ଅପରାଧ ଦେଶ ବିଦେଶ

ଦିଲ୍ଲୀରେ ଚାଞ୍ଚଲ୍ୟ: ନାବାଳିକାଙ୍କୁ ଦୁଷ୍କର୍ମ; ଅଫିସର, ପତ୍ନୀ ଗିରଫ

ନୂଆଦିଲ୍ଲୀ : ମହିଳା ଏବଂ ଶିଶୁ ବିକାଶ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଜଣେ ୧୪ ବର୍ଷୀୟା ନାବାଳିକାଙ୍କୁ ମାସ ମାସ ଧରି ଦୁଷ୍କର୍ମ କରିବା ସହ ତାଙ୍କୁ ଗର୍ଭବତୀ କରିଥିବା ଘଟଣା ସାରା ଦିଲ୍ଲୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଖୋଦ୍‌ ମହିଳା ଏବଂ ଶିଶୁ ବିଭାଗର ବରିଷ୍ଠ ଅଧିକାରୀଙ୍କର ଏଭଳି ଜଘନ୍ୟ କାଣ୍ଡକୁ ବିଭିନ୍ନ ମହଲରେ କଡ଼ା ନିନ୍ଦା କରାଯାଇଛି। ଅଧିକାରୀଙ୍କ ପତ୍ନୀ ମଧ୍ୟ ନାବାଳିକା ପୀଡ଼ିତାଙ୍କ ସହ ହୋଇଥିବା‌ ଅପରାଧ ସଂକ୍ରାନ୍ତରେ ଜାଣି ବି ତାଙ୍କୁ ନ୍ୟାୟ ଦେବା ବଦଳରେ ଗର୍ଭପାତ ବଟିକା ଖାଇବାକୁ ଦେଇଥିଲେ। ଘଟଣାର ପର୍ଦ୍ଦାଫାସ ହେବାପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିର୍ଦ୍ଦେଶ କ୍ରମେ ଉକ୍ତ ଦିଲ୍ଲୀ ସରକାରୀ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଅଭିଯୁକ୍ତ ପତିପତ୍ନୀଙ୍କୁ ଗିରଫ କରାଯାଇଛି। ପୀଡ଼ିତା ନାବାଳିକା ଏବେ ଦ୍ବାଦଶ ଶ୍ରେଣୀରେ ପଢ଼ୁଛନ୍ତି। ନାବାଳିକାଙ୍କ ବାପାଙ୍କର ୨୦୨୦ ଅକ୍ଟୋବର ୧ରେ ମୃତ୍ୟୁ ହେବାପରେ ସେ ଅଭିଯୁକ୍ତ ଅଫିସର ପ୍ରେ ମୋଦୟ ଖାକା ଏବଂ ତାଙ୍କ ପରିବାର ସଦସ୍ୟଙ୍କ ସହ ରହୁଥିଲେ। ‌ ପ୍ରେମୋଦୟ ଖାକା ଥିଲେ ପୀଡ଼ିତାଙ୍କର ସ୍ଥାନୀୟ ଅଭିଭାବକ। ପୀଡ଼ିତାଙ୍କ ବାପା ବଞ୍ଚିଥିବାବେଳେ ଅଫିସର୍‌ ଖାକା ତାଙ୍କର ପାରିବାରିକ ବନ୍ଧୁ ଥିଲେ। ବାପାଙ୍କ ମୃତ୍ୟୁ ପରେ ସେ ଅନ୍ୟ ବାଟ ନପାଇ ତାଙ୍କ ପାଖରେ ରହିଥିଲେ। କିନ୍ତୁ ଖାକା ନଭେମ୍ବର ୨୦୨୦ରୁ ଜାନୁଆରି ୨୦୨୧ ମଧ୍ୟରେ ଉକ୍ତ ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲେ। ଏହି ସମୟରେ ତାଙ୍କୁ ୧୪ ବର୍ଷ ହୋଇଥିଲା।

ଦିଲ୍ଲୀ ପୁଲିସ ଅଭିଯୁକ୍ତ ଦିଲ୍ଲୀ ଅଫିସର ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ପୋକ୍ସୋ ଆଇନ ଅଧୀନରେ ଏତଲା ରୁଜୁ କରିଛି। ଅନ୍ୟପ‌କ୍ଷେ ପୀଡ଼ିତା ନାବାଳିକା ଏବେ ଖୁବ୍‌ ଭୟରେ ଅଛନ୍ତି। ତାଙ୍କ ମାନସିକ ସ୍ଥିତି ଠିକ୍‌ ନାହିଁ। ସପ୍ତାହକ ପୂର୍ବରୁ ସେ ହସ୍ପିଟାଲ୍‌ରେ ଚିକିତ୍ସାପାଇଁ ଭର୍ତ୍ତି ହୋଇଛନ୍ତି। ଡାକ୍ତରମାନେ ତାଙ୍କୁ କାଉନସେଲ୍‌ କରିବାପରେ ସେ ଦୁଷ୍କର୍ମର ଶିକାର ହୋଇଥିବା ନେଇ ପାଟି ଖୋଲିଥିଲେ। ଡିସିପି (ଉତ୍ତର) ସାଗର ସିଂହ କହିଛନ୍ତି, ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯିବ। କିନ୍ତୁ ଏବେ ଏଥିପାଇଁ ପୀଡ଼ିତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ ଅନୁମତି ଦେଇନାହାନ୍ତି। ପୀଡ଼ିତାଙ୍କ ମାନସିକ ସ୍ଥିତି ଠିକ୍‌ ନାହିଁ ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି। ତେବେ ମାମଲାରେ ମନ୍ଥର କାର୍ଯ୍ୟାନୁଷ୍ଠାନକୁ ଦିଲ୍ଲୀ ମହିଳା କମିସନ ଅଧ୍ୟକ୍ଷ ସ୍ବାତୀ ମଲିୱାଲ କଡ଼ା ସମାଲୋଚନା କରିଛନ୍ତି। ଅଭିଯୁକ୍ତଙ୍କୁ କାହିଁକି ଏଯାବତ ପୁଲିସ ଗିରଫ କରିନଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଏଥିସହିତ ପୀଡ଼ିତା ଓ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିବା ପାଇଁ ହସ୍ପିଟାଲ ଯାଇଥିଲେ ମଧ୍ୟ ତାଙ୍କୁ ଅନୁମତି ମିଳିନାହିଁ। ପୀଡ଼ିତାଙ୍କୁ ଭେଟିବା ଦାବିରେ ସ୍ବାତୀ ହସ୍ପିଟାଲ ସମ୍ମୁଖରେ ଧାରଣାରେ ବସଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ