ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଦିଲ୍ଲୀରୁ ବିହାର ଅଭିମୁଖେ ଯାଉଥିବା ଟ୍ରେନ୍‌ରେ ଅଗ୍ନିକାଣ୍ଡ: ୧୯ ଆହତ

ଇଟାୱା: ଗୁରୁବାର ରାତିରେ ଉତ୍ତର ପ୍ରଦେଶର ଇଟାୱା ଅଞ୍ଚଳରେ ‘ଦିଲ୍ଲୀ-ସହରସା ବୈଶାଳୀ ସୁପର୍‌ଫାଷ୍ଟ୍‌ ଏକ୍ସପ୍ରେସ୍‌’ର ଗୋଟିଏ କୋଚ୍‌ରେ ନିଆଁ ଲାଗିଯିବାରୁ ଅନ୍ୟୂନ ୧୯ଜଣ ଯାତ୍ରୀ ଆହତ ହୋଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।

ରେଳବାଇ ‘ସିଓ’ ଉଦୟ ଶଙ୍କର କହିଛନ୍ତି, ଟ୍ରେନ୍‌ଟି ଦିଲ୍ଲୀରୁ ବିହାରର ସହରସାକୁ ଯାଉଥିବା ବେଳେ ରାତି ପ୍ରାୟ ୨.୩୦ରେ ପାଣ୍ଟ୍ରି କାର୍‌ ନିକଟରେ ଥିବା ‘ଏସ୍‌୬’ କୋଚ୍‌ରେ ନିଆଁ ଲାଗିଯାଇଥିଲା। ନିଆଁ କାହିଁକି ଲାଗିଲା, ତାହା ହଠାତ୍‌ ଜଣାପଡ଼ିନାହିଁ।

Image Courtesy of India Today

ସେ ଆହୁରି ମଧ୍ୟ କହିଛନ୍ତି, ପାଣ୍ଟ୍ରି କାର୍‌ ନିକଟ କୋଚ୍‌ ବା ବଗିରେ ଘଟିଥିବା ଏହି ଅଗ୍ନିକାଣ୍ଡ ଯୋଗୁଁ ୧୯ଜଣ ଯାତ୍ରୀ ଆହତ ହୋଇଛନ୍ତି। ନିଃଶ୍ବାସପ୍ରଶ୍ବାସଜନିତ ସମସ୍ୟା ଦେଖା ଦେବାରୁ ୧୧ଜଣ ଯାତ୍ରୀଙ୍କୁ ‘ପିଜିଆଇ’କୁ ‘ରେଫର୍‌’ କରାଯାଇଛି। ପୋଡ଼ିଯାଇ ସାମାନ୍ୟ ଆହତ ହୋଇଥିବା ବାକି ୮ଜଣ ଯାତ୍ରୀଙ୍କୁ ଜିଲ୍ଲା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ନିଆଁ ଲାଗିବାର କାରଣ ଜାଣିବା ଲାଗି ତଦନ୍ତ କରାଯିବ।

ସୂଚନାଯୋଗ୍ୟ, ଏହା ହେଉଛି ଇଟାୱାରେ ଟ୍ରେନ୍‌ ଅଗ୍ନିକାଣ୍ଡ ସମ୍ବନ୍ଧୀୟ ଦ୍ବିତୀୟ ଘଟଣା। ବୁଧବାର ଦିନ ଏଠାରେ ‘ନୂଆଦିଲ୍ଲୀ-ଦରଭଙ୍ଗା ସୁପର୍‌ଫାଷ୍ଟ୍‌ ଏକ୍ସପ୍ରେସ୍‌’ର ୩ଟି ବଗିରେ ନିଆଁ ଲାଗିଯାଇଥିଲା। ଏହି ଅଗ୍ନିକାଣ୍ଡରେ ଅଳ୍ପ କେତେଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିଲେ ବୋଲି ସରକାରୀ ଅଧିକାରୀମାନେ କହିଥିଲେ।

ସଂଗୃହୀତ ସୂଚନା ଅନୁସାରେ, ଟ୍ରେନ୍‌ରେ ନିଆଁ ଲାଗିବାକ୍ଷଣି କେତେଜଣ ଯାତ୍ରୀ ବାହାରକୁ ଡେଇଁ ପଡ଼ିଥିଲେ। ଟ୍ରେନ୍‌ର କ୍ଷମତାଠାରୁ ଯାତ୍ରୀସଂଖ୍ୟା ଅଧିକ ଥିଲେ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି।

ଇଟାୱାର ବରିଷ୍ଠ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ କହିଛନ୍ତି, ବିଜୁଳି ‘ସର୍ଟ ସର୍କିଟ୍‌’ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା କଥା ପ୍ରାଥମିକ ତଦନ୍ତରୁ ଜଣାପଡୁଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ