମୃତ୍ୟୁ ହୋଇଯାଇଛି। ଉକ୍ତ ବିଶାଳ କୋଠାକୁ ମାତ୍ର ଗୋଟିଏ ପ୍ରବେଶ ପଥ ରହିଛି ଏବଂ ପ୍ରସ୍ଥାନ ବାଟ ହେଉଛି ପାହାଚ। ଏହା ଦ୍ବାରା ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଲା। ଜୀବନ ବଞ୍ଚାଇବାପାଇଁ ପ୍ରାଣପଣେ ଚେଷ୍ଟା କରି ମଧ୍ୟ ଅନେକ ଲୋକଙ୍କ ମୃତ୍ୟୁ ହୋଇଯାଇଛି। ବଞ୍ଚିବାପାଇଁ ଅନେକ ଲୋକ ଛାତରୁ ଡେଇଁ ପଡ଼ିଛନ୍ତି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି କୋଠା ପାଇଁ ଅଗ୍ନି ସୁରକ୍ଷା ସଂକ୍ରାନ୍ତ କୌଣସି ଅନୁମୋଦନ ମିଳିନାହିଁ। ଅଧିକାଂଶ ମୃତଦେହ ଦ୍ବିତୀୟ ମହଲାରୁ ମିଳିଛି। ଗତକାଲି ତୃତୀୟ ମହଲାରେ ପହଞ୍ଚିବା ସମ୍ଭବ ହୋଇନଥିଲା। ଆଜି ତୃତୀୟ ମହଲାରେ ସର୍ଚ କରାଯାଇଥିଲା। ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି। ୨୯ ନିଖୋଜଙ୍କ ମଧ୍ୟରେ ୨୪ ମହିଳା ଏବଂ ୫ ଜଣ ପୁରୁଷ ଅଛନ୍ତି। ଡିସିପି ସମୀର ଶର୍ମା କହିଛନ୍ତି, ମୃତକଙ୍କୁ ଚିହ୍ନଟ କରିବାପାଇଁ ଡିଏନ୍‌ଏ ଟେଷ୍ଟ୍‌ କରାଯିବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ