ମନୋରଞ୍ଜନ

ଦିଲ୍ଲୀପ କୁମାରଙ୍କ ପ୍ରଥମ ରୋଜଗାର ଥିଲା ମାତ୍ର ୩୬ ଟଙ୍କା, ଏବେ ୬୦୦ କୋଟିର ମାଲିକ ଭେଟେରାନ୍ ଷ୍ଟାରଙ୍କ ସଂଘର୍ଷ-ସଫଳତା ଏମିତି…

ନୂଆଦିଲ୍ଲୀ ୦୭/୦୭: ବଲିଉଡର ଟ୍ରାଜେଡି କିଙ୍ଗ ଭାବରେ ଜଣାଶୁଣା ଅଭିନେତା ଦିଲୀପ କୁମାରଙ୍କ ୯୮ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ଆଜି ସକାଳେ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦିଲୀପ କୁମାର ୧୧ ଡିସେମ୍ବର ୧୯୯୨ ରେ ପାକିସ୍ଥାନର ପେଶୱାରରେ ଏକ ମୁସଲମାନ ପରିବାରରେ ଜନ୍ମଗ୍ରହଣ କରିଥିଲେ, ଏବଂ ପରେ ତାଙ୍କ ପରିବାର ୧୯୩୦ ମସିହାରେ ମୁମ୍ବାଇରେ ଅବସ୍ଥାନ କରିଥିଲେ। ଦିଲୀପ କୁମାରଙ୍କ ବାପା-ମା ତାଙ୍କ ନାମ ୟୁସୁଫ ଖାନ ରଖିଥିଲେ କିନ୍ତୁ ଭେଟେରାନ ଅଭିନେତ୍ରୀ ଦେବିକା ରାଣୀ ତାଙ୍କୁ ଦିଲୀପ କୁମାର କରିଥିଲେ।

ଦିଲୀପ କୁମାରଙ୍କ ପିଲାଦିନ ଅତ୍ୟନ୍ତ ଖରାପ ଅବସ୍ଥାରେ ଅତିକ୍ରମ କରିଥିଲା, ତାଙ୍କର ୧୨ ଭାଇଭଉଣୀ ଥିଲେ । ବିଭାଜନ ସମୟରେ ତାଙ୍କ ପରିବାର ପାକିସ୍ତାନରୁ ଭାରତ ଆସି ମୁମ୍ବାଇରେ ବସବାସ କରିଥିଲେ। ପୁଣେର ଏକ ଆର୍ମି କ୍ଲବରେ ଥିବା ସ୍ୟାଣ୍ଡୱିଚ୍ ଷ୍ଟଲରେ ଚାକିରି କରି ଦିଲୀପ କୁମାର ତାଙ୍କ ଜୀବନ ଆରମ୍ଭ କରିଥିଲେ। ସେତେବେଳେ ଦିଲୀପଙ୍କ ପ୍ରଥମ ଦରମା ୩୬ ଟଙ୍କା ଥିଲା।

ଦିଲୀପ କୁମାର ମୁମ୍ବାଇ ଫେରିଯିବା ପରେ ସେ ଅଭିନେତ୍ରୀ ଦେବିକା ରାଣୀଙ୍କୁ ଭେଟିଥିଲେ। ଏହା ପରେ ସେ ୧୯୯୪ ମସିହାରେ ଜ୍ୱାର ଭଟା ଫିଲ୍ମ ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ଏହା ପରେ ଦିଲୀପ କୁମାର ଆଉ ପଛକୁ ଚାହିଁ ନଥିଲେ। ସେ ଅନ୍ଦାଜ, ବାବୁଲ, ଦିଦାର, ଆନ୍, ଦାଗ, ଦେବଦାସ, ଆଜାଦ, ନୟା ଦୌର, ତରାନା, ମଧୁମତି, କୋହିନୁର, ମୋଗଲ-ଏ-ଆଜମ, ଗଙ୍ଗା ଜମୁନା, ରାମ ଅର ଶ୍ୟାମ, କ୍ରାନ୍ତି, ଶକ୍ତି, ମଶାଲ ଏବଂ ସୌଦାଗର ଭଳି ସୁପରହିଟ ଫିଲ୍ମ କରିଥିଲେ। ଦିଲୀପ କୁମାର ମାତ୍ର ୨୫ ବର୍ଷ ବୟସରେ ଦେଶର ନମ୍ବର ୱାନ୍ ଅଭିନେତା ହୋଇଥିଲେ।

ଦିଲୀପ କୁମାରଙ୍କ ପ୍ରଥମ ରୋଜଗାର ୩୬ ଟଙ୍କା ଥିଲା, ଏହା ପରେ ଫିଲ୍ମରେ ଯାତ୍ରା ଆରମ୍ଭ କରିବା ପରେ ସେ ଏତେ ସଫଳତା ପାଇଥିଲେ ଯେ ମାତ୍ର ୨୫ ବର୍ଷ ବୟସରେ ଦେଶର ନମ୍ବର ୱାନ୍ ଅଭିନେତା ହୋଇଥିଲେ। ସେ ଅତ୍ୟନ୍ତ ନମ୍ର ଥିଲେ। ତାଙ୍କ ଜୀବନରେ ଦିଲୀପ କୁମାର ୬୦୪ କୋଟି ୬୩ ଲକ୍ଷରୁ ଅଧିକ ସମ୍ପତ୍ତି କରିଥିଲେ। ପାକିସ୍ତାନର ଖାଇବର ପଖ୍ତୁନଖ୍ୱା ସରକାର ଦିଲୀପ କୁମାରଙ୍କ ପୈତୃକ ଘରର ମୂଲ୍ୟ ୮୦,୫୬,୦୦୦ ଟଙ୍କା ସ୍ଥିର କରିଛନ୍ତି।

ଫିଲ୍ମ ଯାତ୍ରା ପରେ ଦିଲୀପ କୁମାର ମଧ୍ୟ ରାଜନୀତିରେ ପ୍ରବେଶ କରିଥିଲେ, ସେ ମଧ୍ୟ ସାଂସଦ ହୋଇଥିଲେ। ଏହା ଜାଣିବା ଆଶ୍ଚର୍ଯ୍ୟଜନକ ହେବ ଯେ ଦିଲୀପ କୁମାର ଏକମାତ୍ର ଅଭିନେତା ଯିଏକି ତାଙ୍କ ସମୟର ସର୍ବାଧିକ ଫି ନେଉଥିଲେ। ୧୯୫୦ ଦଶକରେ ସେ ଏକ ଫିଲ୍ମ ପାଇଁ ଏକ ଲକ୍ଷ ଟଙ୍କା ଚାର୍ଜ କରୁଥିଲେ, ଯାହା ସେହି ଯୁଗର ବହୁ ପରିମାଣର ଥିଲା।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ