ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଦିଲ୍ଲୀରେ ଚାଞ୍ଚଲ୍ୟ, ଗୋଦାମରୁ ମିଳିଲା ଦୁଇ ଶିଶୁଙ୍କ ମୃତଦେହ

ନୂଆଦିଲ୍ଲୀ: ପୁଣି ଥରେ ଚର୍ଚ୍ଚାକୁ ଆସିଛି ଦିଲ୍ଲୀର ଜାମିଆ ନଗରସ୍ଥିତ ବାଟଲା ହାଉସ । ଏହି ଅଂଚଳରେ ଥିବା ଏକ କାରଖାନାର ଗୋଦାମରୁ ଦୁଇ ଶିଶୁଙ୍କ ମୃତଦେହ ଜବତ କରାଯାଇଛି । ମୃତଦେହ ଦୁଇଟିକୁ ଗୋଦାମ ଭିତରେ ଥିବା ଏକ ବାକ୍ସରେ ରଖାଯାଇଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ବାକ୍ସରେ ଜଣେ ପୁଅ ଓ ଜଣେ ଝିଅର ମୃତଦେହ ରହିଛି । ଉଭୟଙ୍କ ବୟସ ୭ରୁ ୮ ବର୍ଷ ମଧ୍ୟରେ ବୋଲି କୁହାଯାଉଛି । ସେମାନେ ଗତ କାଲିଠାରୁ ନିଖୋଜ ଥିଲେ । ଏହି ଘଟଣାକୁ ନେଇ ସମଗ୍ର ଦିଲ୍ଲୀରେ ଚାଞ୍ଚଲ୍ୟ ଖେଳିଯାଇଛି ।

ପୁଲିସର ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ଉଭୟ ଶିଶୁ ଭାଇ ଓ ଭଉଣୀ । ଉଭୟେ ଦିଲ୍ଲୀର ଜୋଗାବାଇ ଏକ୍ସଟେନସନରେ ନିଜ ପିତାମାତାଙ୍କ ସହ ରହୁଥିଲେ । ସେମାନଙ୍କ ପିତା ବଲବୀର ଗଣେ ସିକ୍ୟୁରିଟି ଗାର୍ଡଭାବେ କାମ କରନ୍ତି । ସେମାନେ ଗତକାଲି ଅପରାହ ୩ଟା ବେଳେ ଘରେ ଖାଇବା ପରେ ଖେଳିବାକୁ ଯାଇଥିଲେ । ଏହା ପରେ ସେମାନେ ନିଖୋଜ ହୋଇଯାଇଥିଲେ । ଏହାର ଦିନକ ପରେ ସେମାନଙ୍କୁ ଉକ୍ତ କାଠବାକ୍ସରୁ ମୃତାବସ୍ଥାରେ ଉଦ୍ଧାର କରାଯାଇଥିଲା । ସେମାନଙ୍କ ଶରୀରରେ କୌଣସି ଆଘାତ ଚିହ୍ନ ନଥିବାରୁ ସେମାନ ଲୁଚିବାକୁ ଉକ୍ତ କାଠବାକ୍ସରେ ପଶିଥିଲେ ଓ ଅଣନିଶ୍ବାସୀ ହୋଇ ମୃତ୍ୟୁବରଣ କରିଥିବା ପୁଲିସ ଅନୁମାନ କରୁଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ