ଦେଶ ବିଦେଶ ସ୍ୱାସ୍ଥ୍ୟ

ଦିଲ୍ଲୀରେ ଲାଗିଲା ସପ୍ତାହାନ୍ତ କର୍ଫ୍ୟୁ, ପୂର୍ଣ୍ଣ କ୍ଷମତାରେ ଚାଲିବ ମେଟ୍ରୋ ଓ ବସ୍: ମନୀଷ ସିସୋଦିଆ

ନୂଆଦିଲ୍ଲୀ: ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ସରକାରମାନେ କଟକଣା କଡାକଡି କରୁଥିବା ବେଳେ ଦିଲ୍ଲୀ ସରକାର ମଧ୍ୟ କଟକଣା କଡ଼ାକଡି କରିଛନ୍ତି। ଓମିକ୍ରନ ସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଦିଲ୍ଲୀ ସରକାର ସପ୍ତାହାନ୍ତ କଫ୍ୟୁ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀର ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରେଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ସପ୍ତାହାନ୍ତ କଫ୍ୟୁରେ ଜରୁରୀ ସେବା ଜାରି ରହିବ ବୋଲି କୁହାଯାଇଛି। ସପ୍ତାହାନ୍ତ କଫ୍ୟୁ ସହ ନାଇଟ କର୍ଫ୍ୟୁ ମଧ୍ୟ ବଳବତ୍ତର ରହିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ।

ଏହା ସହ ସେ କହିଛନ୍ତି ଯେ, ମେଟ୍ରୋ ଷ୍ଟେସନ ଏବଂ ବସ ଷ୍ଟାଣ୍ଡରେ ହେଉଥିବା ଭିଡ଼କୁ ଏଡ଼ାଇବା ପାଇଁ ବସ୍ ଏବଂ ମେଟ୍ରୋ ବର୍ତ୍ତମାନ ପୂର୍ଣ୍ଣ କ୍ଷମତାରେ ଚାଲିବ। କିନ୍ତୁ ମାସ୍କ ବିନା କାହାକୁ ଯାତ୍ରା କରିବାକୁ ଅନୁମତି ଦିଆଯିବ ନାହିଁ। ଜରୁରୀକାଳିନ ସେବାରେ ନିୟୋଜିତ ଥିବା ସରକାରୀ କର୍ମଚାରୀଙ୍କୁ ଛାଡ଼ି ଅନ୍ୟ ସମସ୍ତେ ଘରୁ କାମ କରିବେ। ବେସରକାରୀ ଅଫିସ ୫୦% କର୍ମଚାରୀଙ୍କୁ ନେଇ ଚାଲିବ।

ଉଲ୍ଲେଖଯୋଗ୍ୟ, ଦିଲ୍ଲୀରେ କରୋନା ସଂକ୍ରମଣ ହାର ୫ ପ୍ରତିଶତକୁ ବୃଦ୍ଧି ପାଇଛି । ଏହି କ୍ରମରେ ଯଦି ଆଗାମୀ ଦୁଇଦିନ ଏଭଳି ସ୍ଥିତି ଲାଗିରହେ ତେବେ ତୁରନ୍ତ ରାଜ୍ୟରେ ରେଡ ଆଲର୍ଟ ଜାରି କରାଯାଇପାରେ । ମଙ୍ଗଳବାର ଦିନ ଦିଲ୍ଲୀର ଉପରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଭାଗ ନେବାର ଥିଲା । ମାତ୍ର ବୈଠକ ପୂର୍ବରୁ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା । ଏହାପରେ ସେ ନିଜକୁ ଘରେ ସଙ୍ଗରୋଧ କରିନେଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ